ମୁଁ ବାପାଙ୍କ ଝିଅ
-
💫 One true reader is the only need, not a fake follower.
💫ମନର ଅସଜଡ଼ା ଭ... read more
ତୁମେ ନିରୋଳାରେ ଆସି
କହିଯାଅ କିଛି
ଅକୁହା ଭାବନା ମଧ୍ୟେ,
ତୁମେ କୋଳାହଳେ ସାଜ
ଅସରନ୍ତି ଶକ୍ତି
ଅଦେଖା ଲେଖନୀ ଶବ୍ଦେ ।
ତୁମ ଆସିବା ଖବର
ନିତି ଆସେ ମନ-
କଳ୍ପନା କାଗଜ ଫର୍ଦ୍ଦେ,
ତୁମେ ତଥାପି ଆସନି
ଠକିଦେଇ କୁହ
ଅଛ ବୋଲି ଏଇ ହୃଦେ ।
-
ଝରା ଶେଫାଳୀର ପ୍ରୀତି ସୁଗନ୍ଧରେ
ସକଳ ସନ୍ତୋଷ ତୁମେ,
ଭରା ଜୀବନର ଆତ୍ମତୃପ୍ତି ମଧ୍ୟେ
ଶାନ୍ତିର ସୌଭାଗ୍ୟ ତୁମେ ।
ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ...-
ଏଇ ତ ଆସିଛି ଫଗୁଣ,
ପ୍ରୀତି ପ୍ରାଙ୍ଗଣର ସଜ ଗୋଲାପଟିଏ ପରି;
ଅନେକ ଅନୁଭୂତିର ପ୍ରତିବଦଳରେ
ଢେରସାରା ଭଲପାଇବାକୁ ଧରି
ଠିକ୍ ତୁମ ପ୍ରେମର ଅବିକଳ ପ୍ରତିବିମ୍ବଟିଏ ପରି ।
ଅନୁଶୀର୍ଷକରେ ପଢ଼ନ୍ତୁ ସମ୍ପୂର୍ଣ୍ଣ କବିତା...-
ଗୋଲାପ : ଏକ ପ୍ରେରଣା
ବିରାଟ ବିରାଟ ଅସମ୍ଭବମାନଙ୍କ ଗହଣେ ବି
ଜିତିପାରେ ଏକ କ୍ଷୁଦ୍ର ସମ୍ଭାବନା,
ଠିକ୍ ଯେମିତି;
ବହଳ ବହଳ ତୀକ୍ଷ୍ଣ କଣ୍ଟାମାନଙ୍କ ମଧ୍ୟେ
କୁନି ଗୋଲାପଟି ହିଁ ସଭିଙ୍କ କାମନା ।
ପ୍ରାପ୍ତିର ପରିସୀମାକୁ ପ୍ରାପ୍ତ କରିବା
କହିଦେବା ଭଳି ଏତେ ସହଜ ନୁହେଁ,
ଠିକ୍ ଯେମିତି;
କଣ୍ଟାର ପରିଧିକୁ ଡେଇଁଯାଇ
ଗୋଲାପକୁ ଛୁଇଁବା ଏତେ ସହଜ ନୁହେଁ ।
ଜିତିବାକୁ ହେଲେ ରକ୍ତାକ୍ତ ହେବାକୁ ପଡ଼େ
ପ୍ରତିଥର ହାରୁଥିବା ଭୟମାନଙ୍କ ମଧ୍ୟେ,
ଠିକ୍ ଯେମିତି;
ସଦ୍ୟ ପ୍ରସ୍ଫୁଟିତ ଗୋଲାପଟି ହସୁଥାଏ
ଯନ୍ତ୍ରଣାଦାୟୀ କଣ୍ଟକିତ ବିଛଣାର ମଧ୍ୟେ ।-
ଶୁଭଜନ୍ମଦିନ ଶୁଭଅବସରେ
ଅଶେଷ ଶୁଭେଚ୍ଛା ତୁମକୁ,
ଶୁଭାଶିଷଭରା ଶୁଭକାମନା ଯେ
ପୁଷ୍ପିତ କରୁ ଜୀବନକୁ ।।
ସ୍ବପ୍ନ ଯେତେସବୁ ଆଖି ପଲକରେ
ଭରି ରଖିଛ ଅମାପ,
ପୂରାକର ତାକୁ ଅବିଶ୍ରାନ୍ତ ଶ୍ରମେ
ଆଙ୍କି ରଙ୍ଗମୟ ଚାପ ।।
ପୂର୍ଣ୍ଣ କୁମ୍ଭପରି ପୂର୍ଣ୍ଣ ହେଉ ତବ
ଯେତେ ଆଗତ ଆକାଂକ୍ଷା,
ଚଲାପଥ ଭିଜୁ ସୁଖ ବାରିଧାରେ
ବଢ଼ୁ ଆୟୁଷର ସଂଖ୍ୟା ।।
ଏତିକି କାମନା ଆଜ ଶୁଭଦିନେ
ସେଇ ବିଭୁଙ୍କ ପାଦରେ,
ଲଭ ସଫଳତା ହୋଇ ବିଜୟୀ
ଏଇ ଜୀବନ ଯୁଦ୍ଧରେ ।।-