Na jane kis anokhi dor se bandhti hai yeh dosti k rishte
Har gam na jane kese gum hojate hai haste haste
Au haq toh iskadra hote hai
apna saya ho jese
Janha sare gum kam ho jate aur khusiya dugni hojati kese
Na koi gila na hi koi shikwa
Na mafi na sukriya
Behad hoke bhi yeh dosti mein
nahi hoti koi duriyan
Apne nahi hoke bhi apno sa
lagne lagte hai
Sayad yeh lagaw apnapan hi sacche dost aur dosti hote hai.......
-
Fir chala musfir manjil talashne
Anjani rahe anjan saher
dagar dagar chal pada
Kismat aazmane
Thokar khaa k gir te sambhal te
Dekho aaj fir musafir chal pada
Apni manjil talashne
Kayi tufan aa k gujar gayi
Kayi lehere aa k baha legayi
Fir bhi chal pada hai kinara ko talashne....-
Kaash yeh pal unhi tham jaye
Yeh suhani yaade yanhi kaid ho jaye
Teji se gujarta hua yeh waqt yanhi pe jam jaye
Na kuch pane ki cahat ho
Na hi kuch khone ka dar
Na Taqdeer ko kosne ki jarurat rahe
Na hi use badalne ki tadap
Bas yeh pal hi ekala rehjaye
Mere apane meri chote chote sapne
Aur kuch bhi nahi ......
-
"ଜୀବନର ମୋହ"
ବଞ୍ଚିରହିବାର ତୁଚ୍ଛ ମୋହ ପାଇଁ
ଜୀବନ କରେ ଯେ କେତେ ଅଳି
ମରି ମରି ବଞ୍ଚେ ବଞ୍ଚିରହିବାକୁ
ସହିଯାଏ ସବୁ ଦୁଃଖ ଭୁଲି
ନିରୀହ ଲାର୍ଭାଟି ପ୍ୟୁପା ହୋଇ ଲୁଚେ
ହେବାକୁ ରଙ୍ଗୀନ ପ୍ରଜାପତି
ବଢ଼େ ପୁଣି ଗଢ଼େ ନିଜେ ନିଜକୁ
ଲେଖିବାକୁ ତାହାର ନିୟତି
ଆଶା ଦୀପ୍ତି ଧରି ହୁଏ ଜ୍ୟୋତିର୍ମୟୀ
ଲିଭି ଲିଭି ନିତି ଜଳେ ଶିଖା
ଢୋକେ ଢୋକେ ବିଷ ପିଇ ଯାଏ ନିତି
ପାଇବାକୁ ଅମୃତର ଭିକ୍ଷା
କେତେଦୂର ଉଡି ମାଟିର ପତଙ୍ଗ
ପକ୍ଷଚ୍ୟୁତ ହୋଇ ପଡ଼େ ତଳେ
କର୍ମକୁ ଆବୋରି ଭାଗ୍ୟକୁ ଆଦରି
ପଦେ ପଦେ ଆଗେଇ ଚାଳେ ।
~ଦୀପାଞ୍ଜଳି
-
"ମାଁ ଦୁର୍ଗା"
ସ୍ନେହମୟୀ ମାଁ ଗୋ ତୁମେ ଜଗତରମାତା
ଅଖଣ୍ଡ ତୋ ଦିବ୍ୟଜ୍ୟୋତି ତୁହି ଶୈଳସୂତା
ଆଦିଶକ୍ତି ପରାଶକ୍ତି ଦେବୀ ଅଷ୍ଟଭୂଜା
ଆଶ୍ଵିନର ପାର୍ବଣରେ ପାଉ ତୁହି ପୂଜା
ବେନି ନୟନେ ତୋ ସୂର୍ଯ୍ୟ ଚନ୍ଦ୍ର ସମ ବିଭା
ଜ୍ଞାନାଲୋକ ଦେଉଥାଏ ତୋର ଦିବ୍ୟ ଆଭା
ଦୁର୍ଗା ଦୁର୍ଗତିନାଶିନୀ ଚିନ୍ମୟୀ ଭବାନୀ
ମୁକ୍ତିଦାତ୍ରୀ ମହାଗୌରୀ ମହିଷାମର୍ଦ୍ଧିନୀ
ଚରଣେ ତୋ ନାଶ ହୁଏ ସର୍ବ ପାପ ତାପ
ସିଦ୍ଧି ମିଳେ ସିଦ୍ଧିଦାତ୍ରୀ ନାମ କଲେ ଜାପ
ଯୋଗମାୟା ଯୋଗେଶ୍ଵରୀ ହେ ବ୍ରହ୍ମଚାରିଣୀ
ଜ୍ଞାନ ରୂପା,ଶକ୍ତି ରୂପା,ମୋକ୍ଷରୂପା ଜନନୀ
ନବରାତ୍ରେ ନବଦୁର୍ଗା ଦେବୀ ନବଚେତନା
ସିଂହବାହିନୀ ଅଜେୟା ଅମ୍ବିକା ଅପର୍ଣ୍ଣା ।
~ ଦୀପାଞ୍ଜଳି
-
Jinhe tum apna hone ka dava karte ho...
Jaruri nahi woh bhi tumhe aapna mane...
Aaj ki is bejan duniya main khoon k risthe bhi dum tod dete hai...
Yeh do bund ansoo se kese nata jodoge....-
ହୃଦୟର ଏଇ ଶୂନ୍ୟତାକୁ
କେଜାଣି କେବେ ହେବ ପୂର୍ଣ୍ଣତାର ପ୍ରାପ୍ତି
ଏଯାବତ୍ ହୃଦୟର ନିଭୃତ କୋଣରେ
କିଛି ଶୂନ୍ୟସ୍ଥାନ ବାକି ରହିଛି
କେବେ ତ ପୂର୍ଣ୍ଣତା ମିଳିନି
ଆଉ ଶୂନ୍ୟ ହେବାର କି ମୋହ
କି ଭୟ କି ଦୁଃଖ?
ବସନ୍ତ ତ ଅନେକ ଆସି ଚାଲିଗଲାଣି
ଆଉ ମଳୟର ପରଶରେ କି ପ୍ରୟୋଜନ?
ସେ କୋଣାର୍କ ବି ତ ଅପୂର୍ଣ୍ଣତାରେ ଖ୍ୟାତ
ଅଧାଗଢ଼ା ହୋଇ ଚାହିଁ ଥିଲା ପୂର୍ଣ୍ଣତାକୁ
ଆକାଂକ୍ଷାବିନା ଦୁଃଖର କ'ଣ ସ୍ଥିତି?
କି ବାସ୍ତବ ଉପଲବ୍ଧି
ଶୂନ୍ୟତା ତ ଜନ୍ମ ଦିଏ ନୂତନତାକୁ
ଶୂନ୍ୟ ହୃଦୟରେ ହିଁ ପରିପକ୍ୱ ହୁଏ
ଯାହା ସବୁ ସାଇତା ଶୂନ୍ୟତା
ଓ ବାସ୍ତବାୟିତ ହୁଏ ଯେତେ ସବୁ
ଖାପଛଡା ସ୍ବପ୍ନ ଓ ଅବାସ୍ତବ ପରିକଳ୍ପନା ।
~ଦୀପାଞ୍ଜଳି
-
ସମୟ ଡେଣା କୁ ଭରସା କରି
ମନ ପକ୍ଷୀ ଗଲା ଉଡି
ଉଡି ଗଲା ଦୂର ପାହାଡ଼,ନଦୀ
ଦୂର ଦେଶେ ଡେଣା ଝାଡି
କେତେ ଆଶା ସ୍ବପ୍ନ ମନରେ ଭରି
ଆନନ୍ଦେ ଉଡେ ମହାବେଗେ
ମନେ ମନେ ଗଢେ ନୂଆ ଦୁନିଆ
ବସା କରିବି ନୂଆ ଦିଗେ
ପୁରୁଣା ଗଛର ବସାକୁ ଭୁଲି
ନିରାଧାରେ ଛୁଏଁ ଗଗନ
ପଡ଼େ ଦିନେ ଅଦିନିଆ ଝଡେ
ଧରାଶୂନ୍ୟ ହୁଏ ଜୀବନ
ଆଶ୍ରାହୀନ ହୋଇ ଆହତ ପକ୍ଷୀଟି
ଯନ୍ତ୍ରଣାରେ ହୁଏ ବିକଳ
ଧୂଳିସାତ୍ ହୁଏ ସ୍ବପ୍ନର ସୌଧ
ଖୋଜିବୁଲେ ସେ ଥଳକୂଳ
ପୁରୁଣା ବସାରେ ଫେରନ୍ତା ପକ୍ଷୀ
ସାଜେ ବିପର୍ଯ୍ୟସ୍ତ ନଷ୍ଟନୀଡ
ଶାନ୍ତି ପ୍ରଶ୍ଵାସ ଭରିଦେଇ ପ୍ରାଣେ
ଶକ୍ତି ସଞ୍ଚି ଲଢ଼େ ଝଡ଼।
-
सुना है मोहब्बत में लोग ताजमहल तक बनबा देते है
फिर क्यूं इतने घर टूट कर बिखर जाते है ।-