🩺 Dr. Sudhansu Sekhar 🩺   (ଅଭିମାନୀ ମନଟିଏ S S N✍️..)
2.4k Followers · 7.7k Following

read more
Joined 17 May 2020


read more
Joined 17 May 2020

ତୁମେ ନବ ଯୌବନରେ ଦର୍ଶନ ଦେଲ

ମୋତେ ଜୀବନ ପାଇ ଗଲା ପରି
ଲାଗୁଛି,ପ୍ରଭୁ...ଏସ୍ ଏସ୍ ଏନେ✍️..

-



ହେ ନାଥ ଖବର ବାଜିଲାଣି..,
ତୁମ ଆଜ୍ଞାମାଳ ବିଜେ ହେଲେଣି...,
ରଥ ତ୍ରୟ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲେଣି...ଏସ୍ ଏସ୍ ଏନେ✍️..

ଆଉ ଏକ ଆଜ୍ଞା ହେଉ....
ତୁମ ବାମନ ରୂପ ର ଦରଶନ ପାଇଁ
ମୋର ଆତ୍ମା ଘଟକୁ ନେଇ ଏ ଦେହ ରୂପୀ ରଥ
ତୁମ ସିଂହ ଦୁଆର କୁ ଯାଉ🙏...ଏସ୍ ଏସ୍ ଏନେ✍️..

-



ମୋ ପ୍ରେମ ଯଦି କେଦାରଗୌରୀ ମନ୍ଦିର ପୋଖରୀକୂଳ ର ପ୍ରଥମ ପାହାଚ ହୁଏ...ଏସ୍ ଏସ୍ ଏନେ✍️..
ତେବେ ମୁଁ ସବୁଦିନ ତୁମକୁ ବିନ୍ଦୁସାଗର ପୋଖରୀ କୂଳର ତୃତୀୟ ପାହାଚରେ ହିଁ ଅପେକ୍ଷା କରିବି....
କଣ କହୁଛ....ତୁମେ ଆସିବ ତ...🥰...ଏସ୍ ଏସ୍ ଏନେ✍️..

-



ଜରେଇଛନ୍ତି ମହାପ୍ରଭୁ ମୋର
ବଇଦ କରୁଛନ୍ତି ଉପଚାର
ଭକ୍ତ ଙ୍କ ଭିଡ଼କୁ ଫେରିବା ପାଇଁକି
ମନ ତା ହେଲାଣି
ବିକଳ...ଏସ୍ ଏସ୍ ଏନେ✍️..
🙏 ଜୟ ଶ୍ରୀ ଜଗନ୍ନାଥ 🙏

-



ସେ ଗୋପାଳପୁର ବୁଲିବା କଥା ଛାଡ଼
ସେଠି ଗଣଦୁଷ୍କର୍ମ ହେଉଛି
ପରସ୍ତ ପରସ୍ତ ବସ୍ତ୍ର ଖୋଲି ଫୁଙ୍ଗୁଳା ଶରୀରକୁ
ସନ୍ଧ୍ୟା ପରେ ନିରୋଳା ରାତିରେ ଭୟଙ୍କର ଭାବେ
କୁଆଡେ ଗ୍ୟାଙ୍ଗ ରେଫ ହେଉଛି...ଏସ୍ ଏସ୍ ଏନେ✍️..

ଲୋକେ କହୁଥିଲେ କୁଆଡେ
ପୁରୁଷ ବନ୍ଧୁ ସହ ସେଠି ଗଲେ ସେମିତି ହେବ
ଏକେଲାରେ ନାରୀଟିର ନଙ୍ଗଳା ଫୁଙ୍ଗୁଳା ଶରୀର ଦେଖିଲେ
କିଏ ବି ନିଜର ହିତାହିତ ଜ୍ଞାନ ଭୁଲିଯିବ...
ଆଉ ସବୁ ଦୋଷ ନାରୀଟି ଉପରେ ଲଦିଦେବ
କିଛି ନାହିଁ ସେମିତି ହିଁ ହେବ...ଏସ୍ ଏସ୍ ଏନେ✍️..

ତୁମର ସମୟ ପଡିଲେ ତୁମେ ନାରୀର ଶରୀରକୁ
ତିଳ ତିଳ ରାକ୍ଷସ ପରି ବ୍ୟବହାର କରିପାର
ହେଲେ ନାରୀ ଯେତେବେଳେ ତାର ଭୟଙ୍କର ରୂପ ଦେଖାଏ
ସେତବେଳେ କଣ ପାଇଁ ସହ୍ୟ ନ କରିପାର ??...ଏସ୍ ଏସ୍ ଏନେ✍️..

ଛାଡ଼ କହିଲେ ବିବାଦ ହୋଇଯିବ...!!
କହିବ ନାରୀ ଜାତିକୁ ବିଶ୍ୱାସ କେମିତି କରିବ?
ସବୁ ବିଶ୍ୱାସକୁ ଆଖିବୁଜି ଅନ୍ଧାର ରାତିରେ ଭାଙ୍ଗିଦେଲା ପରେ
କୋଉ ନାରୀ ଅବା ଓଢଣୀ ତଳେ ଲାଜକୁଳୀ
ହୋଇ ରହିବ...ଏସ୍ ଏସ୍ ଏନେ✍️..

-



ସିନ୍ଦୂର
ନୁହେଁ କେବଳ ରଙ୍ଗ ଅବିର ...
ନୁହେଁ ସେ ମଥାର ନାଲିଗାର...ଏସ୍ ଏସ୍ ଏନେ✍️..
ସମ୍ମାନ ଅଟେ ସେ ବିବାହିତ ନାରୀଙ୍କର...
ଦିଏ ବଞ୍ଚିବାର ଅଧିକାର ....
ସମାଜରେ ସ୍ୱାଭିମାନ ସହକାର...ଏସ୍ ଏସ୍ ଏନେ✍️..

-



ଶେଷ ପୃଷ୍ଠା ହେବା ପାଇଁ ଚାହେଁ ମୁଁ ତୁମ ଜୀବନରେ
ନା ତୁମେ ଫର୍ଦ୍ଦ ଓଲଟାଇବ,
ନା ଚିରି ଫୋପାଡି ପାରିବ
ବାସ୍ ମୋତେ ପଢୁଥିବ ଆଉ
କାହାଣୀ ସରିଯିବ...ଏସ୍ ଏସ୍ ଏନେ✍️..

-



କୋଟିଏ ପାପ ତ କ୍ଷଣିକ ଦେଖାରେ
ଛାଡି ଚାଲି ଯାଇଥିବ
ଭକତି ପ୍ରେମରେ ଅତି ଆତୁର ରେ
ଯିଏ ଥରେ ଡ଼ାକି ଦେବ...ଏସ୍ ଏସ୍ ଏନେ✍️..
କୋଟି ହୃଦୟ ରେ ଗୋଟିଏ ଜଗା ସେ
ହୃଦୟ ରେ କରେ ବାସ
ଦେଖିବାକୁ ଯଦି ଚାହିଁବ ଭକତ
କଳ୍ପନା କୁ କରି ନାଶ...ଏସ୍ ଏସ୍ ଏନେ✍️..
ମାଗିଲେ ଦିଏନି ଯାଚି ଦେଉଥାଏ
କରମ ଯେସନେ ଫଳ
କୁକରମେ ଯେତେ ମୁଣ୍ଡ ବାଡେଇଲେ
ନଥାଏ ତା ପାଇଁ ବେଳ...ଏସ୍ ଏସ୍ ଏନେ✍️..
ପାପି ହୋଇ ପଛେ ପାପ କରୁଥାଉ
ତପି ହୋଇ ତପ କରୁ
ସକଳ ଙ୍କୁ ତାରେ ଭକତି ପରଖି
ଚିହ୍ନି ଭକ୍ତ ହୃଦୟ ରୁ...ଏସ୍ ଏସ୍ ଏନେ✍️..
ମୁହିଁ ସିନା ମୁଢ ନାହିଁ ଭକ୍ତି ଦୃଢ଼
ଭକତି ନ ଆସେ ମୋର
ଆହେ ଦୀନବନ୍ଧୁ ଜଗତ ର ସାଇଁ
ସର୍ବ ଦୋଷ କ୍ଷମା କର🙏...ଏସ୍ ଏସ୍ ଏନେ✍️..
( ୦୨ )
-- © --

-



⚫‼️⚫ଜଗାକୁ ଯେ ମୋର ହୋଇଛି ଜ୍ୱର ⚫‼️⚫
ଜଗାକୁ ଯେ ମୋର କି ଜ୍ୱର ହୋଇଛି
ଶେଯରୁ ଉଠୁନି ଜମା
କେତେ ସେ ଶୋଉଛି ନିରବ ରହୁଛି
ମୋତେ ତ ଭଲ ଲାଗେନା...ଏସ୍ ଏସ୍ ଏନେ✍️..
ସ୍ନାନ ପୂର୍ଣ୍ଣିମାରେ ଗାଧୋଉ ଗାଧୋଉ
ଗାଢି ଗଲା ଥଣ୍ଡା ବୋଧେ
ଭକତ ଙ୍କ ପ୍ରେମ ଜଳ ଦେଖି ସିଏ
କଷ୍ଟ କୁ ସହୁଛି ଅଧେ...ଏସ୍ ଏସ୍ ଏନେ✍️..
ଉପଶମ ପାଇଁ ତିଆରି ହେଉଛି
ଫୁଲୁରି ତେଲ ର ପଥି
ସେବାୟତ ସେବା କରିବେ ବିଧିରେ
ଜଗାକୁ ମିଳିବ ଶାନ୍ତି...ଏସ୍ ଏସ୍ ଏନେ✍️..
ଭଲ ଲାଗେନାହିଁ ମନ୍ଦିରର ଶୋଭା
ଜଗା ବିନା ଶିରି ହୀନ
ବେଢ଼ା ବୁଲି ବୁଲି ମନକୁ ବୁଝାଇ
କାଟୁ ଅଛି ପରା ଦିନ...ଏସ୍ ଏସ୍ ଏନେ✍️..
ଉପଶମ ପାଇ ସୁସ୍ଥ ହୋଇ ଗଲେ
ରଥ କୁ ଆସିବ ଧାଇଁ
ଭକତ ମେଳରେ କେତେ ହରଷ ରେ
ଆନନ୍ଦ ରେ ଦେବ ଚାହିଁ...ଏସ୍ ଏସ୍ ଏନେ✍️..
( ୦୧ )

-



ତୁମର ପ୍ରତିରୂପ କାହିଁ ଏ ଜଗତେ
ତୁମ ପ୍ରତିଶବ୍ଦ ଲେଖା କି ଅଭିଧାନେ
ତୁମ ପ୍ରତିରେଖ କିଏ ଆଙ୍କି ପାରେ
ଆକରରୁ ନିରାକାର ବ୍ୟାପ୍ତ
ଭୁବନେ...ଏସ୍ ଏସ୍ ଏନେ✍️..

ତୁମ ପ୍ରତିଲିପି କିଏ ଲେଖିପାରେ
ମୁକୁନ୍ଦରୁ ମକରନ୍ଦ ପରମାନନ୍ଦ
ବ୍ରହ୍ମରୂପରେ ଦାରୁବ୍ରହ୍ମ ପରମବ୍ରହ୍ମ
ଅଲାରନାଥ ଜଗନ୍ନାଥ
ଜଗଦାନନ୍ଦ...ଏସ୍ ଏସ୍ ଏନେ✍️..

କେତେ ରୂପ କେତେ ନାମ ସର୍ବନାମ
ନିତି ନୂଆ ରୂପ ନୂଆ ବେଶ ପ୍ରସାଧନ
ଏକ ରୂପ ସହସ୍ର ନାମ ସର୍ବତ୍ର ବିଦ୍ୟମାନ
ସବୁ ରୂପରେ ସମାହିତ ତୁମେ
ନାରାୟଣ...ଏସ୍ ଏସ୍ ଏନେ✍️..

🙏ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏

-


Fetching 🩺 Dr. Sudhansu Sekhar 🩺 Quotes