ମୁଁ ତୁମର ନୁହଁ !
-
ମୋ କାଳଜୟୀ ଉପନ୍ୟାସର ନାୟିକା
ହବାକୁ ହେଲେ
ତୁମକୁ ପ୍ରଥମେ ମୋ ପ୍ରିୟତମା ସାଜିବାକୁ ପଡିବ !
ତୁମ ପାଇଁ ଏଇଟା ହେଉଛି ସୁବର୍ଣ୍ଣ ସୁଯୋଗ ।-
ତରଳି ଯାଉଥିବା ବରଫ ଭଳି ମଣିଷ ଭିତରୁ ଏବେ
ତରଳି ନିଃଶେଷ ହେଇ ଯାଉଛି ଆଶା ଆଉ ବିଶ୍ଵାସ।
ଏତେ ପରେ ବି ତମେ କହିବ
ତମ ଛାତି ତଳେ ଥିବା ସେ ହୃଦ୍ ସ୍ପନ୍ଦନର
ବେଗ ପରଖିବାକୁ !!!-
"ପ୍ରେମିକାର ନିଷିଦ୍ଧ ପୃଥିବୀ"
-----------------------------
ଆଜି ପାଟିରେ ତାଲା ମୋହର,
ହାତେ ବନ୍ଧନର ବେଡି ବିବାହର
ପାଦେ ପଡ଼ିଛି ଚାବି କାଠି ଶିକୁଳିର,
ଘୁରି ବୁଲୁଛି ଆଜି ଅତିଥି ସାଜି ମୁଁ
ଏକ ନିଷିଦ୍ଧ ପୃଥିବୀର।
ସଂପୂର୍ଣ୍ଣ କବିତାଟିକୁ ଅନୁଶୀର୍ଷକ ରେ ପଢିବାକୁ ଅନୁରୋଧ🙏
-
କିଏ ତୁମେ????
°***************°
କେବେ ତୁମେ ସାଜ ମୋ ଓଠର ହସ
କେବେ ମୋ ଆଖିର ଲୁହ,,
କେବେ ତୁମେ ସାଜ ମୋ ସ୍ୱପ୍ନ ସୁନ୍ଦରୀ
କେବେ ମୋ ଛାତିର କୋହ....!(୧)
କେବେ ତୁମେ ସାଜ ଆଶାର କିରଣ
ମୋ ଅନ୍ଧାର ଜୀବନର,,
କେବେ ତୁମେ ମୋର ଶରୀରର ଆତ୍ମା
ସ୍ପନ୍ଦନ ମୋ ହୃଦୟର....!(୨)
ମୋ ମନ ବହିର ପ୍ରଶ୍ନ ତୁମେ ପ୍ରିୟେ
କେବେ ପ୍ରଶ୍ନର ଉତ୍ତର,,
କେବେ ତୁମେ ସାଜ ଚମତ୍କାରୀ ଦେବୀ
ମୋ ମନର ମନ୍ଦିରର....!(୩)
କେବେ ତୁମେ ମୋର ଜୀବନର ଲକ୍ଷ୍ୟ
ପଥ ପୁଣି ଲକ୍ଷ୍ୟ ପ୍ରତି,,
କେବେ ତୁମେ ସାଜି ମୋ ମନ ମୟୂରୀ
ସପନେ ଆସୁଛ ନିତି....!(୪)
କହିଦିଅ ତୁମେ ପ୍ରକୃତରେ କିଏ
ପରିଚୟ ଦେଇଯାଅ,,
ମୋ ପ୍ରଶ୍ନର ତୁମେ ଉତ୍ତର ଦେଇକି
ଆପଣାର କରି ନିଅ....!(୫)-
ବାସ୍ତବତାର ବାହୁ ବନ୍ଧନରୁ
ବିଚ୍ଛେଦ ଘଟିବା ପରେ
ଯିଏ ମୋ ପାଦ ଚିହ୍ନରେ ପାଦ ଥାମେ
ସିଏ ହେଉଛ ତମେ !!!
କିଛି ବୁଝି ପାରିଲ ..???
ନା ସବୁ ବୁଝି ନବୁଝି ପାରିବାର
ବାହାନା କରୁଛ ...!!!!
-
ତୁମେ ମଧ୍ୟାହ୍ନର ମନମତାଣିଆ
ମନୁଆ ମହକ ହେଲେ,
ମୁଁ ଯେ ଅନୁଭବୀ ଅଜଣା ଅତିଥି
ଅଟକିଯାଏ ତୁମ ଜାଲେ !— % &-