"ବାବା'ଟା ପରା ଆଉ ଟିକେ ଖାଇଦେ
ତା ପରେ ଶୋଇପଡ଼ିବୁ"
ରୁ
"ଆଜିକାଲି ଏ ଆଖିକୁ କାହିଁ ନିଦ ଆସୁନି,
ବାବୁରେ କେବେ ଆସିବୁ?"-
ଗେଲ ବସରିଆ ସମୟ
ପାଦ ଚାପି ଚାପି ଚାଲିଗଲା
ସାଥେ ନେଇଗଲା
ପିଲାଦିନର
ଚପଳତା ଓ
ପସନ୍ନତା
ଭେଟି ଦେଇଗଲା
ସଂଘର୍ଷ
ନିଃସଙ୍ଗତା ଓ
ଉଦାସିନତା ।
-Tanaya
-
ମାଡ଼ ଖାଇ କାନ୍ଦିବା ଆଖି
ନୀରବେ ଦୁଇ ଠୋପା ଲୁହ
ଗଡ଼ାଇଦେଲା।
ହୃଦୟର କାନ୍ଦ ପର କମ୍ପନ,
ମନ ଗେଲ ବସରିଆ କାଳ
ଝୁରି ଥଣ୍ଡା ପଡ଼ିଗଲା।-
ଆଉ ସ୍ମୃତି ର ସିଲଟରେ ଅଲିଭା ରହିଲା
ଚକ୍ଖଡିର ଗାର ,
ବର ଓହଳ,କାଗଜ ଡଙ୍ଗା ପୁଣି
ମିଛ ବୋହୂ ବୋହୁକା ଖେଳ।-
ଆଧୁନିକ ଯୁଗର ପରିବର୍ତ୍ତିତ ଜୀବନ ଶୈଳୀକୁ ନେଇ ସହରୀ ଜୀବନଯାପନ କରୁଥିଲେ ବି ରୋମାନ୍ଥନ କରୁଛି ଆଜି ପୂର୍ବର ସ୍ମୃତିକୁ । ଶୈଶବରେ ମସ୍ତିଷ୍କର ଚଞ୍ଚଳଭାବ ଆଉ ମନର ଚଗଲା ପଣରେ ଘଟିଥିବା କିଛି ମିଠାମିଠା ଘଟଣା ଆଉ ଦୁର୍ଘଟଣା, ଏବେବି ଖୁବ୍ ମନେପଡ଼େ ।ବାପାଙ୍କ ତାଗିଦ୍,ବୋଉର ବାରଣକୁ ବେଖାତିର କରି ବର୍ଷାଦିନେ ସ୍କୁଲ୍ ଛୁଟିପରେ ଜାଣିଶୁଣି ବର୍ଷାରେ ତିନ୍ତିବା,ଗାଁ ଦାଣ୍ଡ ପାଣି କାଦୁଅରେ ଘାଣ୍ଟିହୋଇ ଡଙ୍ଗା ଭସେଇବା,ବର୍ଷାର ପ୍ରକୋପ ତଥା ଥଣ୍ଡା ଜ୍ୱର ଆଦିକୁ ଭ୍ରୂକ୍ଷେପ ନକରି ସାଙ୍ଗସାଥି ମେଳରେ ଲୁଚକାଳି ଖେଳିବା ଇତ୍ୟାଦି ଇତ୍ୟାଦି....ନିଶ୍ଚିତ ରୂପେ ଏ ଏକ ନିଆରା ଅନୁଭୂତି । ଆଜି ବି ଶ୍ରାବଣର ଅବାରିତ ବାରିଧାରାକୁ ଲକ୍ଷକଲେ ଅତୀତର ସେଇ ମଧୁର ମୁହୂର୍ତ୍ତ ମନ ମଧ୍ୟରେ ପୁଣି ତାଜା ହୋଇଉଠେ । ମନେମନେ ଚିନ୍ତାକରେ ପିଲାଦିନଟା ମୋର ଆଉଥରେ ଫେରି ଆସନ୍ତାନି କି !... କିନ୍ତୁ ଅତୀତ ଯେ ଆଉ ଫେରିବନି ଏ କଥା ନିରାଟ ସତ୍ୟ । ପ୍ରକୃତିସ୍ଥ ହୋଇ ଏସବୁ ଭାବିଲାବେଳେ ସ୍ୱତଃ ପାଟିରୁ ବାହାରି ଆସେ...."ଗେଲ ବସରିଆ ସମୟ ପାଦ ଚାପିଚାପି ଚାଲିଗଲା..."
-
ସେ କଅଁଳ ଛୁଆର ନରମ ପାପୁଲି
ହାତର କୋମଳ ଆଉଁଶା!
ଝିଅ ବୟସରେ ମାଆ ହେବାର ଜିଦ୍,
କେତେ ଗେଲବସର ସେ ସମୟ
ଆଖିର ଆଖିଏ ସ୍ବପ୍ନ ବଳିଦାନ ଦେବାର ସାହସ,
ପୁଣି କାହା ନାଲିଆଖି ଡରରେ
ଝିଅ ହୋଇ ଛାତିରେ ଆଉଜି ଯିବା,
ସତରେ କେତେ ଅପୂର୍ବ ସେ ସମୟ!
କ'ଣ ପାଇଁ ସମାଜର ଏ ଭାଗ ଭାଗ ନିୟମ?
ଉଚ୍ଚନୀଚ ରଙ୍ଗ ବେରଙ୍ଗ
ଶୂଳିରେ ଚଢେଇ ଦିଏ ମନ ଭିତରର
ଯେତେ ସବୁ ଉମଙ୍ଗ
ସାହସ ନଥାଏ କାହାକୁ କୈଫତ୍ ଦେବାର,
ବୋଧେ ସେଥିପାଇଁ
ପାଦ ଚାପି ଚାପି ଚାଲିଗଲା
ସେ ଗେଲବସର ସମୟ,-
ହେଲେ ଥାପି ଦେଇଗଲା ପାଦଚିହ୍ନ
ବଢନ୍ତା ବୟସ ଛାତିରେ !
କହି ଦେଇଗଲା କାନେ କାନେ
ଦିନେ ନା ଦିନେ ଗେଲ୍ହା ଝିଅ
ତୋତେ ଗଢିବାକୁ ହେବ ତୋ ନିଜ ଘର !
ନା ଥିବେ ମା ବାପା ଶାଶୁ ଶଶୁର ,
କେବଳ ତୋ ହାତ ଧରିଥିବା
ମଣିଷଟି ଥିବ ତୋ ସାଥିରେ !
ସାମାନ୍ୟ ମଣିବୁ ନାହିଁ ଝିଅ
ଥରେ ଭାବି ଦେଖ ତ !
ଇଶ୍ୱରଙ୍କ ୟେ କେତେ ବଡ଼ ବରଦାନ !!-
ମୋ ସେନେହ, ମୋ ସରାଗ,
ମୋ ଧନମାଳି ଡ଼ାକ ବି ଭୁଲିଗଲା।
ତୋର ଅବା କିବା ଦୋଷ, କେବେ ସିନା ଫକିରା ଥିଲୁ...
ଆଜି ବଡ଼ ହେଇ ବା ପିଣ୍ଟୁ ହେଇଗଲୁ।-
ନିଜର କରି ସେ ଭୁଲିଗଲା
(ଅନୁଶୀର୍ଷକ ରେ ପଢ଼ନ୍ତୁ ସମ୍ପୂର୍ଣ୍ଣ କବିତା)-
ତୁମ ମିଛମିଛିକା ଭଲ ପାଇବା ବି ସରିଗଲା
କ୍ଷଣ ସ୍ଥାୟୀ ମୋ ଜୀବନ
ସରିବା ପୂର୍ବରୁ ଆଉ ଥରେ ସରିଗଲା,
କେଉଁ ଆଦର୍ଶ ତୁମକୁ ବାନ୍ଧିରଖିଥିଲା
ଜାଣିପାରିଲିନି,କିନ୍ତୁ ଗେଲ ଭରା କଥା ଆଉ
ମିଠା ତୁମ ଅନୁଭୂତି ଚାଲିଗଲା,
ପାଦ ଚାପି ଚାପି ଚାଲିଗଲ ତୁମେ
ବାସ୍ ମତେ ଭଲ ଆଉ ନିଜକୁ ଖରାପ୍ ବୋଲି କହି,
କିନ୍ତୁ ବାସ୍ତବତାର ପ୍ରଶ୍ନ,କେହି କଣ୍ କେବେ ଭଲ କୁ ଛାଡେ??
ତୁମେ ମିଛ କହିଲ ମୁଁ ଭଲ ଆଉ ତୁମେ ଖରାପ୍
କିନ୍ତୁ ମୁଁ ସତ ବୁଝିଲି ମୁଁ ଖରାପ୍ ଆଉ ତୁମେ ଭଲ,
ବାସ୍ ଆଖି ସାମ୍ନାରେ ଚାଲିଗଲା
ଥିରି ଥିରି ପାଦ ଚାପି ଚାପି
ଗେଲ ବସରିୟା ସମୟ ଟିକକ...-