ଜୀବନ ରଙ୍ଗମଞ୍ଚ ସତ
କିନ୍ତୁ ମନଲାଖି ଚରିତ୍ରଟେ ପାଇବା ସ୍ଵପ୍ନ !-
ବର୍ଷ ଶେଷର ହିସାବ ନିକାସ ରେ
ନିନ୍ଦା ଲାଞ୍ଛନା ସବୁ ତୋରି ଭାଗରେ /
ଅଭିଯୋଗ ର ମେଞ୍ଚେ ପୁଟୁଳି ବାନ୍ଧି
ଲଦି ଦେଉଛନ୍ତି ସବୁ ତୋ ମୁଣ୍ଡରେ //
ସତେ କି ତୁ ପ୍ରୟୋଜନ ଶୂନ୍ୟ ...
ତୋଠୁ ଦୂରେଇ ସମ୍ଭାବନା ର ଆଶା
ନେଇ ନିବିଡ ହୋଇ ଚାଲିଛନ୍ତି ସଭିଏଁ
ନବ ବରଷର ଜାନୁୟାରୀ ମୋହରେ //
ସତରେ ଭାରି ସ୍ୱାର୍ଥପର ଏଇ ଦୁନିଆ
ବୁଝେନା ଉପସ୍ଥାନ ର ମୂଲ୍ୟ...
ଧାଇଁ ଧାଇଁ ଝୁଣ୍ଟୁଥାଏ ମରୀଚିକା ପଛରେ //-
ବଦଳି ଯାଉଥିବା ସମୟ ..
ଗଣି ହେଉନଥିବା ମୂହୁର୍ତ୍ତ..
ଅଭିମାନ ପୁଣି ଅଭିଯୋଗର ଅତୀତ
ପୁଣି କେବେ ଭେଟିବା !
ଏଇ ଅଛିଣ୍ଡା ପ୍ରଶ୍ନ ର ଆଶଙ୍କା !!
ଆଶା ପୁଣି ନିରାଶା ର ଦୀର୍ଘଶ୍ୱାସ..
ଏଇ ସ୍ମୃତି ବି ଖୁବ୍ ଜିଦଖୋର୍
କେବେ କ୍ଷଣିକେ ଆଣେ ଓଠରେ ହସ
ତ ପୁଣି ଆଖିରେ ଲୁହ ...
ସତରେ ପୁଣି ଥରେ ଫେରି ଆସନ୍ତା କି
ସେ ଦିନ ଆଉ ସେ ସମୟ .....!!!
-
ଜୀବନ ଖେଳୁଥାଏ ଏଠି ପ୍ରତାରଣା ।
କେବେ ସୁଖ ଦି'ଅଣା କୁ ଦୁଃଖ ଛଅ ଗୁଣା ।।
କେଡ଼େ ସହଜରେ !!
ଭାଙ୍ଗେ ଏଠି ହୃଦୟ ପୁଣି ଯୋଡ଼ି ହୁଏ ବନ୍ଧନ ।
ଆଖି ସାଜେ ବୈତରଣୀ ପୁଣି ଜଳି ମରେ ମନ ।।
କେଡ଼େ ସହଜରେ !!
ପ୍ରତିଶୃତି ସାଜେ ଏଠି ପାଣି ର ଗାର ।
ପ୍ରତାରଣା ପ୍ରତ୍ୟାରୋପ ରେ ଗଢ଼ା ହୁଏ ସଂସାର।।
-
ହେ ଈଶ୍ୱର !!
ମୋ ଲୁହ ଭିଜା ଆଖି
ନିଶବ୍ଦ ହୃଦୟର ଚିତ୍କାର କୁ
ଯଦି ତମେ ବୁଝି ପାରୁଥାନ୍ତ
ତାହାଲେ ମୋ ଅଭିଯୋଗ ଅଭିମାନର
ଫର୍ଦ୍ଦ ରେ ବିରାମ ଲାଗି ସାରନ୍ତାଣି ।।
-
କିଛି ଆରମ୍ଭ ପାଇଁ ଶେଷ ଜରୁରୀ /
ଆନନ୍ଦ ପାଇଁ କ୍ଷଣିକ ବିଷାଦ ବି ଜରୁରୀ //
ହଁ ହେଇପାରେ ଅନେକଙ୍କ ମତରେ
ଏହା ବିଦାୟ ର ଆଖ୍ୟା....
କିନ୍ତୁ କାହା ଆଗମନ ପାଇଁ
ଅନ୍ୟ କାହାର ପ୍ରତ୍ୟାଗମନ ବି ଜରୁରୀ /
ବେଳେବେଳେ ବିଦାୟ ବି ବହୁତ ଜରୁରୀ...//
-
ଲଗାମ୍ ଛଡ଼ା ଇଚ୍ଛା ଆଉ
ଅବାସ୍ତବ ସ୍ବପ୍ନ ର ଦଖଲ
ଯେତେ କମ୍ ହେବ
ଜୀବନ ଜିଁଇବା
ସେତେ ସହଜ ହେବ ।।।
-