[ ନାସ୍ତିକ ଉବାଚ ]
ନିଦ ଆସେନା ଈଶ୍ୱର ଙ୍କୁ,ଅନ୍ଧାର ଘୋଟିଲେ ପୃଥ୍ବୀ ଆଖିରେ
ଈଶ୍ୱର ଖୋଜନ୍ତି ଘିଅ ଦୀପ ସଳିତା ଘଣ୍ଟ ଘଣ୍ଟା ମୃଦଙ୍ଗ କଳରବ
ଖୋଜନ୍ତି ଏକାନ୍ତରେ ପ୍ରିୟ ମନ୍ତ୍ର ଉଚ୍ଚାରୁ ଥିବା ସହଚର
ଅନ୍ଧାର ଘୋଟିଲେ,
ମଣିଷ ରୂପରେ ଓହ୍ଲାଇ ଆସନ୍ତି ଶ୍ୱାନ ଶୃଗାଳ ଚତୁରକ
ସେତେବେଳେ ଈଶ୍ୱର ଦିଶନ୍ତି ଖୁବ୍ ଭୟାତୁର
ଭଲା,କେହି ଦିଅନ୍ତେନି ନିଜ ଚୁଲି ମୁଣ୍ଡରୁ ଆଞ୍ଜୁଳେ ଅଙ୍ଗାର
କେହି ବୁଲି ଆସନ୍ତେନି ଘେରାଏ ସେପାଖେ
ଏଇ ତ ଧୁଆଁଳିଆ ଦିଶୁଛି ବୋଧହୁଏ ଈଶ୍ୱର ଙ୍କ ଘର
ହୁଏତ ଏବେ ଝଡ଼ ଟିଏ ଗିଳି ଯାଉଛି ଇଶ୍ଵରଙ୍କ ଚାଳ ଛପର
ଅସହାୟ ଭାବେ ନୀରବ ନିଶ୍ଚଳ ନୟନେ
ଆକାଶ କୁ ଚାହିଁଛନ୍ତି ଈଶ୍ୱର,
ପୀଡ଼ା ଜର୍ଜରିତ କମ୍ପନ ଭେଦି ଯାଉଛି କର୍ଣ୍ଣ ଗହ୍ୱର
ହୁଏତ ଈଶ୍ବରଙ୍କୁ ଏବେ ଶହେ ଚାରି ଜ୍ଜର
ହେ' ଆସ୍ତିକ ଗଣ,କେହି ପଚାରି ବୁଝନ୍ତନି
କେମିତି ଅଛନ୍ତି ଈଶ୍ୱର
:
ମୁଁ..?
ଆରେ ନା ନା
ମୋ ଘର ତ ଈଶ୍ୱର ଙ୍କ ଠାରୁ ଯୋଜନ ଦୂର..!!
______________ସମାପ୍ତ______________
-
ମୁଁ ତ ନିମିତ୍ତ ମାତ୍ର ଭାବନାରେ ଭାବୁକ
ଏଇ ସୌନ୍ଦର୍ଯ୍ୟ ଭରା ପ୍ରକୃତି ପ୍ରେ... read more
ଅନ୍ୟକୁ ଦେଖିବା ହିଁ ପ୍ରେମ,ନିଜକୁ ଦେଖିବା ତ ଅହଂକାର
କିନ୍ତୁ ଏକଥା ତୁମେ ବୁଝନା ପ୍ରିୟ..!
ହେଇପାରେ ତୁମ ଆଖିରେ ମୋହମୁଗ୍ଧ ଗାଢ଼ ଅନ୍ଧାର
ଅବା ସେ ଆଖି ଅନ୍ଧତ୍ବ ଶୀକାର
ତଥାପି,ଏଇ ଧର
ମୁଁ ବଢ଼େଇ ଦେଇଛି ହୃଦୟ
ପଙ୍କ ରୁ ଉଠି ଆସି ପଦ୍ମ ଭଳି ମୁରୁକି ହସି କୁହ
ପ୍ରିୟ ,ମୁଁ ପ୍ରେମରେ ଏଥର..!-
[ ରାତି-୧ ]
ଏମିତି ହିଁ ନିରବରେ ବଢୁଥାଏ ରାତିର ବୟସ
ମାଳ ମାଳ ପ୍ରଶ୍ନବାଣ ଚାରିପାଖେ ସ୍ମୃତି ଙ୍କ ମେଲଣ
ନୀଳ ହ୍ରଦ କାଚ କେନ୍ଦୁ ପାଣି ଭଳି ପ୍ରେମିକ ଆକାଶ
ମୋ ଆଖିକୁ ଯାଚୁଥାଏ ପ୍ରେମ ଟୋପେ ଭେଜାଲ ବିହୀନ..!
ପାରେନାହିଁ କହିବାକୁ ତା' ପରି ମୁଁ ନାଚାର ପ୍ରେମିକ
ରୂପ ରଂଗ ଦେହ ଦାହ ମୁଲଚାଲ ମହଙ୍ଗା ବଜାରେ
ତିରସ୍କୃତ ନାୟକଟେ ଏ ଦେହରେ ନାହିଁ ସେ ଚମକ
ରଙ୍ଗମୟ ପ୍ରଜାପତି ଦୂର ଦେଶୁଁ ଟାଣିବ ହଜାରେ..!
ମୋ ଆଖିର ଝାଉଁବଣେ ବୈଶାଖ ର ନିଃସଙ୍ଗ କବିତା
ଅଦିନିଆ ଝଡ଼ ଆଣେ ସାରା ପୃଥ୍ବୀ ମୂର୍ଚ୍ଛାହତ ଦିଶେ
ମନ ଖୋଲି ରାତି କାନେ କହେ ଯେବେ ହୃଦ ତଳ କଥା
କେଜାଣି କାହିଁକି,ସେ ଦରଜ ମାୟାବିନୀ ରାତି ଭଳି ହସେ..!
ଏମିତି ହିଁ ଚିରକାଳ,ରାତି ଆଣେ ଯୈ।ବନ ବାରତା
ପ୍ରେମିକା ର ଆଖି ଓଠ ପ୍ରେମ ଭଳି (କେତେ କେତେ) ସବୁଜ କବିତା..!!-
ଯେ ଯାଏଁ ଜଳୁଛି ଦୀପ,କ୍ଷୟ କ୍ଷତ ଉଜାଗର ହେବ
ରାତିର ଶୂନ୍ୟତା ଭେଦୀ,ହୃଦୟ ଟେ କା' ପାଇଁ ଜଳିବ..!
ବହଳ ଅନ୍ଧାର ଭଳି,ଦୁଃଖ ଯେତେ ଘେରିଥାନ୍ତୁ ମୋତେ
ଏ ରାତି ଶେଷ ସନ୍ତକ,ସକାଳକୁ ମୁହଁ ମୋଡ଼ି ଦେବ..!
ରାତି ପରି ସବୁ ସାଥୀ,କିଛି କ୍ଷଣ ଲାଗନ୍ତି ନିଜର
ଆଲୋକିତ ପକ୍ଷ ପରେ,ଆନ ପକ୍ଷ ଅନ୍ଧାର ଗ୍ରାସିବ..!
ଅନ୍ଧାର ମୋ ଭାରି ପ୍ରିୟ,ଭେଦ ଭାବ କିଛି ରଖେ ନାହିଁ
ଆଲୋକ ତ ଆଲୋଚକ,ଉଚ୍ଚ ନୀଚ ପାଚେରୀ ତୋଳିବ..!
ଦେହ ସଂଗେ କ୍ଷୟ କ୍ଷତ,ଆଜୀବନ ଅନ୍ଧାରରେ ଥାଉ
କ୍ଷୟ କ୍ଷତ ଶୂନ୍ୟ ହେଲେ,ମଣିଷ କୁ ମାଟି ଆଲିଙ୍ଗିବ..!!-
ବର୍ଷା:-୧
ଆହା ସେ ବିଟପୀ ପ୍ରିୟ ସମୀରଣ ଏଡ଼େ ନିଦାରୁଣ
କଥା ଛଳେ ଛନ୍ଦି ଦେଲା ପ୍ରୀତି ଇନ୍ଦ୍ରଜାଲ
କେ' ଜାଣିଛି ଚତୁରତା କାହା ଲାଗି ତା'ର ଏ ଭିଆଣ
ପ୍ରେମ ସ୍ପର୍ଶ ପାଇବାକୁ ଖେଳ କରେ , କହିବା ବାହୁଲ୍ୟ..!
ଆକାଶ ରେ ବୁଲିବାକୁ ଡ଼ାକି ନେଇ ଛାଡ଼ିଲା କି ହାତ
ବାଟବଣା ଜଳକଣା କାନ୍ଦେ ଦେଖ ଗୁମୁରି ଗୁମୁରି
ଆପଣାର କୋଳ ବୋଲି ଡ଼ାକେ ସିନା ମାଟିର ପଣତ
ତୈୟାର ବସିଛି ସଦା ଲୁହ ଲହୁ ନେବାକୁ ଆବୋରି..!
ଅଭିମାନୀ ପ୍ରିୟା ପରି ବାରିଧାରା କାଚିଦିଅ ପାଦ
ରାଗ ଋଷା ପ୍ରେମ ଲାଗୁ ନାନା ବାଦ୍ୟ ଘୁଙ୍ଗୁର ଶବଦ
ବିରହ ବୈଶାଖ ଜ୍ୱ।ଳା ଭୋଗିଛି ଯା' ପ୍ରେମିକ ର ହୃଦ
ଲେଉଟାଣି ପର୍ବ ଦେଖି ଆକାଶରେ ନାଚୁ ପୁଣି ବିଦ୍ୟୁତ୍ ଜଳଦ..!
କେ' କହନ୍ତି ବର୍ଷା ଏକ ମଧୁମୟ ପ୍ରଣୟ ଝଙ୍କାର
ମୋତେ ଲାଗେ ନିଆଁ ନର୍କ ଫେଣ୍ଟା ଫେଣ୍ଟି ମୁକତିର ଦ୍ଵାର..!!-