*କବିର କବିତା*
ଗୋଟେ କବିର ବର୍ଷା ଋତୁ,
ଖାଲି ଭିଜାଏନି ତା'ର ଦେହକୁ,
ଦୀର୍ଘ ଦିନ ଧରି ବୋହିଥିବା
ତା'ର ଦେହର ଜ୍ୱଳନକୁ,
ଅନୁଭବି ପାରେ ତା ଦେହରେ,ପ୍ରାଣରେ
ଏକ ବିଚିତ୍ର ସମ୍ପୂର୍ଣ୍ଣତା।
ଗ୍ରୀଷ୍ମ ଖାଲି ମାପି ପାରେନି ତା ଦେହର ତାପମାତ୍ରା,
ମନକୁ ଜାଳେ,
ଭିଜାଏ ପ୍ରାଣ,
ଓଦା କରେ ଓଠ,
ହୃଦୟକୁ ଛୁଇଁ ଯାଏ ତା'ର କବିତା।
........
-
*Working as statistical investigator in planning and convergence department Govt... read more
ମୋ କବିତାରେ ତୁମେ..
ଦେଖ,
ଏଇ ନିଃଶବ୍ଦ ରାତ୍ରିର
ବିଛୁରିତ ତାରକା ମାନଙ୍କୁ!
ଏକାଠି,ହେଲେ ବି କେତେ ଏକା,
ପାଖାପାଖି, ତଥାପି କେତେ ଶୂନ୍ୟତା!
ଏଇ ମିଞ୍ଜି ମିଞ୍ଜି ଆଲୋକରେ
କିଛି ଅଦେଖା,କିଛି ଝାପସା,
ଆଉ କିଛି ଏ ପୁରା ଆକାଶରେ ବ୍ୟାପ୍ତ
ସବୁ ଦିନ ଅଦୃଶ୍ୟ,
ବାସ୍ ଅନୁଭବି ଅନ୍ତରଙ୍ଗ ମୁହୁର୍ତ୍ତେ ଅବକାଶ।
ତାରା ମାନେ
ଏମିତି ବିଛାଡି ହୋଇ ପଡ଼ିଥିବେ
ସାରା ରାତି?
ଏଇ ତାରା ସବୁ ଯୋଡ଼ି,
କପୋଳକଳ୍ପିତ
ନିଜ ଅଭିମାନ ଛାଡି,
ନିସଂଗ ବର୍ତ୍ତମାନ ମୁହୁର୍ତ୍ତକୁ ଯୋଡ଼ି
ମୁଁ ଲେଖିଛି ଗୋଟେ ପ୍ରେମଭରା କବିତା!
ଚାହଁ ଥରେ,
ମୋ ଲୁହଭରା ନୟନରେ
ତୁମେ ପଢିପାରିବ ସେହି କବିତା;
ଯାହାର ପ୍ରତି ପଂକ୍ତିରେ ତୁମେ,
ପ୍ରତି ଅକ୍ଷରରେ ତୁମେ,
ପ୍ରତି କେନ୍ଦ୍ରରେ, ପ୍ରତି ବିନ୍ଦୁରେ
ଖାଲି ତୁମେ!!
-
ବୈଶାଖୀ......
ଦେଖୁ ଦେଖୁ ଝଡ଼ି ଗଲେ ଶୁଖିଲା ପତ୍ରମାନ
ଯୁଗ ଯୁଗର ଅଭିଳାଷ
ଲୋଟିଗଲା ଭୂଇଁରେ,
ଝରିଲା ଅଗ୍ନି ବର୍ଷା
ଉଡିଗଲେ ପକ୍ଷୀ
ଚାହୁଁ ଚାହୁଁ ସେ ପାଲଟିଗଲା ଥୁଣ୍ଟା ଗଛ।
ଦେଖୁ ଦେଖୁ ଶୁଖିଗଲା ବାଡ଼ି ପୋଖରୀଟା
ମୁହଁ ଲୁଚାଇଲା ପଦ୍ମ।
ଚାହୁଁ ଚାହୁଁ ଅଦୃଶ୍ୟ ହୋଇଗଲା ଜହ୍ନ।
ଦେହରୁ ବୋହିଗଲା କିଛି ଅପୂରଣୀୟ ଇଚ୍ଛା
ଦଲକାଏ ଝାଞ୍ଜି ପବନଟେ ମିଳେଇଦେଲା
ଗୋଟେ ଲମ୍ବା ଦୀର୍ଘଶ୍ଵାସ।
ଦିଶିଲେନି ପ୍ରଜାପତି
ବରଷିଲା ନିଆଁ
ଦର୍ପଣ ସାମନାରେ ଛିଡ଼ା ହେଇ
ଦେଖିଲି, ଆଖିରେ ଉଠୁଥିବା ଅସୁମାରୀ ପ୍ରଶ୍ନ,
ଭୟଙ୍କରୀ ଝଡ଼ର ସମ୍ଭାବନା
କ୍ଷୁଦ୍ରାତିକ୍ଷୁଦ୍ର 'ମୁଁ 'କୁ।
ମୁଁ ପରିଚିତ ହେଲି ସେ ଝଡ଼ ସହ,
ଯେ ଦେହର ଉତ୍ତାପଠୁ ଖୁବ୍ ଜାଳେ।
ଖୁବ୍ ନିକଟରୁ ଦେଖୁଥିଲା ବୈଶାଖୀ
ସେ କେବେ ଚିହ୍ନି ନଥିବା
ସେ ବୈଶାଖର ଉତ୍ତାପକୁ,
ତା'ର ଜଳନକୁ।
-
ବର୍ଷାର ସ୍ପର୍ଶରେ ଦେହ ଭିଜିଯାଏ
କାହା ସ୍ମୃତି ଆଜି ମନ ଭିଜାଇଲା।
ଅଲିଭା ପୃଷ୍ଠାର ଲେଖନୀର ସ୍ଵର
ବିଧୁରା ସଙ୍ଗୀତଟେ ସରି ଗଲା ପରେ,
ହାଏ ସେ ମନ....
ହାଏ ସେ ମନର ଅବ୍ୟକ୍ତ ଜ୍ୱଳନ
କେଉଁ ପ୍ରଣୟୀର ମନ ଜାଳି ଦେଲା।।-
ଦେହ ଜୋରରେ ଥରୁଥାଏ। ହଠାତ୍ ଉଠି ଦେଖିଲି ରାତି ଗୋଟାଏ। ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଲି କି ଏଇଟା ଗୋଟିଏ ସ୍ଵପ୍ନ ଥିଲା।ଏ ସ୍ଵପ୍ନ କେବେ ବାସ୍ତବ ନହେଉ।ସେ ଭଲରେ ରହୁ। ଭଗବାନଙ୍କ ନିକଟରେ କେଇଟା ମନକଥା ଜଣେଇ ମୁଁ ଶୋଇଗଲି ଆଉ ଏକ ଗଭୀର ନିଦ୍ରାରେ।
ମୁଁ ସ୍ଵପ୍ନରେ ଦେଖିଥିଲି ସେ ଆଉ ଏ ଦୁନିଆରେ ନାହିଁ। ବାସ୍ତବରେ ମୁଁ ମରିସାରିଥିଲି ତା'ର ପ୍ରେମରେ।।-
#ଅନ୍ତଃସ୍ଵର #
ମୁଁ ଝଟ୍ କିନି ବନ୍ଦ କରିଦିଏ ଆଖି,
ଆଉ ହଠାତ୍ ମରିଯାଏ ମୋ ଆଖ ପାଖରେ ଥିବା ସମସ୍ତ ବସ୍ତୁ
ସାରା ପୃଥିବୀ,
ମୁଁ ଛୁଏଁ ଗୋଟେ ଦୁନିଆଁକୁ,
ଯେଉଁଠି ମୁଁ ଚିହ୍ନେ ନାହିଁ ନିଜକୁ,
ଅନତି ଦୂର ଯାଏଁ ଦିଶେ ନାହିଁ କେହି,
କିଛି ଶବ୍ଦ ନାହିଁ, କିଛି ଗନ୍ଧ ନାହିଁ
ସେ ଅନ୍ଧାର କୋଠରୀଟା କେତେ ଶୂନ୍ୟ
କେତେ ଏକାକାର।
ମୋର ଇଚ୍ଛା ହୁଏ ସେଇଠି ଜାଳିବାକୁ ଦୀପଟିଏ,
ତା'ର ଝାପ୍ସା ଆଲୋକରେ ଦେଖିବାକୁ ସେ ଅପରୂପ ସୌନ୍ଦର୍ଯ୍ୟକୁ,
ଯାହାକୁ ମୁଁ ଆଖି ମୁଦି ବି କରିପାରେନି ସମାପ୍ତ
ବରଂ ସେ ଦିଶେ ଆହୁରି ଉଜ୍ବଳ
ପ୍ରବାହିତ ଶିରା ଦେଇ ସମଗ୍ର ଶରୀର।।
-
ନୀରବ ଆଇନାଟେ ପଛେ ନ ବୁଝୁ ଯନ୍ତ୍ରଣା ତାର
ହେଲେ ସେ ତା'ର ପ୍ରତିବିମ୍ବ ସାଜି
ବାନ୍ଧିପାରେ ଅନୁତାପର ଅମାପ ଅନ୍ୱେଷଣ ମାନଙ୍କୁ।
ଶ୍ରାବଣୀର ଶୋଷ ଅସରାଏ ବର୍ଷା ମେଣ୍ଟାଇ ପାରେନାହିଁ ବୋଲି
ସେ 'ହେସ୍,ପୁଣି ଆଉ କେବେ' କହି ହସି ଦିଏ।
କେଉଁ ପ୍ରିୟତମାର ମେଞ୍ଜୁଆତି ମହକ ଭାବନାରେ
ହାତଧରି ଚାଲୁଥିବା ସେ ଚଗଲାଟିଏ।
ତ କେବେ ଚେରାପୁଞ୍ଜିର ସଡ଼କରେ ମେଘ ପାଲିଙ୍କି
ସଜାଡୁଥିବା ସାଧବ ପୁଅ।
ସେ ଯାହା ବି ହେଉ
ତା ଲେଖାକୁ ମୁଁ ଖୁବ୍ ଭଲ ପାଏ।
-