ପ୍ରିୟ ର yq ପରିବାର
ଆପଣ ମାନଙ୍କ ସହିତ ଦୀର୍ଘ ପାଞ୍ଚ ବର୍ଷ ର ସମ୍ପର୍କ। ଏଇ ସମ୍ପର୍କ ଯେ ଦିନେ ବିଦାୟ ନେବାକୁ ପଡିବ ସେହି କଳ୍ପନା ଆମ କାହା ପାଖରେ ମଧ୍ୟ ନ ଥିଲା । ଆମ ସମସ୍ତଙ୍କୁ ଲେଖିବାକୁ ଉତ୍ସାହ ଆଉ ପ୍ରେରଣା ତୁମେ ଯୋଗାଇଛି। ଅନେକ ସମୟରେ ଆମେ କେବଳ ତୁମ ପାଇଁ କଲମ ଚାଳନା କରିଛୁ ତୁମ ଆଗ୍ରହ କୁ ଦେଖି। ଏହା କୌଣସି ଡିଜିଟାଲ ପ୍ଲାଟଫର୍ମ ନ ଥିଲା । ଘର ଥିଲା ପରିବାର ଥିଲା। ଏଇଠି ବଡ଼ ଠାରୁ ଛୋଟ ଯାଏଁ ପରିବାର ସଦସ୍ୟ ଥିଲେ। ହୁଏତ ଆଜି ତୁମେ ଏଇ ଡିଜିଟାଲ ପ୍ଲାଟଫର୍ମ ରୁ ବିଦାୟ ନେବ। ହେଲେ ଆମ ହୃଦୟ ରେ ସବୁବେଳେ ସବୁ ସମୟରେ ରଖିବ।
ଏ ବିଦାୟ ପତ୍ର ଲେଖିବାକୁ ହାତ ଯାଉ ନାହିଁ। ନିଜକୁ ମଧ୍ୟ ବିଶ୍ଵାସ ହେଉ ନାହିଁ। ଆଗକୁ ଆଉ ତୁମ ସହିତ ସାକ୍ଷାତ ହେବ ନାହିଁ ଚିନ୍ତା କରି। ହୃଦୟ ରେ ଥିବା ଅନେକ ଭଲ ପାଇବା ଆଉ ଉଦାସ କୁ ଶବ୍ଦ ରେ ଲେଖିବା କଷ୍ଟକର ହେଇ ଯାଉଛି। ତଥାପି ଆମ ସମସ୍ତଙ୍କ ପାଇଁ ଲେଖିବାକୁ ଉତ୍ସାହ ର ମାଧ୍ୟମ ଆଉ ପରିଚୟ ଦେଇଥିବାରୁ ଅନେକ ଧନ୍ୟବାଦ। ଆଜି ଆମେ ସବୁ ଯାହାବି ଅଛୁ। ସାହିତ୍ୟ କ୍ଷେତ୍ରରେ କିଛି ଟା ପାଦ ଆଗକୁ ଚାଲି ପାରିଛୁ ସେଇଟା କେବଳ ତୁମ ପାଇଁ। ସେଥିପାଇଁ ହୃଦୟ ରୁ ଅନେକ ଧନ୍ୟବାଦ।
ବିଦାୟ ଶବ୍ଦ ଶୁଣି ନିଜକୁ ମଧ୍ୟ ବିଶ୍ଵାସ ହେଉ ନାହିଁ।
ମୋ ସ୍ମରଣିକା ର ଯାତ୍ରା ଦିନେ ସଂଧ୍ୟାରେ ତୁମ ଠାରୁ ଆରମ୍ଭ ହୋଇଥିଲା । ଏଇ କଥା ମୁଁ କେବେ ଭୁଲି ପାରିବି ନାହିଁ। ମୋତେ ଏଇଠି ବହୁତ କିଛି ମିଳିଛି। ଯାହାକୁ ମୁଁ ଶବ୍ଦ ରେ ପ୍ରକାଶ କରି ପାରିବି ନାହିଁ। ଆଜି ଶେଷଥର ପାଇଁ ପୋଷ୍ଟ କରୁଛି ଭାବିଲା ବେଳକୁ...
© ସ୍ମରଣିକା --
ବକ୍ଷ ତଳେ ଆଶ୍ରୟ ନେଇ
ପରିଚିତ ସ୍ବପ୍ନର ଠିକଣା ଖୋଜୁଚ୍ଥି ମୁଁ ।
ତୁମ ସ୍ମୃତି ଗୁଡ଼ିକ
ରାତିର ନିରବତା ରେ
ସଜ ସଜ ଶେଫାଳୀ ପରି ଫୁଟି ଉଠି
ମୋ ମନର ଅଗଣାକୁ ମହକାଇ ଦିଏ।
ତା' ସହିତ କିଛି ସମୟ ପାଇଁ
ମୋ ଚାରି ପାଖରେ ଭ୍ରମର ବଳୟ
ତିଆରି ହେଇଯାଏ।
ଯେତେ ନ ଚାହିଁଲେ ବି
ତୁମ ସ୍ମୃତି ଗଳି ରେ
ମନ ଆପେ ଆପେ ପାଦ ରଖିଦିଏ ।
ବହୁତ ଭଲଲାଗେ ସେହି ମାୟାବୀ ପରିବେଶ ଟି,
ସମୟର ତାଳରେ ଶେଫାଳୀ ଯେତେବେଳେ
ପ୍ରସ୍ତୁତ ହୋଇ ଉଠେ ମାଟିର ବାସ୍ନା ଚୁମିବାକୁ
ବାସ୍ତବ ର ଆଘାତ ରେ ଧୂଳିସାତ ହେଇଯାଏ ସବୁ ।
ମନରେ ଥିବା ସବୁ ଆତ୍ମୀୟ ଆବେଗ ଅପସରି ଯାଇ
କର୍ଣ୍ଣ ଗହ୍ୱରରେ ଉଚ୍ଚାରଣ ହୁଏ,
କ'ଣ ମଣିଷ ସତରେ ଏତେ ସ୍ଵାର୍ଥପର ହେଇଯାଏ
ସମୟ ପରିବର୍ତ୍ତନ ସୁଅର ହାତ ଧରି।-
ମୁଁ ଆସ୍ତେ ଆସ୍ତେ ତା'
ଜୀବନ ପରିଧି ରୁ ବାହାରି ଆସିଲି ,
ଆଉ ସେ ବି ମୋତେ ଯିବାକୁ ଦେଲା ।
ମୁଁ ଆଉ ଆଗ ପରି ଜରୁରୀ ନ ଥିଲି ତା' ପାଇଁ
ଏକଥା ତା' ଅଣଦେଖା ମୋତେ ପାଦେ ପାଦେ କହି ଦେଉଥିଲା।
ତଥାପି ମନରେ ସମ୍ପର୍କ ବଜାୟ ରଖିବାର ଆଶା ଟିଏ ଥିଲା।
ହାଏ ! ସେ ଯେଉଁଦିନ କହିଲା ;
"ମୁଁ ଠିକ୍ ସମୟରେ ଔଷଧ ଖାଇଲି କି ନାହିଁ
ମୁଁ କେମିତି ଅଛି ପଚାରିବ ନାହିଁ।"
ସେ କଥା ଶୈଳୀରେ ରୁକ୍ଷତା ପୂର୍ଣ୍ଣ ଥିଲା।
କେବଳ ସେତିକି ଅଟକି ନ ଥିଲା,
ମୁଁ କୁଆଡ଼େ ତାକୁ ଅଭିଶାପ ଦଉଛି
ଆଉ ସେଇଥି ପାଇଁ ସେ ବହୁତ ଦୁଃଖ ପାଉଛି।
ଏମିତି ଅନେକ କିଛି କହିଗଲା ..
ମୋ ହୃଦୟ ଭିତରେ ରେଖାଟିଏ ଟାଣି ହେଇଗଲା ।
ଯାହା ହୁଏତ ଆଉ ଲିଭେଇ ହେବ ନାହିଁ କେବେ।-
କାହାଣୀ ଶେଷରେ ରହିଯାଇଥିବା ଭଗ୍ନାଂଶର
ସାରାଂଶ କୁ ନେଇ ପୁଣି ଆରମ୍ଭ ହୁଏ
ନୂତନ ବିଷୟବସ୍ତୁ , ନୂତନ ଚରିତ୍ରର କାହାଣୀ।
କାହାଣୀ କ'ଣ କେବେ ଶେଷ ହୁଏ ?
ତା'ର ଆରମ୍ଭ ହୋଇଥିଲା
କେଉଁ ଗୋଟିଏ ଶୁଭ ମୁହୁର୍ତ୍ତ ରେ।
ଶେଷରେ ଯୋଡ଼ି ହେଇଯାଏ
ଏ ଫୁଲଗଛ ତୁ କାହିଁକି ମଲୁ ପ୍ରଶ୍ନରେ,
ନୂତନ କାହାଣୀ ର ଆରମ୍ଭ
ପୁରୁଣା ହେଉ କି ସେ ନୂଆ
ସବୁର ଅନ୍ତର୍ଭୁକ୍ତ ଥାଏ
କିଛି ବେଦନା
କିଛି ସଂଘର୍ଷ
କିଛି ଆପଣା ଲୋକଙ୍କ ବିଶ୍ୱାସ ଘାତକତା,
କିଛି ସ୍ମୃତି କିଛି ଅନୁଭୂତି ର ଅନୁଭବ।-
ତୁମ ପାଇଁ ଖୁସିର ମନ୍ଦିର ତିଆରି କରୁକରୁ
କେତେବେଳେ ଯେ ନିଜ ପାଇଁ
ଏକୁଟିଆ ପଣର କୂଅ ଖୋଲି ଦେଇଥିଲି
ମୁଁ ନିଜେ ଜାଣି ପାରିଲି ନାହିଁ।
ତଥାପି ତୁମେ କୁହ
" ମୁଁ କୁଆଡ଼େ ତୁମକୁ ଅଭିଶାପ ଦେଲି
ଆଉ ତୁମେ ଦୁଃଖରେ ଅଛ
ସେଥିପାଇଁ ତୁମେ ମୋ ଗାଲରେ ଚାପୁଡା ମାରିବାକୁ ଇଛା କରୁଛ।"
ତୁମ ଇଚ୍ଛା କାଇଁ କେବେ ଠାରୁ ପୁରଣ ହେଇ ସାରିଛି
ମନେ ନାହିଁ କି ତୁମର ,
ସେଦିନ ସଂଧ୍ୟା ରେ ମୁଁ ଯେତେବେଳେ ଅଭିଯୋଗ କଲି
, " କ'ଣ ତିନି ସପ୍ତାହ ହେଲା ତୁମ ପାଖରେ ସମୟ ନଥିଲା
ପଚାରିବାକୁ ମୁଁ କେମିତି ଅଛି ?"
ମୋର ଅଭିଯୋଗ ଶୁଣି ତୁମେ ବହୁତ ହସିଥିଲ
ସେହି ହସର ଗୁଞ୍ଜରଣ ମୋ ଗାଲରେ ଶକ୍ତ ଚାପୁଡା ହଁ ମାରୁ ଥିଲା। "-
ଆଖି ଭିଜୁଚ୍ଥି
ରଜନୀର ଖାଁ ଖାଁ ନିରବତା ରେ
ତୋଫା ଜହ୍ନ କିରଣ ତଳେ
ମନ ଝିଲ୍ଲୀ କୂଳେ,
ତୁମ ଅପେକ୍ଷା ରେ...
ଏ ମନ ଜାଣିଚ୍ଥି
ତୁମେ ଆସିବ ନାହିଁ
ତଥାପି ସେ ଅବୁଝା ରହିବାକୁ ଚାହେଁ..
କାଳେ ତୁମେ ଆସି ପାଖେ ବସି ଗମ୍ଭୀର ସ୍ବରରେ କହିବ
ମୋ ପାଇଁ ତୁମେ ଲେଖିଥିବା ତୁମର ସେହି
ପ୍ରଥମ ପ୍ରେମ କବିତା କୁ ଆବୃତ୍ତି କରିବ ନାହିଁ ଆଜି..
-