ଦେଖିଛି ଅନେକ-
ସେ ପଟେ ଯିବାର,
ସତେକି ସେପଟେ ଡାକୁଛି କି'ଏ,
ଯେ ଯାଏ ସେ ପଟେ
ଫେରେନା କେବେ ବି'
ଫେରି ପାରିବା ଟା ସହଜ ନୁହେଁ..!!-
ମଲା ମନ
ବଞ୍ଚିଲା ନିଶ୍ବାସ,
ନାହି ଆଶା
ନାହିଁ ବି' ବିଶ୍ବାସ,
ନା ସାହାସ
ନାହିଁ ବି' ଆଶିଷ୍ୟ,
ବହୁ ପାଖେ
ଥାଇ ବହୁଦୂରେ
ତୁମେ ଅବଶୋଷ..!!-
ସହର ର ନାଳ ଅବର୍ଜନା ପୂର୍ଣ୍ଣ
ନଦୀସବୁ ପୋତି ଶୁଖିଲାଣି,
ମୁଁ ଏବେ ଗାଁକୁ ଫେରୁ ନାହିଁ ଆଉ
ଗାଁ ଦାଣ୍ଡେ ପାଣି ହଜିଲାଣି ।
ସମସ୍ତେ ତ ଏବେ ସହରାଭିମୁଖୀ
ଘର ପାଣି ଯାଏ ଭୂମିତଳେ ,
ସେଦିନ ର ବର୍ଷା ଆଜିବି ହେଉଛି,
ତୋ ଡଙ୍ଗା ଭାସୁଛି ମନତଳେ..!!-
ତୁମେ ଏବେ...
ସତେକି ଗୋଟାପଣେ ଓଦା
ତନ ଓ ମନ ରେ..!
ନ' ଭିଜି ବି'
ବର୍ଷା ର ବିନ୍ଦୁ ରେ,
ତୁମେ ଏତେ ବତୁରିବା ପରେ
ଅକାରଣ କାରଣ ରେ
ଏବେ ଏବେ
ବର୍ଷା ବି'
ମୋତେ ଇର୍ଷା କରେ..!!-
ବର୍ଷା...! ଅନେକ ଙ୍କ ଉପରେ
ଝରିପଡେ଼ ବାରି ବିନ୍ଦୁ ରୂପେ,
ଭିତରେ ଶୁଖିଲା ଥାଇ ମୋ ପ୍ରେମ ଯଦିଓ
କିଛି କିଛି ବର୍ଷା ବିନ୍ଦୁ ନୁହଁ,
ଭିଜନ୍ତି ଉପରେ...!! ତଥାପି ଭିଜିଲେ କେହି
ବାରିହୁଏ-
ଚାଲି ଚଳନ ରେ,
କଥାବାର୍ତ୍ତା ରେ,
ଭାବରେ ,
ବର୍ଷା ଦେଖେ ବୋଧେ ଭାବ ର ବାହାରେ...!
ନ ଭିଜି ବି', ସତେ କି ଗୋଟାପଣେ ଓଦା
ବର୍ଷା ର ବିନ୍ଦୁ ରେ ତନ ଓ ମନ ରେ....!!
ତୁମେ ଏତେ ବତୁରିବା ପରେ,
ଅକାରଣ କାରଣ ରେ
ସେଥିପାଇଁ ଏବେ ଏବେ
ବର୍ଷା ବି'ମୋତେ ଇର୍ଷା କରେ..!!-
ରହିଯାଏ କିଛି ସ୍ବପ୍ନ
ନିଦ ଭାଙ୍ଗି ଗଲା ପରେ,
କିଏ ଭୁଲେ
କିଏ ଝୁରେ
କିଏ ପୁଣି ଚେଷ୍ଟା କରେ,
ଶେଷ ଦେଖିବାକୁ
ଅଧାଖୋଲା
ଅଳସ ଆଖିରେ..!
ଗତ ତ ଅତୀତ,
ବହା ପାଣି ସମୟ ବି
ଫେରେନା ପଛକୁ,
ହୁଏତ ନୂଆ ଝରି ପାରେ ..!
ସ୍ବପ୍ନ,
କେବେ ଠେଲୁଛି ପଛରୁ
ଜୀବନ କୁ,
କେବେ ଟାଣୁଛି ଆଗ'ରେ
ବ୍ଯସ୍ତ ବିବ୍ରତ
ସଦା ବ୍ଯଗ୍ର ସି'ଏ
ଭେଟିବାକୁ ମ୍ରୃତ୍ୟୁ କୁ ,
ଦ୍ରୁତ ଧାବମାନ
ମ୍ରୃତ୍ୟୁ ର ପଛରେ...!!-
ସେଦିନ ସିଲଟ
ଆଜି ଇତିହାସ
ଲେଖି ପୋଛି ଦେଲେ ଲିଭୁଥିଲା,
ସରଳ ନିଷ୍ପାପ
ହ୍ରୁଦୟ ର ଭାବ
ତୋ ହାତ ମୋ ଦେହେ ବାଜୁଥିଲା..!
କାଗଜ କଲମ
ସମୟ ର ଚିହ୍ନ
ରହିଯାଏ କିଛି କାଳକୁ,
ହଜିଲାଣି ଏବେ
ତୋ ଲେଖା କାଗଜ
ଭୁଲି ନାହିଁ କିନ୍ତୁ ଲେଖା କୁ..!!-
ଜିତିଥିଲେ ବୋଧେ
ହାରି ଥାନ୍ତା କେହି,
ଅବଶୋଷ ନାହିଁ ହାରିବା ରେ
ଅ ପ୍ରାପ୍ତି ଟାଣଇ ଆଗକୁ ଆଗକୁ
ପୂର୍ଣ୍ଣତା ଥାଏ ପଥର ରେ..!!-
ତମେ ମୋତେ ଡାକ'ନା..
ଡାକନା-
ତଳୁ ଥାଇ,
ଦିଅନା-
ସ୍ବାନ୍ତନା, ଆଶ୍ବାସନା
ଆଦେଶ,ଉପଦେଶ
ମୋ ହିତ ପାଇଁ,
ଆନମନା କରିପାରେ ମୋତେ
ଖସିଯିବା ପାଇଁ,
ଛାଡିଦିଅ ମୋତେ
ମୋ ହିସାବ ରେ ,
ଅଭ୍ଯାସ କେବେ ରୁ ହେଲାଣି,
ଏବେ ତ
ମୁଁ, ମୋର ନୁହଁ ,
ଦର୍ଶକ ଙ୍କ ପାଇଁ
ସାଜିଛି ବାଉଁଶ ରାଣୀ..!!-
ମୋ ଆଈମା ମୋତେ
କହୁଥିଲା କେତେ
ତା ପ୍ରେମ କଥା ଅବା ଗପ ସତେ
ସେ ଯିବା ଦିନରୁ ଶୁଣିନି..!
ତୁମେ ବି' ଆଈମା
ହେବ ଦିନେ ଯେବେ
ତୁମ ପ୍ରେମ କଥା କହିଲେ କହିବ
ମୁଁ କିନ୍ତୁ ନାୟକ ହେବି'ନି..!!-