◆ତୁମ ପାଇଁ ଚିଠି ଟିଏ◆
(ମୁଁ ଏମିତି ଏକ ସାବିତ୍ରୀ,ମୁଁ ଏମିତି ଜଣେ ପତିବ୍ରତା;
ମୋର ବୈଧବ୍ୟ ହିଁ ମୋ ସତୀତ୍ୱ ର ସାର୍ଥକତା )
(ପଢିବ ନିଶ୍ଚିତ)-
ଏବେ ସାବିତ୍ରୀ ବଜାର ମାନ୍ଦା,
କରୋନା ଯୋଗୁଁ କାହାର ଭଲ ହେଉ ନ ହେଉ
ସ୍ୱାମୀ ଜାତିଙ୍କର ମନ ଭଲ ରହୁଛି |
ବିଶେଷ ସୂତ୍ରରୁ ପ୍ରକାଶ |-
ସାବିତ୍ରୀ
*****
ବ୍ରତ ଉପବାସ ନ କର ପଛକେ
ମନେ ଥାଉ ପତି ପ୍ରେମ
ପୂଜାରେ ମନ ଟା ନଥିଲେ ନଥାଉ
ହୃଦେ ଥାଉ ଭକ୍ତି ତୁମ...
ପାଦେ ପ୍ରଣିପାତ ନ କରିଲେ ନାହିଁ
ନ ମଣିବ କେବେ ଧୂଳି
ଇଶ୍ୱର ବୋଲି ଯେ ନ ମାନିଲେ ନାହିଁ
ଛଳନା ଦେବନି ବୋଳି...
ଯମ ପାଖେ ଯାଇ ନ ମାଗ ପଛକେ
ସ୍ଵାମୀ ଆୟୁଷ ବରଣ
ହେଲେ କେବେ ତୁମେ ସାଜି ନ ଯାଅ ହେ
ତାଙ୍କରି ମୃତ୍ୟୁ କାରଣ...
ପ୍ରେମ ଏକା ସେଇ ପବିତ୍ର ମନ୍ଦିର
ସମ୍ମାନ ତୁମରି ଭକ୍ତି
ସମର୍ପି ଦିଅ ହେ ନିଜକୁ ତହିଁରେ
ମିଳିଯିବ ସବୁ ମୁକ୍ତି...-
ସାବିତ୍ରୀ ଭାର
ପଢ଼ନ୍ତୁ ଅନୁଶୀର୍ଷକରେ
ଏହା ଏକ ଝିଅର ଭାବନା ଓ ଭାବପ୍ରବଣତା ଉପରେ ଆଧାରିତ।
-
#୧୨ଘଣ୍ଟିଆ_ଉପାସ😅🤭😋
ମୁଁ କ'ଣ ଶୁଣିଲି ଯେ,,ସବୁ Nibba-Nibbi ଆଜି ୨୪ ଘଣ୍ଟିଆ ଉପାସ ବଦଳରେ ୧୨ ଘଣ୍ଟିଆ ଉପାସ କରିଛନ୍ତି??🤔🤭😱😱
ହଁ ଅବଶ୍ୟ,, ତାଙ୍କ ମ୍ୟାଚ୍ ଯେହେତୁ ଅଧା ଫିକ୍ସ୍ ହେଇଛି,, ତେଣୁ ସେମାନେ ପୂରା ଦିନଟା ଯାକ କାହିଁକି ଉପାସ କରିବେ??😃😋😜😂🤭-
ପ୍ରଥମ ସାବିତ୍ରୀ ବ୍ରତ
ଅଟେ ଆଜି ମୋର
ପତି ପରମେଶ୍ଵର ଆଣିଦେଇଛନ୍ତି
ମୋ ପାଇଁ ଗୋଟିଏ ଗଜରା ହାର।
କୁହନ୍ତି ନାଲି ଶାଢ଼ୀ ସହ
ଲାଗିବ ତୁମେ ଅତି ସୁନ୍ଦର
ହାତରେ ମେହେନ୍ଦି ଆଉ
ପାଦରେ ଅଳତା ପିନ୍ଧିଲେ
ଲାଗିବ ନୂଆବଧୂ ଆଜି ମୋର।
ପାଖେ ପାଖେ ଘୁରିବୁଲନ୍ତି
କାଳେ ଲାଗିଯିବ କାହା ନଜର
ଭୋକ ହେଲାଣି କି ପ୍ରିୟେ
କୁହନ୍ତି ଖାଇ ନିଅ କିଛି ଏଥର।
ସକାଳ ପହରୁ ପାଣି ଟିକିଏ ବି
ତୁଣ୍ଡେ ଭରି ନାହାନ୍ତି ପତି ମୋହର
ସାବିତ୍ରୀ କରେ ସତ୍ୟବାନ ପାଇଁ
ବିଧି ଅଛି ଏ ଓଷାର
କିନ୍ତୁ ସତ୍ୟବାନ ବି କରୁଛନ୍ତି ଓଷା
ଦେଖିଲି ଆଜି ଏ ଦୁଇ ନୟନେ ମୋର।
ପ୍ରାର୍ଥନା କରୁଛି ଆଜିର ଦିନରେ,
ଏପରି ଭଲ ପାଇବା ଥାଉ ଆମର
ମାନ ଅଭିମାନେ ଗଡ଼ି ଚାଲୁ ଏ ଜୀବନ
ଅତୁଟ ରହୁ ସଦା ସମ୍ପର୍କ ଏ ପ୍ରେମର।-
"ସୁହାଗିନୀ"
ହେଲେ ପଣ ଦେଲି ମରଣ ଆସିଲେ
ଭେଦିବ ଶରୀର ମୋର
ତୁମେ ପଛେ ଥିବ ସମ୍ମୁଖେ ମୁଁ ଥିବି
ଲଢ଼ିବ ସିନ୍ଦୁର ମୋର।
ସମ୍ପୂର୍ଣ୍ଣ କବିତା ପଢ଼ନ୍ତୁ ଅନୁଶୀର୍ଷକରେ-