ତୁମ ଆଖି ନୀଳ ସାଗର ପରିକା
ପଲକ ସତେ କି ଲାଗେ ବେଳାଭୂମି,
ତୁମେ ପରା ମୋର ସ୍ୱପ୍ନର ନାୟିକା
ତୁମ ବିନା ସତେ କି ମୁଁ ମରୁଭୂମି.....
ଯେତେ ପ୍ରିୟ ସିନ୍ଧୁ ସେତେ ପ୍ରିୟ ତୁମେ
ତୁମ ଆଖିରେ ମୁଁ ହୁଏ ଆକର୍ଷିତ,
ଯେତେ ଭରିଛି ତୁମ ମନେ ପ୍ରେମେ
ସେତେ ବେଶୀ ତୁମ ପାଖେ ସମର୍ପିତ....
ତୁମେ ପାଖେ ଥିଲେ ସାଗର କୂଳରେ
ଇର୍ଷାରେ ଜଳିବ ନିର୍ଜୀବ ଶାମୁକା,
ତୁମେ ଗଢା ପର ଅତି ସୌନ୍ଦର୍ଯ୍ୟରେ
ମୋତି ଠାରୁ ଆହୁରି ଢେର୍ ଅଧିକା....
କେଉଁ ଶବ୍ଦେ ଆଉ କରିବି ବର୍ଣ୍ଣନା
ଭାବି ଦେଲେ ବନ୍ଦ ହୁଏ ମୋ ଭାବନା.... — % &-
ସପ୍ତମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଟାଇମ ଟେବୁଲ ନ ଜାଣି ସାମାଜିକ ବିଜ୍ଞାନ ପରୀକ୍ଷା ଦିନ ଭୂଗୋଳ ପଢି ଯିବା ପରେ
ମୁଁ ମୋ ସାଙ୍ଗକୁ ପରୀକ୍ଷା ପ୍ରଶ୍ନ ପାଇବା ପରେ - — % &-
ମୋ ଝିଅ
********
ହାରି ଯିବା ବେଳେ ଜିତିବା ଶିଖାଇ
ସାହସ ସାଜି ସେ ଆସେ
ଭାବନାରେ ମୋର ତା କୋମଳ ସ୍ପର୍ଶ
ଛୁଇଁ ଦେଇ କେତେ ହସେ.....
ଭାଙ୍ଗି ବାକୁ ମୋତେ ଅନେକ କାରଣ
ସାମନାରେ ଥିବା ବେଳେ
ଗଢି ଦେବାକୁ ସେ ନୂଆ କରି ପୁଣି
ଥାଏ ମୋ ଆଖି କୋଳେ....
ଭାଗ୍ୟ ସିନା ମୋର ସଦା ବିପକ୍ଷରେ
ଦୁର୍ଯୋଗକୁ ଆଣେ ଟାଣି
ସ୍ନେହ ତାର ସତେ ବଜ୍ର ଢ଼ାଲ ପରି
ଜୀବନ ସେ ଦିଏ ପୁଣି.....
-ଅନୁ ଶୀର୍ଷକରେ.... — % &-
ଭାଇ ଜନ୍ମଦିନର ପାର୍ଟୀ ଟିକେ ହେଉ ନନ୍ଦନ ହୋଟେଲରେ
(ଟଙ୍କାଟେ ପାଖରେ ନଥିବା କଞ୍ଜୁସ୍ ମୋ ସାଙ୍ଗ)
👇👇👇👇👇— % &-
“ଶୂନ୍ୟତାର ପ୍ରିୟ ସ୍ମୃତି“
**************
ଭାବନା ସହରେ ଅତୀତର ଭିଡ
ଝଙ୍କାର ରାଗରେ ସ୍ମୃତି
ଆଖି ସାମ୍ନାରେ ଏ ନୀରବ ନିର୍ଜନ
ନିଃଶବ୍ଦ ଅନ୍ଧାର ରାତି.....
ହୃଦୟର ବୋଝ ଗୋପନରେ କହେ
ନୀରବେ ଶୂନ୍ୟତା ଶୁଣେ
ଚୁପ୍ ରହିବାକୁ କରିଛି ସେ ଚୁକ୍ତି
ସାଇତେ ତା ଆଖି କୋଣେ...
ଗୋପନ କଥାର ନଥାଏ ଶବଦ
ଶବ୍ଦ ହୀନ ସେଇ ଭାଷା
କେମିତି କେଜାଣି ଆପଣେଇ ଶୁଣେ
ମନର ଅବ୍ୟକ୍ତ ଆଶା....
ଅନୁ ଶୀର୍ଷକରେ.... — % &-
ମାଆ
******
ଅଜଣା ମୁଁ ତୁମ ବ୍ୟକ୍ତିତ୍ୱ ବିଷୟେ
ଆପଣା ମୁଁ ତୁମ ସ୍ନେହ ପରିଚୟେ,
ଅଚିହ୍ନା ସିନା ଏ ଅଭାବ ସମୟେ
ଚିହ୍ନା ପରା ଏଇ ଅବୁଝା ହୃଦୟେ.....
ଅଜଣା ମୁଁ ତୁମ ପରଶ ସ୍ପର୍ଶର
ଆପଣା ମୁଁ ତୁମ ସେ ପୁଅ ଡାକର,
ଅଚିହ୍ନା ସିନା ମୁଁ ତୁମ ମମତାର
ଚିହ୍ନା ପରା ଏଇ ପୁଅ ଆପଣାର....
ଅଜଣା ମୁଁ ତୁମ କଥାର କୁହୁକ
ଆପଣା ମୁଁ ତୁମ ଶବ୍ଦର ଚମକ,
ଅଚିହ୍ନା ମୁଁ ତୁମ ପଣତ ମହକ
ଚିହ୍ନା ଏଇ ଆମ ମା ପୁଅ ସମ୍ପର୍କ....
ବାନ୍ଧି ରହି ଥାଉ ଏଇ ନିବିଡ଼ତା
ଶବ୍ଦ ଅଭାବେ ଶେଷ କରେ କବିତା.... — % &-
କବିତା
******
କେତେ ବୋହେ ଲୁହ କେତେ ସହେ କୋହ
ତୁମେ କି ଜାଣିଛ ସାଥି
କେବେ କି ଦେଖିଛ କିଏ ସେ ସାଜିଛି
ଦୁଃଖ ରଥର ସାରଥି....
ନୀରବ ସାଜିଛି ନୀରବତା ବୋଳି
ଖୋଜି ତୁମ ଉପସ୍ଥିତି
କିଏ ସେ ଆସୁଚି ଜାଣିଛ କି ସାଥୀ
ମୋ ପାଖେ ସଞ୍ଜକୁ ନୀତି....
ଅଚିହ୍ନା ଲୋକଙ୍କ ଭିଡରେ ସାଉଁଟି
ମୁଁ ଚିହ୍ନେ ଚିହ୍ନା ମହକ
ଭିଡର ଶେଷରେ ତୁମେ ଯେ ଅଦୃଶ୍ୟ
ବୁଝେନା ଏ କି କୁହୁକ...
ଅନୁ ଶୀର୍ଷକରେ... — % &-
କେବେ କେବେ
ଲେଉଟିଇଲେ ଅତୀତ ପୃଷ୍ଠା,
କେତେ ମନେ ପଡେ ମିଠା ମିଠା ସ୍ମୃତି
ମନେ ପଡ଼େ ପୁଣି ଚାଟଶାଳୀ ପ୍ରୀତି,
ଭଙ୍ଗା ସିଲଟକୁ ସେ ଚକ୍ ଖଡି ଯୋଡି
ବାପା ନେଉଥିଲେ ହାତ ଛନ୍ଦି ଭିଡି,
ଖାତା କଲମ ସ୍ୱପ୍ନରେ ସାଇତା
"ଆହେ ଦୟାମୟ ବିଶ୍ଵ ବିହାରୀ"
ପ୍ରାର୍ଥନା ହିଁ ଏକା ଥିଲା
ଜୀବନ କବିତା
— % &-
କୁହୁକି
******
ନୂତନ ଦିବସେ ଉଠେ ମୁଁ ଉଦାସେ
ରାତି କଥା ଗୋପନରେ
ନୀରବ ଓଠର ଅକୁହା ଶବ୍ଦକୁ
ସଜାଉ ଥାଏ ସ୍ମୃତିରେ....
ସ୍ମୃତିରେ ସ୍ମୃତିରେ ସଜାଉ ସଜାଉ
ସ୍ମୃତିରେ ରହେ ସେ ରାତି
ସେତେବେଳେ କେହି ଆଲିଙ୍ଗନ କରେ
ଅନୁଭବ ହୁଏ (ତା) ଗତି.....
ଆପଣାର କେହି ଢାଳି ଦେଲା ମନେ
ସୁଗନ୍ଧ ଖୁସିର ଅତର
ଅତର ମହକେ ମହକିତ ଆଜି
ସୁନ୍ଦର୍ ସକାଳ ମୋର....
ଅନୁ ଶୀର୍ଷକରେ — % &-
ଶେଷ କବିତା
*********
ଏଇ ତୁମର ସେ ଆସିବା ବାଟକୁ
ଆଶା ନେଇ ଚାହିଁ ବସେ
ପରିକଳ୍ପନାର ସୁନ୍ଦର ନଅରେ
ତୁମ କଥା ଭାବି ହସେ....
ତୁମେ ଆସିଯିବ ବାଟ ଭୁଲି କାଳେ
ଅଦିନରେ ମୋରି ପାଶେ
ଏଇ ଉତ୍କଣ୍ଠାରେ କେତେ ସଞ୍ଜ ବିତେ
ହିସାବ ପାଏନି ଶେଷେ....
ମୁଁ ଚମକି ଯାଇ ଧଡ୍ ପଡ୍ ହୋଇ
ଭୁଲି ଯିବି ମୋ ନିଜକୁ
ସାଇତି ରଖିବି କ୍ଷଣିକ ମୁହୂର୍ତ୍ତ
ସେଇ ଅଚି଼ହ୍ନା ବେଳକୁ....
ଅନୁ ଶୀର୍ଷକରେ — % &-