-
ଆବେ ଗେଣ୍ଡୁ ..
ମୋତେ ଟିକେ କପି ଟା ଦେ ବେ ,
ସତ କହୁଚି ତୋତେ
ମୁଁ ମୋ ହାର୍ଟ ଦେଇ ଦେବି ।
ତମ ହ୍ଲୁଦୟ ବଦଲଲେ
ମୋତେ ମାଲ୍କ ଦବ କି ..!
-
ତୁମକୁ ଚାହେଁ ମୁଁ କବାଟ ପାଖରେ ଲୁଚି
ସ୍କ୍ରିନ୍ ଫାଙ୍କ ଦେଇ ଦେଖେ ତୁମ ଆଖି ଦ୍ବୟ କୁ
ରହିଥାଏ ସେଠି ଛପନ ଗଳି ତେପନ ବଜାର
ମୁଁ ବାରମ୍ବାର ହଜୁଥାଏ ଆଉ ପୁଣି ଖୋଜି ବୁଲୁଥାଏ ମୋ ନିଜକୁ !
ପୁଣି ଟିକେ ପରଦା ଟା ଉଡି ଗଲେ
ତୁମ ଓଠ ଉପରକୁ ନଜର ଆସିଯାଏ ,
କେଉଁ କବି ତୁଳନା କଲା ଭଳି ମୁଁ ମହୁ ସହ ସମାନ କରିବିନି
ତୁମ ଅଧର ତ ମାଦକ ଦ୍ରବ୍ୟ ସହ ସମଞ୍ଜ୍ୟାସ ରହିଥାଏ
ଯାହା ଥରେ ସ୍ପର୍ଶ କରିଦେଲେ ନିଶା ଘାରି ଯାଏ
ଓ ଆହୁରି ବେଶୀ ଛୁଇଁବାକୁ ଇଚ୍ଛା ହୁଏ !!
ତୁମକୁ ମୁଁ ରୁମ୍ ଭିତରୁ ଥାଇ ଅନୁଭବ କରୁ କରୁ
ତୁମେ ମୋ ଆଡ଼କୁ ସିଧା ଚାଲି ଆସିଲ
ମୁଁ ଅସ୍ତବ୍ୟସ୍ତ ହୋଇ ନିଜକୁ ସଜାଡୁ ସଜାଡୁ
ତୁମେ ମୋ ପଛ ପଟେ ଥିବା ବହିକୁ ନେଇ ଗଲ !
କିନ୍ତୁ ମୁଁ ମୋ ଆଖିକୁ ବୁଜି କେତେ କଣ ସ୍ବପ୍ନ ଦେଖିଲି
ତୁମ ହାତ ପରିଧି ମଧ୍ୟରେ ରହିଯିବାର ପରିକଳ୍ପନା ମଧ୍ୟ କଲି !
ମାତ୍ର ; ଏ କଣ ତୁମେ ମୋ କାନ ପାଖେ
ପାଗିଳି ବୋଲି ସମ୍ବୋଧନ କରି ହସି ହସି ଚାଲି ଗଲ !!
ତୁମେ ବି ନା ଠିକ୍ ସେଇ ଦୁଷ୍ଟ ଜହ୍ନ ଭଳି
ସର୍ବଦା ଫାଙ୍କିବାରେ ବ୍ୟସ୍ତ ଥାଅ ।
ତିଥି , ବାର ଦେଖି ଯାଅ ଆସ କରୁଥାଅ
ଆଉ ମୁଁ ଦେଖିବାକୁ ଇଚ୍ଛା କଲେ ,
ଝରକା ଫାଙ୍କ ଦେଇ ଲୁଚି ଯାଅ !
କୁହ ତ ଏମିତି କେତେ ଦିନ ମୋତେ
ହଇରାଣ ହରକତ କରେଇବ ,
ଆଉ କେତେ ଦିନ ମୋତେ ତୁମ ଠାରୁ
ସବୁ ଅଧିକାରରୁ ବଞ୍ଚିତ କରି ରଖେଇବ !!-
ଶାଗୁଣା ପରି ଡେଣା ମେଲେଇ
ସ୍ୱାଧୀନ ଆକାଶେ ଉଡି ଯାଉଥିବା ପକ୍ଷୀ ମୁ ନୁହେଁ ,
ମୁଁ ତ ସାଧାରଣ ଗୋଟେ ଘରଇ କୁକୁଡ଼ା
ଯାହାର ପକ୍ଷ ଥିବା ସତ୍ତ୍ବେ ବି
ଉଡି ପାରି ନ ଥାଏ !
ଆଉ ସମୟ ଆସିଲେ ପ୍ରାଣ ବି ନିଆଯାଏ ।
ପ୍ରଜାପତି ପରି ଏ ଫୁଲ ରୁ ସେ ଫୁଲ
ମଧୁ ସନ୍ଧାନେ ବାହାରିଥିବା ପତଙ୍ଗ ମୁ ନୁହେଁ ,
ମୁଁ ସାମାନ୍ୟ ଝିଣ୍ଟିକା ଟିଏ
ଯିଏ ନିଆଁ ଚାରି ପଟେ ବାରମ୍ବାର ନିଜକୁ
ଆହୁତି ଦେବାକୁ ବ୍ୟଗ୍ର ହୋଇ ଉଠିଥାଏ !
ଓ ଏମିତି ଭାବେ ଖୁସିରେ ଖୁସିରେ ଜୀବନ ହରେଇଥାଏ ।
ଗୋଲାପ ଫୁଲ ପରି ବିଭିନ୍ନ ରଙ୍ଗ ରେ
ମୁଁ ଦେଖେଇ ହୁଏ ନାହିଁ ,
ମୁଁ ତ କେବଳ ମଲ୍ଲି ଫୁଲ ଭଳି
ଶୁଭ୍ର ରଙ୍ଗ ଧାରଣ କରି
ଠାକୁର ଙ୍କ ପାଦ ତଳେ ନିଜକୁ ସମର୍ପି ଦିଏ !
ଏବଂ ବାସ ହୀନ ସମାଜରେ ଟିକେ ସୁଗନ୍ଧ ଭରି ଦେଇଥାଏ !-
हाँ माना कि तुम से हम कभी रूठते नही है...
पर कभी रूठ जाए तो बिना बताये जान लेना ,
और सुनो कभी अगर मनाने पर भी न माने तो...
बिना कुछ बताये गले से लगा लेना....!-
ଜହ୍ନର ସନ୍ଧାନ ପଥେ ଯାଉ ଯାଉ
କେତେବେଳେ ଯେ ତୁମକୁ ପାଇଗଲି ,
ଗବେଷଣା କରୁ କରୁ
କେବେ ପ୍ରେମିକା ଟେ ସାଜିଗଲି !
ତୁମ ବିଷୟରେ ଭାବୁ ଭାବୁ
କେତେବେଳେ ଲେଖିକା ହୋଇଗଲି !!
କିନ୍ତୁ ବାସ୍ତବ ଜୀବନ ଅନ୍ୱେଷଣ କରୁ କରୁ
ତୁମ ଅର୍ଦ୍ଧାଙ୍ଗିନୀ ହେଇ ପାରିଲିନି ।।
ତୁମେ ପାଠକ ଟିଏ ହୁଅ ବୋଲି
ମୋ ହୃଦୟ କାଗଜରେ କେତେ କଣ ଉତ୍ତାରି ପକାଏ ,
ତୁମେ ପ୍ରେମିକର ସ୍ଥାନାଧିକାର କର ବୋଲି
ମୁଁ ସବୁ ମାସକୁ ଫେବୃୟାରୀରେ ଭାବି ପ୍ରେମ କରିବସେ ।
କିନ୍ତୁ ତୁମେ ସବୁବେଳେ କଳ୍ପନାରେ ଯିବା ଆସିବା କର ବୋଲି
ଅନବରତ ଲୋତକ ଗଡି ଆସେ ।।
କିଛି ସ୍ବପ୍ନ ଓ ସତ୍ୟର ଛକାପଞ୍ଝା ରେ
ମୁଁ ଆଜି ଛନ୍ଦି ହୋଇ ରହିଯାଇଛି
ସେଥିପାଇଁ କିଛି ପ୍ରଶ୍ନ ତୁମ ପାଇଁ ଛାଡ଼ି ଦେଇ ଯାଉଛି !
ତୁମେ ମୋ କବିତା ପଢ଼ି ପାରୁଛ
କିନ୍ତୁ କାହିଁକି ମୋ କବିତାର ଶବ୍ଦ ମଧ୍ୟରେ
ଲୁଚି ରହିଥିବା ଦୁଃଖକୁ ନିରୀକ୍ଷଣ କରି ପାରୁନ ?!
ତୁମେ ମୋ ହାତ ଧରି ପାରୁଛ
ହେଲେ କଣ ପାଇଁ ମୋ ଓଠ ଛୁଇଁ ପାରୁନ ?!-
रात भर रोती रही वो आँखें,
चाँद को तकती रही वो आँखें,
जाने किसकी याद में जागती रही वो आँखें।
अश्को की अब क्या कीमत लगायी जाए
की हर आँसू के गिरते,
किसी को पुकारती रही वो आँखें,
बस इंतजार में जागती रही वो आँखे।
पलकों पे तस्वीर लिए अपने यार का ,
तरसती रही वो आँखें,
कहना चाहा बहुत कुछ,
पर खामोश रही वो आँखें।-
ବୁଢ଼ା ବରକୁ କିଆଁ ବାହା ହେବି
ଇଙ୍ଗିଲିଶୀ ଜମାନା ରେ
ଭେଣ୍ଡିଆ ଟୋକା କାଇଁ ନ ଖୋଜିବି
ମାଗଣା ପରା କେତେ ଖାଇବି
ଆଉ ପେରେମ ଟିଉସନ ଟେ ବି ହେବି !-