Susanta Swain   (ସୁଶାନ୍ତ ସ୍ବାଇଁ🌂)
1.0k Followers · 342 Following

Joined 3 August 2018


Joined 3 August 2018
15 SEP AT 20:44

ଶୁଣିଲି
ମୋ ନାଁ ବି ଏବେ ଚର୍ଚ୍ଚାରେ
ମଦ ଭାଟି
ଦାଦାବଟି
ପରେ
ଏବେ ଚା' ଖଟିରେ......

-


19 AUG AT 17:38

ତୁମେ ପ୍ରଜାପତି ପରି ଖାଲି ଚଞ୍ଚଳ ଉଡିପାର
କିନ୍ତୁ କିଛି ସଂଗ୍ରହ କରିବାର ଅଭ୍ୟାସ ତୁମର ନାହିଁ।
କିନ୍ତୁ ମୁଁ ମହୁମାଛି ପରି ନିଜକୁ ଗଢି ତୋଳିଛି।
ସେଥିପାଇଁ ତ ତୁମକୁ ସଵୁବେଳେ କୁହେ
ପ୍ରତ୍ୟେକ ମୂହୁର୍ତ୍ତର ମୂଲ୍ୟ ଅଛି।
ଜୀବନଟା ଖାଲି ବିଳାସର ନୁହେଁ।

-


19 AUG AT 15:40

ନା କଥା ହେଵା ଲାଗି ବିଷୟ ଖୋଜେ
ନା ହସିବା ଲାଗି
ସେ କୌଣସି କାରଣର ଅପେକ୍ଷା.....
ପ୍ରତିକୂଳ ପରିସ୍ଥିତିରେ ଵି
ସେ ମୋ ପାଖରେ ଆସି ଖାଲି ହାତରେ ଠିଆ ହୋଇଥାଏ।
ଯେଉଁଠି ଥାଏ,
ସେଠାକାର ଶୂନ୍ୟ ସେ ଏକୁଟିଆ ପୂରଣ କରିଦିଏ।



-


8 AUG AT 17:14

ମୁଁ ଆଜି ଫେଲ୍ ମାରିଯାଇଥିବା
ବ୍ୟାଙ୍କରେ ଗୋଟିଏ ମୂଲ୍ୟହୀନ ଚେକ୍
ଆଉ ତୁମେ
ରେଜିଷ୍ଟ୍ରି ପୋଷ୍ଟରୁ ପରିବର୍ତ୍ତିତ ହୋଇ
ସ୍ପିଡ୍ ପୋଷ୍ଟରେ ଆସି ପହଞ୍ଚିଥିବା
ଏକ ବହୁମୂଲ୍ୟର ଡାକ ଟିକେଟ୍।

-


8 AUG AT 16:33

''ତୁମେ ଯେତେ ନେଇପାର....
ତା' ଠାରୁ
ମୁଁ ଵେଶୀ ଦେଇପାରେ......!!''

-


6 AUG AT 14:47

ଅଭିଜ୍ଞତାରୁ ଜାଣିଛି ଯେ.....

ଯେ ଯେତିକି ନୀତିବାଦୀ
ସେ ସେତିକି ନିଷ୍ଠୁର
ଯେ ଯେତେ ଲମ୍ପଟ
ସେ ସେତେ ପରୋପକାରୀ।

-


4 AUG AT 15:32

ସୁଯୋଗକୁ ଅପେକ୍ଷା କର।
ସେ ନିଜେ ଆସି ଧରାଦେବ ଶେଷରେ.....

-


3 AUG AT 20:51

ତା' କୌତୂହଳକୁ ଚରିତାର୍ଥ କରିବା ପାଇଁ
ମୁଁ କିଛି ବି କରିପାରେ....

ଏମିତିକି ମିଛରୁ କେତେ ପ୍ରତିଶତ ଯୋଡିପାରେ
ଆଉ ନିଜର ପରିଚୟକୁ
ଖୁଵ୍ ସାବଧାନତାର ସହ ଗୋପନୀୟ ରଖିପାରେ।

ଏସବୁ ବାସ୍ ଖାଲି ଟିକେ
ସେଇ ଆତ୍ମସମ୍ମାନ ବଂଚେଇବା ପାଇଁ
ଆଉ ନହେଲେ କିଛି ନୁହେଁ.....

-


2 AUG AT 14:48

ସେ ପଚାରିଲା ତୁମେ କେମିତିକା?
ଆଉ ମୁଁ କହିଲି.....
.
.
.
.
.

ସ୍ଵାଧୀନ,ଉଦ୍ଧତ,
ଅନମନୀୟ,ପଟାନ୍ତର ଵିହୀନ ଏକ ଚରିତ୍ର ମୁଁ।

-


2 AUG AT 14:26

କେହିଜଣେ କହିଥିଲେ-
Slave Mentality
is the secret of success in service.
ଅର୍ଥାତ୍ ଦାସ ମନୋବୃତ୍ତି ହିଁ
ଚାକିରିରେ ସାଫଲ୍ୟର ଗୋପନୀୟ ରହସ୍ୟ।
କିନ୍ତୁ ମୋର ଅବଚେତନ ମନ ଭିତରେ
ରହିଯାଇଥିଲା ସେଇ ଦାସ ମନୋବୃତ୍ତିର ଅଭାବ।

-


Fetching Susanta Swain Quotes