QUOTES ON #ସନ୍ଦେହ

#ସନ୍ଦେହ quotes

Trending | Latest
22 SEP 2020 AT 9:55

ସମ୍ପର୍କ ରେ ଯଦି କେବେ ସନ୍ଦେହ ର
ନାଁ ଉଠିଯାଏ ଭାବିନେବ,,,, ଭାବିନେବ
ଏ ସମ୍ପର୍କ ଦୀର୍ଘ ଦିନ ପାଇଁ ନୁହେଁ..
ଏ ତ ଥିଲା କିଛି କ୍ଷଣ ପାଇଁ....

ସମ୍ପର୍କ ରେ ସନ୍ଦେହ ନୁହେଁ ବରଂ
ବିଶ୍ୱାସ ଆଊ ଭଲପାଇବାରେ
ସୁନ୍ଦର ଦେଖାଯାଏ...... 🖤

-


28 JUN 2021 AT 21:34

ମୁଁ ତ ସଞ୍ଜକୁ ସନ୍ଦେହ କରିଥିଲି
ହେଲେ ତୁମେ ବର୍ଷାର ଏ ବୁନ୍ଦା ବୁନ୍ଦା ବାସ୍ନାକୁ ସାକ୍ଷୀ ରଖି
କାହାଣୀର କେମିତି ଛବି ଆଙ୍କିଦେଲ!

-


20 NOV 2020 AT 22:50

ଅନୁଭବରେ ଇଙ୍ଗିତ
କେବେ ଧାର୍ଯ୍ୟ
ପୁଣି କେବେ ପ୍ରସ୍ତାବିତ
କେବେ ଉତ୍ସାହରେ ଅଙ୍କିତ
କେବେ ପୁଣି ଅକ୍ଷର ଆଧାରିତ

କେବେ ଖୋଜେ ପୁରୁଣା କାଗଜର ଏକ ପୃଷ୍ଠା
କୋମଳ ସ୍ମିତହାସ୍ୟ ହେଲେ ଉଦାସୀ ଉତ୍କଣ୍ଠା
କେବେ ଜାଣିନଥିବା ପତ୍ରର ଅପେକ୍ଷା
ନିରାଶା ଅଗଣାରେ ସଜ ସକାଳର ଉପେକ୍ଷା
ଅନ୍ଧାରି ଆହୁତିରେ ସମ୍ପର୍କର ସୁସ୍ଥ ଅନୁଭୂତି
ଅବୁଝା ହୃଦୟରେ ବିନା ମେଘର ହିଂସ୍ର ଉତ୍ପତ୍ତି

ସନ୍ଦେହର ସନ୍ଦର୍ଭରେ ଶୁଷ୍କ ଏ ସମୟ
ଏକ ଏକ ଶବ୍ଦ ଯେ ଫିକା
ସମ୍ଭାବ୍ୟ ଏ କ୍ଷଣ ନୁହେଁ ଅଭିପ୍ରାୟ

-


27 MAY 2020 AT 15:58

ତମେ କଣ ଭାବିଲ !!

ମୁଁ ତମ ପ୍ରେମର ପରଶ ପାଇଁ ସବୁ କିଛି ପାଇଯାଇଛି

ଥରେ ଦେଖ ଆସି .....

ମୁଁ ତ କେବେଠୁ ତମ ସନ୍ଦେହର ଉତ୍ତପ୍ତ ଧୂଆଁରେ

ନିଜ ଅସ୍ତିତ୍ବ କୁ ଜାଳି ସାରିଛି 💔

-


8 OCT 2020 AT 14:14

"ଯେଉଁଠି ସନ୍ଦେହ ଥାଏ ସେଠି ପ୍ରେମ ନ ଥାଏ,,,,,,,
ଯେଉଁଠି ଦୃଢ଼ ବିଶ୍ୱାସ ଥାଏ ସେଠି ସଚ୍ଚା ପ୍ରେମ ଥାଏ"

-


3 AUG 2021 AT 10:02

" ସନ୍ଦେହ " ଜନ୍ମ ନିଏ ମସ୍ତିଷ୍କରୁ
ଜାଗା ପାଏ ହୃଦୟରେ ,
ବଢିଚାଲେ , ବଢିଚାଲେ ବଢିଚାଲେ..
ବେଶି କିଛି କରେନି ମ
ବାସ୍ ଖାଇଦିଏ
ସଂପର୍କକୁ...ଏସ୍ ଏସ୍ ଏନେ✍️..
- ସନ୍ଦେହ

-


9 OCT 2019 AT 14:37

◆ ସନ୍ଦେହ ◆

ସମ୍ପୂର୍ଣ୍ଣ କାହାଣୀ ଅନୁଶୀର୍ଷକରେ...

-


17 MAY 2019 AT 13:34

ବିଶ୍ୱାସକୁ କେବେ ପ୍ରଶ୍ନ କରାଯାଇନଥାଏ!

-


13 FEB 2018 AT 9:36

ସନ୍ଦେହ ର କଳା ବୋଳି ଦେଲ ଆଜି
ପ୍ରେମ ର ବିଶ୍ବାସ ଡୋରି ରେ
ଭରସା କରି ମୁ ତୁମ ହାତ ଧରି ଥିଲି
ସଂପର୍କ ଭାଙ୍ଗିକୁ କଣ ଏଇ ଅଧା ରେ?

-


14 AUG 2020 AT 6:20

'ସନ୍ଦେହ' ଏମିତି ଏକ ଶବ୍ଦ
ମନରେ ଥରେ ଆସିଲେ ସମ୍ପର୍କରେ ହୁଏ ଫାଟ
'ସନ୍ଦେହ' ଏମିତି ଏକ ଶବ୍ଦ
କଣ୍ଟକିତ କରିଦିଏ ପ୍ରେମ ଭରା ସବୁ ବାଟ ।
ଜୀବନର ସଳଖ ପଥକୁ
ଭାଙ୍ଗିଦେଇ କରିଦିଏ ଦୋଛକିର ବଡ଼ ଦ୍ବନ୍ଦ୍ବ
କେଉଁ ବାଟରେ ପାଦ ଚାଲିବ
ନିଷ୍ପତ୍ତି ପାରେନା ନେଇ ଭଲ ହେବ ନା ମନ୍ଦ ।
ସୁଖର ଗୋଲେଇ ଭିତରେ ବି
ଅହରହ ଖୋଜୁଥାଏ ହସର ଝଲକ ଟିକେ
ସନ୍ଦେହ ଦୁଃଖର ଝଡ଼ ସାଜି
ଜୀବନକୁ ଜାଳୁଥାଏ ଜୀବନ ନନେବା ଯାକେ ।

-