ମୁଁ ଗଛଟିଏ
ଗଛଟିଏ ମୁଁ ଗଛଟିଏ
ତୁମ ପରିବେଶର ସାଥୀ ଟିଏ
ପ୍ରକୃତି ଭରିଛି ଭାବ ର ଇନ୍ଧନ
ମୁଁ ତୁମ ଜୀବନର ମିତ ଟିଏ ,
ଈଶ୍ୱର ଦେଇଛି ମୋ ଦେହେ ଜୀବନ
ତୁମ ଦୁନିଆର ଅଂଶ ଟିଏ
କେବେ ଦୁର୍ବାଦଳ କେବେ ମହାଦୃମ
ପୋଥି ପୁରାଣର ପୂଣ୍ୟ ଟିଏ ,
ସୁସ୍ଥ ପରିବେଶ ଅମୃତ ନିଶ୍ଵାସ
ମୋ ପାଇଁ ବାଢୁଛ ହସଟିଏ,
ହାଣି ଦିଅ ନାହିଁ ଅମ୍ଳଜାନ ଦେବି
ଗଛଟିଏ ମୁଁ ଗଛଟିଏ ।।
ସୁନୀତା...-
ଆଲୁଅର ଆଧିକ୍ୟ ଆଉ ଅନ୍ଧାରର ଔଦ୍ଧତ୍ୟ ଭିତରେ
ଅଭାବର ଗର୍ତ୍ତ ସବୁ ଗଭୀର ଲାଗେ;
ସବୁଦିନ ଝରେ କଅଁଳେ ଏ ମନଟା ସଜନା ପତ୍ର ପରି,
କେବେ ବସନ୍ତରେ ଟିକେ ଶୋଇପଡ଼େ,
କାଳବୈଶାଖୀ ଖୋଜିବୁଲେ
ଯେବେ ଝାଞ୍ଜି ପବନରେ ଥକା ଲାଗେ ;
ନହେଲେ ନାଇଁ , ସେମିତି ଚାଲୁଥାଏ
ଅଯଥାରେ ଅଜାଣତେ କେତେ କଣ ଆଙ୍କୁଥାଏ
ବାଲି ରାସ୍ତାଟାରେ ,
ସେଥିପାଇଁ ବୋଧେ ସେ ଅଙ୍କାବଙ୍କା ଅକ୍ଷର ଭିତରେ
'ମୁଁ' ର ପ୍ରାବଲ୍ୟ ଅପରିସୀମ
ହେଲେ କଣ ଯେ ଲାଭ ,
ସେ ପ୍ରାବଲ୍ୟ ଭିତରେ ମୁଁ ହିଁ ହଜିଯାଏ ।
-
//ଇଛା//
ମୁଁ ଭିଜିବାକୁ ଚାହେଁ,
ଗୋଟେ ଛତା ତଳେ,
ଶୁଣିବାକୁ ଚାହେଁ ...
ଘଣ୍ଟାର ଟିକ୍ ଟକ୍ ଶବ୍ଦକୁ କାଟି,
ଧିମା ଧିମା ମୋ ଆଡକୁ ,
ମାଡିଆସୁଥିବା ତୁମ ନିଶ୍ବାସର ଶବ୍ଦ।
ଲୁଚିବାକୁ ଚାହେଁ ,
ବର୍ଷାର ଛିଟାଠୁ....
ହେଲେ ଦେଖିବାକୁ ଚାହେଁ ,
ତୁମ ହାତରେ ସାଉଁଟି ହେଇ
ରହୁଥିବା ପାଣିକୁ।
ସଂଧ୍ୟା ତ ସରିଯିବ,
ବର୍ଷା ବି ଛାଡିଯିବ,
ରହିଯିବ ଖାଲି ତୁମ ଅତରର ବାସ୍ନା,
ଆଉ ମୋ ଅଡ଼ୁଆ ଚୁଟିର
କିଛି ଅଂଶ ....
ସେ ଛତାର ବେଣ୍ଟରେ।-
ମୁଁ
*********
ଅସରନ୍ତି ରାସ୍ତାର ମୁଁ
ଅବିଶ୍ରାନ୍ତ ପଥିକ,,
ଅସଫଳ ମଣିଷ ଟେ
ଝରାଏ ମୁଁ ଲୋତକ...!(୧)
ଅକୁହା କାହାଣୀର ମୁଁ
ଅଣଦେଖା ନାୟକ,,
ଅସଜଡା ଲୁହା ଖଣ୍ଡେ
ନୁହେଁ ମୁଁ ଚୁମ୍ବକ...!(୨)
ଅଚିହ୍ନା ମୁହଁଟେ ମୁଁ ଯେ
ଅଜ୍ଞାନ ବାଳକ,,
ଅଜଣା କବିଟେ ମୁଁ ଯେ
ଦୁଃଖ ମୋ ଅନେକ...!(୩)
ଅଦିନିଆ ବର୍ଷା ମୁଁ ଯେ
ନୁହେଁ ମୁଁ ଚାତକ,,
ଅଫେରନ୍ତି ନଇ ଟେ ମୁଁ
ପ୍ରକୃତିର ପ୍ରେମିକ...!(୪)-
ଏତେ ବି କାହାକୁ ଆଘାତ ଦିଅନି,
କାଲି ସେଇ ଆଘାତର ଦ୍ବିଗୁଣ ଯନ୍ତ୍ରଣାକୁ ସହିବା ପାଇଁ ତୁମେ ଅକ୍ଷମ ହେଇଯିବ!
ଏତେ ବି ସ୍ବାର୍ଥପର ହୁଅନା,
କାଲି ସେଇ ସ୍ବାର୍ଥ ତୁମ ନିଜକୁ ଭୁଲେଇବା ସହ ନିଜ ଲୋକ ପର କରି ଚାଲିଯିବେ!
ଏତେ ବି କୃତଘ୍ନ ହୁଅନା,
କାରଣ ଏ ସ୍ବାର୍ଥସିଦ୍ଧ ଦୁନିଆରେ କେହି କାହାର ନ ହୋଇ ବି ସିଏ ତୁମକୁ ସାହାଯ୍ୟର ହାତ ବଢେଇଥିଲା।
ଏତେ ବି ମନରେ ଅଭିମାନ ଓ ଗ୍ଳାନି ରଖନା,
ଯେଉଁଥିପାଇଁ ସମସ୍ତେ ତୁମ ହାତ ଛାଡି ଅନୁତାପର ନିଆଁରେ ଜଳେଇବାକୁ ଛାଡିଯେବେ।
ଏତେ ବି କାହା ଉପରେ ବିଶ୍ୱାସ ଓ ଭରସା ରଖନା,
ସେଇ ନିର୍ଦ୍ଧିଷ୍ଟ ମଣିଷଟା ହିଁ ଏ ସମଗ୍ର ସଂସାରଟା ଆଗରେ ଲାନ୍ଛନା ଅପବାଦ ପ୍ରବଞ୍ଚନା ଦେଇ ଠକିଦେବ।-
ଭଲ ଝିଅ ଚୁପ୍ ରହିବାକୁ ପସନ୍ଦ କରେ।
ଭଲ ଝିଅ ଅନ୍ଧାରରେ କାନ୍ଦେ।
ଅଭିଯୋଗ କି ଅବଶୋଷ ନଥାଏ ତା'ର।
ଭଲ ଝିଅ ସ୍ବପ୍ନ ଦେଖେନି।
ଭଲ ଝିଅ ପ୍ରେମର ମିଠା ଭାଷାକୁ ବୁଝେନି।
ଭଲ ଝିଅ ପ୍ରେମର ଠିକଣା କୁ ଖୋଜେନି।
କିଛି ପାଇବାକୁ ଇଛା ରଖେନି।
ଭଲ ଝିଅ ଆଇନାକୁ ଦେଖି ହସି ପାରେନି,ନାଚି ପାରେନି, ଗୀତ ଗାଇ ପାରେନି।
ଭଲ ଝିଅ ସ୍ବାଧୀନ ହେବାକୁ ଚେଷ୍ଟା କରେନି।
ଭଲ ଝିଅ କାହା ପାଇଁ ପଦେ ଲେଖି ପାରେନି।
ଭଲ ଝିଅ ଚୁପ୍ ଚାପ୍ ଅନ୍ଧାରରେ ଗୁମୁରି ଗୁମୁରି କାନ୍ଦେ। କାହାକୁ ଦେଖାଏନି ନିଜ ଭିତରେ କୁହୁଳି ଉଠୁଥିବା କଷ୍ଟକୁ।
ଭଲ ଝିଅ ସବୁବେଳେ ହଁ ରେ ହଁ ଭରେ। ନା ରେ ନା ଭରେ। ତେବେ ଯାଇ ସିଏ ଦୁନିଆ ଆଗରେ କସ୍ତୁରୀ ପରିକା ମହମହ ହୋଇ ବାସେ।-
ସାଇତି ରଖିଛି ଗଜରା ତୋ ପାଇଁ
ପିନ୍ଧାଇବି ନିଜ ହାତେ
ବଧୂ ହୋଇ ମୋର ଆସିବୁ ତୁ ଯେବେ
କେତେ ସୁନ୍ଦର୍ ଲାଗିବ ସତେ !!-
ମୁଁ ଅଧା ଲେଖା କାହାଣୀ ଟିଏ,
ଯାହାର ଅନ୍ତ ଲେଖିବାର ଅଧିକାର ମୋର ଅଛି,
ମାତ୍ର ସେ ସ୍ୟାହି ମୋର ନୁହେଁ।
ମୁଁ ଅଧା ଗଢା ସ୍ବପ୍ନ ଟିଏ,
ଯାହାକୁ ପୁରା କରିବାର ଅଧିକାର ମୋର ଅଛି
ମାତ୍ର ସେ ଆଖି ମୋର ନୁହେଁ।
ମୁଁ ଅଶାନ୍ତ ମନ ଟିଏ
ଯାହାକୁ ବୁଝିବାର ଅଧିକାର ଅଛି
ମାତ୍ର ଅଭିମାନ ର ନୁହଁ।
ମୁଁ ସଦ୍ୟ ଫୁଟା ଶେଫାଳୀ ଟିଏ,
ଯାହାର ସମସ୍ତ ଅଧିକାର ରାତ୍ରି ଯାଏ ସୀମିତ।।
ମାତ୍ର ସେ ରାତ୍ରି ନୁହେଁ ଖାଲି ଶେଫାଳୀର।
-
👫👫👫👫👫
👧:- ଏ ରାତି ଯେବେ ଏକ
ନୂଆ ଆଲବମ୍ ରେ ପରିଣତ ହେବ !!!
ସେତେବେଳେ ତମେ ମୋ ଠାରୁ
କେଉଁ ଉପହାର ନେବ ????
👨:- ମୋ ପାଇଁ ତମ ମନରେ
ରହିଥିବା ଅଭିମାନ !!!
ଏଥର ଦେଇ ପାରିବ ତ ମୋ ଉପହାର ??
-