ଜୀବନ ରଙ୍ଗମଞ୍ଚ ରେ କେତେ ଯେ ସଂଘର୍ଷ,
ଆଉ ପ୍ରତିଟି ସଂଘର୍ଷ ପରେ ନିରିଖି ପଡୁ ଥିବା ନିଜର ଅସ୍ତିତ୍ଵ।।
କେତେ ଯେ ଅକୁହା ଯନ୍ତ୍ରଣା,
ନିଜ ପ୍ରଶ୍ନ ରେ ଜର୍ଜରିତ ଆତ୍ମା,
ପ୍ରଶ୍ନବାଚୀ ନିଜର ସବୁ କର୍ମ,
ମାତ୍ର ଆଗକୁ ବଢ଼ିବାର ଆକାଂକ୍ଷା।।
କ୍ଳାନ୍ତ ମନର ଅସରନ୍ତି ଇଚ୍ଛା,
ଦିବା ସ୍ୱପ୍ନର ଅହେତୁକ ଡର,
ଥକି ପଡୁ ଥିବା ପାଦ,
ହେଲେ ସ୍ଵପ୍ନ ପୁରା କରିବାର ଜିଦ୍।।
-
କିଛି ଭାବନାକୁ ମନରେ
ସମାଧି ଦେଇ ସରିଛି ।।
ଆଉ କିଛି ବିଦ୍ରୋହ କରି
ନୟନର ଲୋତକ ଧାର ସାଜି ବସିଛନ୍ତି ।।
ଆଉ କିଛି ଶବ୍ଦ ଖୋଜୁଛନ୍ତି
ମନ ର ଏକ କୋଣରେ ଏବେ ବି ସଂଘର୍ଷ କରୁଛନ୍ତି।।
-
କିଛି ନିଛକ ବାସ୍ତବତା
ଜ୍ଵରରେ ନିଜ ଦେହ ଫୁଟି ଗଲା ବେଳେ,
ସେ କହେ "କାଲି ତୋର ଅଫିସ୍ ଅଛି,
ତୁ ଯା ଶୋଇ ପଡ଼େ।
ମୋର ଆପେ ଆପେ ଭଲ ହୋଇଯିବ।
ମୋ ଗୋଡ଼ ହାତ ବଥା କରୁନି।
ଟିକିଏ ଶୋଇ ପଡିଲେ ମୁଁ କୁଆଡ଼େ ଭଲ ହୋଇଯିବି ।"
ମା ଗୁଡ଼ା କେମିତି ଏତେ ନିଃସ୍ଵାର୍ଥପର ହୋଇ ପାରନ୍ତି
ଆଉ ପିଲା ଗୁଡ଼ା କେମିତି ତା ପାଇଁ କୋଠର ହୋଇ ଯାଆନ୍ତି।
ତା ହସ ପଛର କଷ୍ଟ କୁ କାଇଁ ଆମେ ପଢ଼ି ପାରୁନା।
ମା ହେବା ସତରେ କଷ୍ଟ।।-
ନିଜ କୁ ହଜେଇ ପୁଣି ଖୋଜିବି
ଶୂନ୍ୟତା ଗଳି ରେ ଲୁକ୍ତାୟିତ ପୂର୍ଣ୍ଣତା କୁ।।
ଶେଫାଳି ସାଜି ରାତି କ ଆୟୁଷ ସାଉଁଟିବି ନାହିଁ,
ଅଜଣା ଅରଣ୍ୟର ବଣ ମଲ୍ଲୀ ପରି ମହକି ଯିବି।।
ଜୀବନର ପ୍ରତି ଟି ପରୀକ୍ଷା ରେ
ମୁଁ ବି ପ୍ରଥମ ଶ୍ରେଣୀ ରେ ଉର୍ତ୍ତିନ ହେବି।।
-
ଦିନ ପରେ ଦିନ ବିତି ଯାଏ
ପ୍ରତିଦିନ ର ସଂଘର୍ଷ ପରେ
ପାଦ ଆଗରୁ ମନ ଥକି ପଡ଼େ।
ନିଜର ଅସ୍ତିତ୍ଵ ପ୍ରଶ୍ନବାଚୀ ଲାଗେ ।।
ହେଲେ ଅଟକି ହୁଏନା,
ଘୋର ଅନ୍ଧକାର ପରେ କାଳେ
ଆଲୋକ ର ସମ୍ଭାବନା ଥାଏ,
ବାସ୍ ଏକ ଦୀର୍ଘଶ୍ଵାସ
ପୁଣି ଦଉଡ଼ି ଯାଏ
ସେହି ଭିଡ଼କୁ
ସେହି ସଂଘର୍ଷ ପୂର୍ଣ୍ଣ ବର୍ତ୍ତମାନ କୁ।।
-
ତୁମ ଅଗଣା ରୁ ତୋଳି ଆଣିବି
ତୁମର ଅଯଥା ଭାବନା ଗୁଡା।
ପୁଣି ଥରେ ଯତନ କରିବି
ଆଉ ଥରେ ନାମକରଣ କରିବି
ଗଢ଼ିବି ଆଉ ଗୋଟେ ନୂଆ ଆବେଗ।
କଣ ଭାବୁଛ??
କାହା ପାଇଁ ଏତେ ସଂଘର୍ଷ?
ଧେତ୍ କେବେ ବୁଝିବ
ସବୁ ଆମ ପାଇଁ।।
-
ସ୍ଵପ୍ନ ଏକ ସୁନ୍ଦର ପକ୍ଷୀ ଟିଏ
ସଫଳତା ଚେଷ୍ଟାରେ କେତେ ଯେ ଗଗନ ଘୁରି ବୁଲେ।
ଅଟକି ଯିବା ପରି ଅନ୍ତ ପାଏ ନାହିଁ
ଅବା ଅନେକ କିଛି ପାଇବା ଆଶା ରେ
ପୁଣି ଉଡ଼ି ବୁଲେ।
ଏକ ସୀମା ହୀନ ଅନ୍ତ ପଛେ।-
A cured heart
Recovered from unsettled feelings
After sacrificing sleepless nights...
Perfect combo to move on...
-
ତୁମେ ଆଉ କେବେ ଫେରିବ।
ଆଉ ଆଖିରେ ଅପେକ୍ଷା ବି ନାହିଁ,
ମନରେ ଆଶା ବି ମରି ଗଲାଣି,
ତାହେଲେ ତୁମ ଫେରିବା ବାଟକୁ
ମୁଁ କାହିଁ ଚାହିଁ ରହିଛି।
ଏ ପ୍ରତୀକ୍ଷା ବାସ୍ ଏକ ଅଭ୍ୟାସ ନୁହେଁ ତ?
ଖରା ବରଷା ବି ଗଲାଣି,
ଆଜି କାଲି କାଶତଣ୍ଡି ର ସମ୍ଭାର ଚାଲିଛି।
ହଁ ଏମିତି ତ କେତେ ଋତୁ ଫେରି ଗଲାଣି।
ହେଲେ ତୁମେ ତ ଫେରିନ।
ମୁଁ କେତେ ଯୁକ୍ତି ବାଢେ ନିଜ ସହ,
ତୁମେ ହୁଏତ ମୃଦୁ ମଳୟେ ଫେରିବ
ନହେଲେ ଝାଞ୍ଜି ଖରାର ଦଲକାଏ ପବନ ହୋଇ
କିମ୍ବା ଅସରାଏ ବରଷା ହୋଇ
ମୋ ଆତ୍ମା କୁ ଭିଜେଇ ଦେବ।
ତୁମେ ଫେରିଲେ ଦେଖିବ,
ମୁଁ ଦାଣ୍ଡ ଦୁଆରେ ବସି ଥିବି,
ଆଖିରେ ମେଞ୍ଚାଏ ଅଭିମାନ ନେଇ
ତୁମ କୁ ଲକ୍ଷେ ପ୍ରଶ୍ନ କରିବି।।
ହେଲେ ତୁମେ ଆଉ କେବେ ଫେରିବ??
-
ପ୍ରଦୋଷ ପରଶେ କଣ ହୁଏ?
ପକ୍ଷୀ ଫେରେ ନୀଡ଼ କୁ,
ବୋଉ ଚଉରା ମୂଳେ ସଞ୍ଜ ବତୀ ଜାଲେ,
ମୁଁ ବି କ୍ଳାନ୍ତ ଶରୀର ଟା କୁ ନେଇ ଅଫିସ ରୁ ଫେରେ।
ରାସ୍ତା ରେ ଖେଳୁଥିବା ପିଲା ଗୁଡା
ଦୌଡ଼ି ଯାଆନ୍ତି ନିଜ ଘର କୁ।
ଆଉ ହଁ ସେ ସୂର୍ଯ୍ୟ ବି ତ ଲେଉଟି ଯାଏ।
କେତେ ଯେ ଅପେକ୍ଷା ର ଅନ୍ତ ହୁଏ
ଦିନ ସାରା ର କଷ୍ଟ ପରେ ମନ ଶାନ୍ତ ହୁଏ
ସୂର୍ଯ୍ୟ ଚନ୍ଦ୍ରମା ର ମିଳନ ଘଟେ।
ନିଜ ସହ ବସିବାକୁ କିଛି ମୁହୂର୍ତ୍ତ
ଚୋରେଇବାକୁ ପଡେନି।
ଦୂର ଦିଗବଳୟ ବି ମୁରୁକି ହସେ।
ପ୍ରଦୋଷ ପରଶେ ସତେ କେତେ କଣ ବଦଳି ଯାଏ।
ଶାନ୍ତ ତୃପ୍ତ ଗୋଧୂଳି ବେଳ
ସେଇଥି ବୋଧେ ସେ ପ୍ରଦୋଷ।।
-