ବରଦା ଶାରଦା ସୁଖଦା ସମ୍ପଦା
ଜନନୀ ସୁଲକ୍ଷା ରମଣୀ ଝଙ୍କୃତା।-
ଲିପା ପୋଛା ଅଗଣାରେ
ସ୍ୱଚ୍ଛତା ବାଣ୍ଟନ୍ତି !
ଝୋଟିରେ ସେ ଧାନ ବେଣ୍ଟି
ଝଲସି ଉଠନ୍ତି !
ପିଠୋଉ ରେ ପାଦ ଥାପି
ଆସ୍ଥାନେ ବସନ୍ତି !
ଧନ ଧାନ୍ୟ ଗୋପ ଲଷ୍ମୀ
ବାହୁଡ଼ି ଆସନ୍ତି !
ମାଣକ ଶସ୍ୟରୁ ସାରା
ସଂସାର ଭୁଞ୍ଜନ୍ତି !
ଆଶ୍ରିତ ସେବକ ଘରେ
ଲଷ୍ମୀ ପ୍ରବେଶନ୍ତି !-
ହଁ ମୁଁ ସୀତା
ମୁଁ ଜାନକୀ
ମୁଁ ଲକ୍ଷ୍ମୀ
ମୁଁ ରାଧା
...
ନା ଏ କେଉଁ କାହାଣୀର କଥା
ନା ମୋ କବିତାର ପଞ୍ଚ ପ୍ରଥା
ନା ମୋ କଳ୍ପନାର ସାରଣୀ
ନା କେଉଁ ଅଭିନୟର ବୃଥା ବାଣୀ
ଏ ମୋ ଅନ୍ତରାତ୍ମାର ଶବ୍ଦ
ଯେମିତି ଶୟନେ ସପନେ
ତୁମେ ପରମାତ୍ମା.. ମୁଁ ତୁମ ଭାବ
ଏ ମୋ ଅନୁରାଗରେ ବଂଶୀ
ଯେମିତି ବୁଦ୍ଧି ଓ ବିଜ୍ଞାନରେ
ତୁମେ ବ୍ରହ୍ମ.. ମୁଁ ପ୍ରିୟା ଅଳସୀ
ଏ ମୋ ଭୟ ଓ ମୋହର ସାଧନା
ଯେମିତି ଆଚରଣ ଓ ଅଳଙ୍କାରେ
ତୁମେ ସତ୍ୟ.. ଏ ଆତ୍ମ କାମନା-
ଆମ ଦେବାଦେବୀ-
(ଲକ୍ଷ୍ମୀ)
ସଂପୂର୍ଣ୍ଣ ଲେଖାଟି ଅନୁଶୀର୍ଷକରେ.....
ଉତ୍ସ-Wikisource-
ନାରୀକୁ ଲକ୍ଷ୍ମୀ ରୂପେ ସବୁ ଦେଖିବାକୁ ଚାହାନ୍ତି
ଗୁଣବତୀ , ରୂପବତୀ ସବୁ ଖୋଜନ୍ତି
ଲକ୍ଷ୍ମୀଙ୍କ ପରି ଉତ୍ତମ ରାନ୍ଧଣା , ସଣ୍ଠଣା
ଶିଖିବା ପାଇଁ ଉପଦେଶ ଦିଅନ୍ତି !
କିନ୍ତୁ , ଭୁଲି ଯାଆନ୍ତି ଯେ
ସେହି ଲକ୍ଷ୍ମୀ ପରି ଝିଅକୁ ଯନ୍ତ୍ରଣା ଦେଲେ
କେତେ ଦଣ୍ଡ ପାଆନ୍ତି !!
#ମା_ଲକ୍ଷ୍ମୀ-
ଗାଁ ପାଟ ଯେବେ ହଳଦୀମଖା ସୁନ୍ଦରୀ ସାଜେ,
କାକର ଭିଜା ସେ ଧାନ ପେଣ୍ଡା ଯେବେ ଅଳସ ଭାଙ୍ଗେ,
ମଗୁଶୁର ଆସେ ପାଦ ଚିପି ଚିପି,
ଦାଣ୍ଡ ପିଣ୍ଡା ହସେ ଚନ୍ଦନ କାସ୍ତୁରୀ ମୂରୁଜ ରଙ୍ଗେ ।
ଆସିଯାଏ ସେଇ ବୁଢା ଶଂଖାରୀ ର ରଙ୍ଗିଲା ପେଡି,
ବୁଢୀ ମା ମୋର ଚକି କୁଲା ମାଣ ଦିଏ ସଜାଡି,
ବାଡ଼ି ଖଳା ରେ ସେ ବଳଦ ବେଙ୍ଗଳା , ଧାନ ପିଟା ଆଉ ଖତ ଶଗଡି
ଢଳି ଢଳି ଆସେ ମଥୁରା ବୁଢ଼ା ଟେ ପାନ ଖାଇ ଓତା ଅଣ୍ଟା ରେ ଭିଡି ।
ମୋ ମା' ସଜାଏ ଆମ୍ବ ଡାଳିଆ ରେ କାଠ ଖଟୁଲି,
ହଳଦୀ ଚନ୍ଦନେ ,ପିତ୍ତଳ ପ୍ରତିମା ମା ଲକ୍ଷ୍ମୀ ସାଆନ୍ତାଣୀ ।
କଦଳୀ ପତରେ ଅଗଣା ଦୁଆରେ ପରସା ସେ ଅନ୍ନ, ଖିଚୁଡ଼ି
ଭାଗବତ ଘରେ , ସଞ୍ଜବତୀ ଗାଏ ଅନନ୍ତ ଅକ୍ଷୟ ମହତ ବାଣୀ ।
ମଗୁଶୁର ଆସେ ହସି ହସି କା ଲୋ ,ଫୁଲେଇ ଜହ୍ନ ।
ଭକତି ଶବଦ ଘରେ ଶୁଭେ ମୋର ଲକ୍ଷ୍ମୀ ପୁରାଣ ।
ମାଟି ମା କଥା ଯିବୁନି ପାସୋରି ହେ ଚନ୍ଦ୍ରମୁଖୀ,
ମଗୁଶୁର ମାସେ ମା ବିରାଜନ୍ତି, ବସେଇ ଦେ ଘରେ ଭକତି ମାଣ ।
-
ବିଶ୍ବାସ ଓ ନିଶ୍ବାସ ଭରିଛି ଦେହରେ,
କ୍ଷମା କରି ପ୍ରତି ଟି ଭୁଲ କୁ
ପୋତି ଦେଇଛି ସ୍ନେହ ରେ, ମମତା ରେ,
ଲକ୍ଷ୍ମୀ..
ବ୍ରୁଦ୍ଧି, ସିଦ୍ଧି ର ପ୍ରତିକ ରୂପରେ ପ୍ରତିକ୍ଷଣ ମୋ ସାଥି ରେ,
ଉତ୍ସାହ ଭରିଛି ପ୍ରେମର ପରିଭାଷା ରେ ମୋ ମନ ରେ,
ଲକ୍ଷ୍ମୀ...
ମୋ ଜୀବନ ର ଜମା ପୁଞ୍ଜି ମୋ ସମ୍ପତ୍ତି,
ଜୀବନ ର ଲକ୍ଷ୍ଯ ରୂପରେ ଅଛି ମୋ ସାଥିରେ,
ଲକ୍ଷ୍ମୀ....
ମୋ ଘରେ ଲକ୍ଷ୍ମୀ ତିନୋଟି ରୂପରେ
ମା, ସ୍ତ୍ରୀ, କନ୍ଯା ରୂପେ , ମୋ ସାଥି ରେ
ମୋ ଜୀବନ ଚଲାପଥରେ..!!-
ଆଜି ପରୀକ୍ଷାରେ ପଡ଼ିଥିବା ଏକ ପ୍ରଶ୍ନ-
ନିମ୍ନ ଗଦ୍ୟ+ଅଂଶଟିର ଭାବାର୍ଥ ଦର୍ଶାଅ...😍🙏
“ବ୍ୟାଙ୍କରେ ଦେଢ଼ କୋଟି ଟଙ୍କାର ଏପଟସେପଟ... କିନ୍ତୁ ସୁତା ଦ୍ୱାରା ବନ୍ଧାହୋଇଥିବା କଲମ ଏବେବି ସୁରକ୍ଷିତ”😕
ଗୋଟିଏ ବୁଦ୍ଧିମାନ ପିଲାଟିଏ ଲେଖିଲା-
ଏବେ ସଂସାରର ଲୋକମାନେ ସବୁବେଳେ ଲକ୍ଷ୍ମୀଙ୍କୁ💸 ଚୋରି କରୁଛନ୍ତି, ହେଲେ ସରସ୍ବତୀଙ୍କୁ📝 ସାଙ୍ଗରେ ନେବାକୁ ଇଛା କରୁନାହାନ୍ତି.... 😂😂🙋-
ଝିଅ ଲକ୍ଷ୍ମୀ ନା ବୋଝ
ଝିଅ ଜନ୍ମ ହେଲେ ଘରେ ହୁରି ପଡ଼ିଯାଏ ଯେ, ଘରକୁ ଲକ୍ଷ୍ମୀ ଆସିଛି,
କିନ୍ତୁ ଝିଅ ବଡ ହେଇଗଲେ ସେ ହୋଇଯାଏ ଘରର ବୋଝ |
"ବାଃ ବାଃ ରେ ଦୁନିଆ"
-