ଗତ ଥର ଭଳି ଏଥର ମଧ୍ୟ
ତୁମେ ନୀରବ ଥିଲ
ଅର୍ଦ୍ଧ ନିଶାର୍ଦ୍ଧର ସ୍ବପ୍ନରେ.......
ମୁଁ ଆଜି ବି ଏକାକୀ ରହିଗଲି
ତୁମ ସେ ନିରୀହ ଆଖିକୁ ଚାହିଁ
ଅଗଣିତ ପ୍ରଶ୍ନର ଉତ୍ତର ଅପେକ୍ଷାରେ.....
-
ତୁମ ଯୂଇଚିତା ଶେଷ ଶିଖା
ମୁଁ ହତଭାଗିନୀ ପ୍ରେମିକା.....
ତୁମେ ସ୍ବପ୍ନର ଶେଷ ସୀମା
ମୁଁ ଦେଇଥିଲି ତାକୁ ଜିମା.....
ତୁମେ ଢେଉ ଅଶାନ୍ତ ସାଗରର
ମୁଁ ଅଟେ ପୂର୍ଣ୍ଣିମାର ଜୁଆର ....
ସେ ସାଗର ଶାନ୍ତ କାହିଁ?
ଏଠି ଭଟ୍ଟାର ସମାଗମ ହିଁ...
ତୁମ ଛାତି ମୋର ବସା ଘର
ତାକୁ କେମିତି କରିଲ ପର?
କେବେ ଆସ ଡେଇଁ ସ୍ବର୍ଗ ରେଖା
ଆଜି ବି ତୁମ ପ୍ରତୀକ୍ଷା.....
( ଇତି)
ତୁମ ହତଭାଗିନୀ ପ୍ରେମିକା-
ଯେବେ ମିଶିଯାଏ ତୁମ ସହ ଆଖି
ଝରି ପଡେ ମୋ ଲୁହ,
ଅସଜଡା ସବୁ କରିସାରି ତୁମେ
ହସୁଛ କେମିତି କୁହ?
ହେ କଳାଦିଅଁ.....
ଲୁହ ଆସିଲେ ହେଁ ମୁଁ ନୀରବ ରୁହେ
ମୋ ପ୍ରଶ୍ନବାଚୀକୁ ନେଇ,
ସଭିଏଁ କୁହନ୍ତି ସମୟ ଆସିଲେ
ଉତ୍ତର ଦେବ କହି....
କ'ଣ ସତରେ କଳା ଗୋସାଇଁ!!!-
କବିତା ଗୋ ତୁମେ
କଳ୍ପନା କବିର
ଅନୂଭୁତି ଜୀବନର
ଅନୁଭବ ପ୍ରତି ମୂହୁର୍ତ୍ତର.....
ତୁମେ ହିଁ ଏକାନ୍ତ ନିଜର🤍-
ଅଳନ୍ଧୁ ଆଉ କି ଲାଗିବ ସେଥିରେ
ଜୁଇ ଶେଯେ ଏବେ ଘାସ ଗାଲିଚା,
ସ୍ମୃତି ସାଉଁଟିଲେ ନିତି ନିତି ମୁଁ ଯେ
ଧୂଳି ବି ଛୁଏଁନା ତା' ଜୁଇ ସ୍ଥାନଟା......-
ବେଦୀ ନିଆଁ ନୁହେଁ ମୋର
ପ୍ରେମର ଆୟୁଷ,
ପ୍ରେମ ମୋର ସୀମାହୀନ
ନାହିଁ ତା'ର ଶେଷ.....
-
ଜୀବନରୁ ଯେବେ ରଙ୍ଗ ଧୋଇଯାଏ
ଫଗୁ ରଙ୍ଗ ଲାଗେ ଫିକା,
ସହରରେ ଯେତେ ଗହଳି ଥିଲେ ହେଁ
ଲାଗେ ଭାରି ଏକା ଏକା .....-
ସେ ପୁଣି ସର୍ବସଂହା
ନାରୀ ସାଜିପାରେ ସବୁକିଛି
ତା'ର ନାହଁ କଳନା
କେତେ ରୂପ ତା'ର
କେତେ ଯେ କାହାଣୀ
ଦେବି ମୁଁ କେଉଁ ଉପମା....-
ସେଇ ବାଟ ଦେଇ ଯିବାକୁ
ସାହସ ପାଇନି,
ଯେଉଁ ବାଟେ ତାର ପାଦ ଚିହ୍ନ
ତାକୁ ଲିଭିବାକୁ ଦେଇନି।
ସେ ବାଟରେ ଚାଲିଗଲେ
ପ୍ରେମ ପ୍ରେମ ବାସେ,
ସେ ସ୍ମୃତିରେ ଭିଜେ ଯେବେ
ଆଖି ମୋର ଭାସେ।
-