QUOTES ON #ଲୁହ

#ଲୁହ quotes

Trending | Latest
22 MAY 2020 AT 22:34


ଏଠି ବିନା ମୌସୁମୀ ରେ ବି ବର୍ଷା ହୁଏ,
ଯେବେ କାହା ସ୍ମୃତି ଦି ଠୋପା ଲୁହ ହୋଇ ବହିଯାଏ ।

-


5 OCT 2020 AT 14:46

ତୁମେ ତ ଜାଣନା କଣ୍ଟାର ଯନ୍ତ୍ରଣା
କୁସୁମିତ ପଥେ ଚାଲି ,
ଲୁହର ପାଉଣା ତୁମକୁ ଅଜଣା
ହସକୁ କିଣିଛ ବୋଲି ।
ଲୁହ ଢ଼ୋକି ଢ଼ୋକି ହସିପାରେ ବୋଲି
ମୋ ଲୁହର ମୂଲ୍ୟ ନାହିଁ ,
ତୁମ ହସ କିଣେ ମୋ ଲୁହକୁ ବିକି
ତୁମେ ବା ବୁଝିବ କାହିଁ,
ତୁମେ ବା ବୁଝିବ କାହିଁ ।।

-


9 JUN 2020 AT 17:24

ହସ ଲୁହ ମିଳନ ବିରହ
ସବୁ ପର ଏଠି ଲୁହ ନିଜର
କାନ୍ଦିବାକୁ ଏକା ପଡେ
ଆପଣାର ବି କରିଦିଏ ପର

-


24 JUN 2021 AT 13:43

ଲୁହ...
******
ତୁମେ ବି ଅଭିମାନ କର କି; ମୋ ପରି?

ତୁମ ଦିର୍ଘ ଦିନର ଅନୁପସ୍ଥିତି,ମୋ ବ୍ୟସ୍ତ ଜୀବନର ବି ଗୋଟେ ହୋଇପାରେ କାରଣ?
ମୁଁ ବି ଜାଣେ ଯେ, ତୁମେ କ'ଣ ଅକାରଣେ ଆସି ପାର!
ଧୋଇଦେଇ ପାର ମନର ଯେତିକି ଅବ୍ୟକ୍ତ ଯନ୍ତ୍ରଣା!
ପ୍ଲାବିତ କରିପାର ମୋ ନୟନ ଯୁଗଳଙ୍କୁ!
ଏମିତି ଚୁପ୍ ରହିଲେ ତୁମେ କ'ଣ ଭଲଲାଗ?
ଲୁହ ତୁମେ ଝରିଯାଅ
ହାଲ୍କା କର ମନ।
ଅକାରଣେ ହେଉ ପଛେ
ଭରିଦିଅ ମୋ ଓଠ ଧାରେ ହସ।
ଏମିତି ଏକ ଗୁମ୍ ସୁମ୍ ଖରାବେଳେ ଖବରକାଗଜ ଓଲଟେଇଲା ବେଳେ
ତୁମକୁ ଦେଖେ ଅନେକଙ୍କ ଆଖିରେ।
ତୁମକୁ ଆଉ କାହା ଆଖିରେ ଦେଖି ପାରେ ନାହିଁ ବୋଲି ମତେ ଭଲ ପାଅ କି?
ତୁମେ ବହିଯାଅ ପୁଣି ଶୁଖିଯାଅ
ମୋ ଆଖିରେ ବି ଝରନ୍ତ ଯେ,
ହେଲେ ମୁଁ କି ଆଉ ତୁମ ପ୍ରେମିକା ହେଇ ଅଛି!
ଲୁହ ତୁମେ....
ଫେରିଯାଇଛ ମୋ ଅକୁହା ଆବେଗକୁ ନେଇ
ଶିଖାଇଛ ଦୂର ପାହାଡ଼ର ନିରବତା,କଠୋରତା!
ଲୁହ ତୁମେ...
ଶିଶୁର ଅଳି ପରି ଲାଗ ଗୋଟେ ପାଗଳ ପ୍ରେମିକଟେ
କେବେ ପୁଣି ପୁରୁଷାର୍ଥ ମେଣ୍ଟାଇ ବହିଯାଅ।
ସତ କହିଲ, କେମିତି ଏ ମୋହ!

ତୁମେ ବି କରି ପାର ଅଭିମାନ?
ଲୁହ.....

-


15 JUN 2021 AT 12:16

କିଏ କହିଲା ପଥର କାନ୍ଦେନି ବୋଲି??

ପଥର ଯେମିତି କାନ୍ଦେ,
ବୋଧହୁଏ ଆଉ କେହି କାନ୍ଦନ୍ତି ନାହିଁ..
ନହେଲେ ପଥର ର ବକ୍ଷ ଚିରି
ତା ମଧ୍ୟରୁ ଏତେ ବଡ଼ ଝରଣା ବହନ୍ତା ନାହିଁ।

-


27 MAY 2021 AT 15:34

ଏଇ ଅମାନିଆ ଲୁହଗୁଡ଼ା
କ'ଣ ଆଉ ନିୟମ ମାନୁଛନ୍ତି !
ଅନିଚ୍ଛା ସତ୍ତ୍ୱେ ବି ବାହାରକୁ
ବୁଲି ପଳେଇ ଆସୁଛନ୍ତି l

-


12 AUG 2020 AT 0:10

ସତରେ ମଣିଷ କେତେ ବିଚିତ୍ର!
ବଂଚିଥିଲା ବେଳେ ଯେଉଁ ମଣିଷକୁ ଆଘାତ ଦେଇ ଲୁହ ଦିଏ!
ସେଇମଣିଷ ଯେବେ ମରିଯାଏ, ନିଜେ ଲୁହ ଝରାଇ ଆଘାତ ହୁଏ।

-


8 JUL 2020 AT 23:32

ଛତା କୁ ଦେଇଥିଲ ମତେ ବର୍ଷା ରେ ଭିଜିଯାଇଥିଲି ବୋଲି,
ଏ ହୃଦୟ କିନ୍ତୁ ଲୁହ ର ବର୍ଷା ରେ ସେମିତି ତିନ୍ତୁଛି ଖାଲି...

-


29 NOV 2020 AT 21:28

ଲୁହ ଜଣଙ୍କ ଆଖିରୁ ନିର୍ଗତ ହୋଇ,
ଅନ୍ୟ ଜଣଙ୍କୁ ବେଶ୍ ସହଜରେ ଭିଜେଇ ଦେଇ ପାରେ!!

-


8 OCT 2020 AT 20:55

🎭ହସ ପରଦେଶୀ🎭




{ଅନୁଶୀର୍ଷକ ରେ ସମ୍ପୂର୍ଣ୍ଣ ଲେଖା,,
ଯାହା ଆପଣ ଙ୍କ ଅପେକ୍ଷାରେ 🙏👇}

-