QUOTES ON #ଦୀପାବଳି

#ଦୀପାବଳି quotes

Trending | Latest
14 NOV 2020 AT 19:03


ଦୀପାବଳୀ

ରାମଙ୍କ ପ୍ରତ୍ୟାବର୍ତ୍ତନର ଖୁସିରେ ଏ ପର୍ବ
ହେଲେ ତୁମେ ଖୁସି କାହିଁକି???
ତୁମେ କଣ ଚିହ୍ନିଛ ରାମଙ୍କୁ??
ମାନିଛ କେବେ ତାଙ୍କ ଆଦର୍ଶ??
ଚାଲିଛ କେବେ ସତ୍ୟ ଓ ମର୍ୟାଦାର ରାସ୍ତାରେ?
ତାହେଲେ କାହିଁକି ଏ ମିଥ୍ୟା ପ୍ରହସନ!!!!!
ରାମଙ୍କ ପର୍ବରେ ତୁମେ ରାମଙ୍କ କେତେ ପାଖରେ???

( ଅନୁଶୀର୍ଷକରେ 👇🏻👇🏻)

-


14 NOV 2020 AT 9:42

ଆଲୋକ ମାଳାରେ ଘରକୁ ସଜେଇ
ଆମେ ପାଳିବାରେ ଦୀପାବଳୀ
ଅନ୍ଧକାର ସବୁ ଦୂର କରିଦେବା
ମାଟି ଦୀପ ଟିଏ ଜାଳି ,

ଧରାଧାମ କୁ ଓହ୍ଲାଇ ଆସି
ପୂଜା ହେବେ ମା କାଳୀ
ବଡ଼ ବଡୁଆଙ୍କୁ ଡାକିବା ଆମେ
କାଉଁରିଆ କାଠି ଜାଳି ,

ନାନା ପ୍ରକାରର ପିଠା ଖାଇବା
ତା ସାଥିରେ ଖିରି ପୁରୀ
ସ୍ନେହ ଶ୍ରଦ୍ଧା ଆମେ ସଭିଙ୍କୁ ବାଣ୍ଟିବା
ହସ ଖୁସି ଦେବା ଭରି..।।

-


14 NOV 2020 AT 21:06

ତୁମ ପାଇଁ ପଦେ
***********
ସଖି ଗୋ ରହି ରହି ଆଜି ତୁମ କଥା ମନେ ପଡେ,
ଦୀପାବଳିର ଉଜ୍ୱଳ ଆଲୋକ ମାଳା ଭିତରେ
ତୁମ ଚେହେରା କେବଳ ଉଙ୍କି ମାରେ!
ଏଇ ହୃଦୟ ବିଳପି ଉଠେ ଯେତେବେଳେ
ତୁମ କଥା ବେଶୀ ମନେ ପଡେ.....
ଏଇ ହୃଦୟ କୋଣରେ ଜଳୁଛ
ଦୀପଟିଏ ହୋଇ ଚିରନ୍ତନ....
ତୁମ ଭଲପାଇବାର ତୈଳ ଦେଇ ଏମିତି
ଜଳେଇ ରଖ ଏଇ ଆମ ପ୍ରୀତିର ବନ୍ଧନ...
ଶୁଭ ଦୀପାବଳିର ଅନେକ ଅନେକ ଅଭିନନ୍ଦନ
ମୋର ପ୍ରିୟ ପ୍ରାଣର ସଖି 💕💕💐💐

💐 💐💕ସ୍ବର୍ଣ୍ଣନିହାର💕 💐💐







-


13 NOV 2020 AT 22:37

ଆଜି ଦୀପାବଳୀ
ନା ଦୀପ
ନା ତେଲ
ନା ବାଣ
ନା ମିଠା
କିଛି ବି ନ ଥିଲା ଘରେ,
ସକାଳୁ ବାପା କହି ଯାଇଥିଲେ,
"କାମରୁ ଫେରିଲା ବେଳେ
କିଣି ଆଣିବେ ସବୁକିଛି,
ପାଳିବା ଆମେ ଦୀପାବଳୀ। "
ସଂଧ୍ଯା ଯାଇ ରାତି ଦୁଇ ଘଡି ହେଲା
ଦେଖା ନ ଥିଲା ତାଙ୍କର।
ସାହିର ସବୁ ଦୀପ ଲିଭିଗଲା ପରେ
ଫେରିଥିଲେ ସେ ଖାଲି ହାତ ରେ
ତଥାପି ମନେ ନ ଥିଲା ଦୁଃଖ
ଇଚ୍ଛା ହଉଥିଲା କୁଣ୍ଢେଇ ଧରି ହେବାକୁ ଗେଲ
ଦେଖି ତାଙ୍କର ଉଦାସ ଶୁଖିଲା ମୁହଁ।

-


27 OCT 2019 AT 21:59

କୋଟି ଦୀପର ଆଲୋକରେ
ଅନ୍ଧକାର ଦୂର ହୋଇଯାଏ,
କିନ୍ତୁ,
ଦୀପ ଲିଭିଗଲା ପରେ ?

-


3 NOV 2021 AT 14:48

ତଥାପି ମୁଁ ଆଜି ହସୁଛି


-


8 NOV 2018 AT 9:19

ଆସ ମା ଅସିତା ବରଣୀ ଶଙ୍କର ଘରଣୀ
କାଳୀ କାଳୀ ମହାକାଳୀ କାଳୀକେ
ପାପ ହାରିଣୀ ,ତୁମ ପାଦ ସ୍ପର୍ଶ ରେ ଧରା
ହେଉ ପୁଲକିତ,ସୁରଭିତ।
ମୋଚନ ହେଉ ରୋଗ ,ଶୋକ
ଦୁଃଖ,କ୍ଳେଶ,ଅଭାବନୀୟ ଅବସ୍ଥା।

କାଳୀ କାଳୀ ମହାକାଳୀ କାଳୀକେ ପାପହାରିଣୀ
ଧର୍ମ କାମ ପ୍ରଦେ ଦେବୀ ନାରାୟଣୀ ନମସ୍ତୁତେ ।

-


13 NOV 2020 AT 23:53

ହୃଦୟକୁ ମୋର ମାଟି ଦୀପ କରି
ସଜାଡି ଦେଇଛି ସଳିତା ମନର
ତୁମ ପ୍ରୀତି ଛୁଆଁର ତୈଳ ଢାଳି ଦେଇ
ଆସ ଜାଳିବା ଭଲପାଇବାର ଦୀପ !!

-


14 NOV 2020 AT 23:14

ମନ ଅଗଣାରେ ଜଳେଇଛି ଦୀପମାଳା
ତୁମ ପ୍ରିତିର ସଳିତା ଦେଇ
ସେଇ ଉଜ୍ୱଳ ଆଲୋକେ ଦେଖୁଛି
ସପନ ସାଥି ତୁମକୁ ନେଇ !!

-


15 NOV 2020 AT 7:36

ଜଳୁଥାଉ ମୋର ଜୀବନ ପ୍ରଦୀପ
ଅନ୍ଧକାର କରି ଛେଦ
ମୋ ଧର୍ମ ମୋ କର୍ମେ ଆଲୋକିତ ହେଉ
(ତୁମ)
ଅନ୍ଧାର ବୋଳା ଦ୍ଵିପାଦ..!!

-