Amritesh Khatua   (- ପ୍ରିୟତମ ପାଥେୟ)
1.1k Followers · 283 Following

read more
Joined 20 October 2018


read more
Joined 20 October 2018
17 OCT 2020 AT 17:47



ମୁଗ୍ଧ ଗୋଟିଏ ନବୀନ-ବିଶ୍ଵର ତଳେ
ମୁଁ ଦେଖିଛି ଶହେରୁ ଅନେଶତ
ତପ୍ତ ପିଣ୍ଡ ଧରି କେବଳ କୁହୁଳୁଥିବା ସେହି
ଶହେରୁ ଗୋଟିଏ ମୃଗତୃଷ୍ଣିକା ,
ଯାହା ଉପରେ ଭାସିପାରେ ଲୁହ ଓ ଲହୁ
ଏକାକାର ହୋଇ,
ଭ୍ରାନ୍ତି ଓ ସତ୍ଯର ଅମୀମାଂସିତ ଦୌଡରେ ।

( ଅନୁଶୀର୍ଷକରେ.... )

-


30 APR 2020 AT 13:05

ଆଶା ଓ ଆଶ୍ଵାସନା
ଗୋଟିଏ ଡାଳର ଦୁଇଟି ପତ୍ର,
ବୋଧହୁଏ ଗୋଟିଏ ଝଡିଲେ ଝଡରେ
ଆଉ ଗୋଟିଏ କଅଁଳିପାରେ ନିଜ ଭିତରୁ
ଆପେ ନିଜ ଅସ୍ତିତ୍ଵର ସନ୍ଧାନ ପାଇଁ
ଝଡ଼ର ବିବଶତାରେ!

-


30 APR 2020 AT 10:14

କାହାକୁ ଲେଖିବି
ନତମସ୍ତକ କପୋଳର ଫରୁଆ ତଳେ
ଭାଗ୍ୟର ଲେଖନୀରେ ନା କର୍ମର ସ୍ୟାହିରେ?

ଏଠି ପ୍ରକାଶ୍ଯରେ ଲେଖନୀ ଗୋଟିଏ ଧର୍ମ
ମର୍ମରି ଉଠୁଥିବା ମୂଲ୍ୟବୋଧରେ
ସ୍ଯାହି ଆଞ୍ଜୁଳାଏ ସ୍ଵପ୍ନର ଟଣା ଓଟରା ଭିତରେ
ବାସ୍ତବତାର କର୍ମ।

-


22 APR 2020 AT 8:49

ଯେଉଁ ଦୁଃଖ ଆଜି ତୁମକୁ କଳାକାଠ କରିଦେଉଛି






ଏହି ଦୁଃଖର ବୃକ୍ଷ ଲଟିରେ ଗୋଟିଏ ଫଳ ହେଇ କେତେ ସୁଖ ଜୀବନର ରସ ମେଣ୍ଟାଇବ ....

-


4 APR 2020 AT 11:18

ଶୋଷ ଲାଗିଲେ କୂଅ ଖୋଦିବ
ତଣ୍ଟି ଚିପି ଜରାୟୁର ମାଟି କାଢି,
ଯିବ ଅପସାରି ନୀରବ ହାତେ
ଛୁଇଁ ଦେଲେ ବୋଲି କଥା ଧରିଲେ
ଏଇଠି ହୁଏ ପଣିକିଆ ଦିନରାତି
ଆଉ ଚୁଲି ତୁଟିଗଲେ ନିଆଁ ଲିଭେନି
ଧୂଆଁ ଦେଉଥାଏ ଆକାଶକୁ ସଜାଡ଼ି।

ବାଉଁଶ ନଳୀରେ ଫୁଙ୍କିଦେବ ତା
ରୁକ୍ଷ ଦୁରମତର ପୁଳାଏ ପାଉଁଶ,
ହାତକୁ ହାତ ବିକି ହେଲେ ଏଇଠି
ଦୋଷ ନାହିଁ, ଦୋଷ ନାହିଁ, ନିର୍ଜୀବ
ନିର୍ଜନତାର, ନିସ୍ତେଜ ଅନ୍ଧକାରର,
ଏଠି ତ ସ୍ବପ୍ନ ଦେଖି ମାଟି କାମୁଡିବା
ଗୋଟିଏ ନିର୍ମିତିର ଅବଶୋଷ!

ଫରୁଆରୁ ପ୍ରତିଶ୍ରୁତିର ସିନ୍ଦୂରା ଫାଟେ
ହେଲେ ଲୁଚିଯାଏ ମର୍ଯ୍ୟାଦାର ସମସ୍ତ
ଦି' ଓଳି ଗଣ୍ଡାଏ ବିବେକୀ ଆଲୁଅମାଳ,
ଶାଗୁଆନ କବାଟ ତଳେ କୁଜ୍ଝଟି ଥାଟ
ମେଲିଥାଏ ବିକ୍ରି କରିବ ସେରେ ଲୁହକୁ,
ଲୁଚେଇବା ପୂର୍ବରୁ ପୁଣି ତା'କୁ ମରୁଦ୍ ଗତ
ନିଃଶ୍ଵାସର ନିର୍ବିଚଳ ଆୟାସ ତମାଳ!

-


15 MAR 2020 AT 19:40

ନୀଡ଼ରୁ ଦିନେ ବିହଙ୍ଗ ଉଡିବ
ଆକାଶ ଛୁଇଁ ଛୁଇଁ ଦିଗ୍ ବଳୟ ଲଙ୍ଘିବ,
ହେଲେ ମାଟିର ଗଛ ଉପରେ ତା ଦାୟର
କ୍ଳାନ୍ତି ଆଉ ସମ୍ଭାବନା ରହିଯିବ, ଥକିଯା'ନା ଜୀବନ!

-


5 SEP 2019 AT 13:55

ଅରୁଣିମା ତାଙ୍କର ଯେ ପ୍ରକାଶିଲା ଭବେ
ଅଗାଧ ଜ୍ଞାନକୁ ଯିଏ ଦେଖେ ପରାଭବେ।
ଆସ ଆସ ହୃଦ ଧାମେ ପବିତ୍ର ନିଳୟେ,
ଆରକ୍ତିମା ଯେବେ ଢାଳେ ସୁରମ୍ୟ ସଦୟେ।
ଇନ୍ଦୁଶୋଭା ଲୋଡେ କିବା ମୁଖ ଅରବିନ୍ଦ,
ଇଷ୍ଟ ସେହୁ ଭବେ ପୁଣି ମୋର ଆଦିକନ୍ଦ।
ଈଶ୍ୱର ନଶ୍ୱର ହୃଦେ ବିରାଜନ୍ତି ଠୁଳ,
ଈର୍ଷାବିବର୍ଜିତ ହେଉ ଜୀବନ ସକଳ।
ଉଷା ବିକଚ ହେଉଛି ଅଜ୍ଞାନ ତିମିରେ,
ଉହାଡେ ସପନ ସବୁ ଉଦୀୟ ହେବାରେ।
ଊହ୍ୟ ପ୍ରାଣ ମୋର ତୁମ୍ଭ ପାଶେ ହେଲା ନତ,
ଊର୍ବୀ ଉଟଜେ ମୁହିଁ ଯେ ହୋଇପାରେ ସୁତ।

-


4 SEP 2019 AT 17:34

ଆସନ୍ନକୁ ଟାକି ବସିଥିବା ମୋ ମୁଣ୍ଡ
ଉପରେ ଏକ ନିସ୍ତେଜ ଆହବର ସ୍ମୃତି।

-


28 AUG 2019 AT 19:28

ବୃତ୍ତାକାର କେବେ ସରିଯାଏନି
ତାହା ଭିତରେ ବି ଅଗଣିତ ବିନ୍ଦୁଙ୍କ ସମଷ୍ଟି,
ଯେଉଁ ସମଷ୍ଟି ଯୋଖିଛି ଅସରନ୍ତି ନ୍ୟୂନତାକୁ
ନିଜ ଭିତରେ, ଶୋଣିତ ଧାରେ ପୁଣି।

ଶେଷ ପଂକ୍ତି କେବେ ଥିଲା କି
ଯେଉଁ ଧାଡିରେ ତଲ୍ଲୀନ ହୋଇଛି ଆପୋଷହୀନ
ନିଷ୍କଳଙ୍କ ନିଷ୍କୃତି ସବୁ ସଂଗୋପିତ,
ଏ ହେଉଛି ଶାବ୍ଦିକ ପ୍ରଣୟେ ହସ ହସା
ଆବେଗର ଅବୋଧଗମ୍ୟତା!

କାବ୍ୟିକ ପାଗଳାମି, ଶୁଣିଥିବ କେବେ ସରେ?
ଶୁଭ୍ର ଜ୍ୟୋତ୍ସ୍ନାଧୌତ ପଲକ କେବେ ରୁହେ,
ନା ଟାକି ରୁହେ ଆହବକୁ ଶେଷ ଧାରେ
ଏ ଏକ ଅନାମଧେୟ ଅଭିନିବେଶ
ଅମାନିଆପଣ-ବଶା ଏକ ପ୍ରଭୂତ ଦୌରାତ୍ମ୍ୟ
ସନ୍ତୋଷରୁ ପୁନର୍ଜନ୍ମିତ!

-


18 AUG 2019 AT 11:09



















-


Fetching Amritesh Khatua Quotes