Gourgopal Das   (© ଦିପ୍ତୀଶିଖା🍁)
456 Followers · 51 Following

read more
Joined 10 April 2019


read more
Joined 10 April 2019
21 JAN AT 12:52

ପୁଣି ଦେଖି ଯାଅ କିଛି ଚିତ୍ର ଓ ଚରିତ୍ର
ଝରକା ସେପଟ ପୃଥିବୀ, ଆଉ ଏପଟ ମଧ୍ୟ ରାତ୍ରି କଥା ...

ସେପଟ ପ୍ରାନ୍ତରୁ ଝରି ଆସୁଥିବା କୋମଳ ଆବେଗ ,
ଆଉ ଏପଟ ପ୍ରାନ୍ତରୁ ଶିଖୁ ଥିବା ଏକ ଛୋଟ ଚରିତ୍ର .....

ତୁମେ ପକ୍ଷ ଝାଡ଼ି କର୍ମଠ ର ବାର୍ତ୍ତା ଦିଅ ,
ମୁଁ ଦେଖି ଶିଖିଥିବା ଏକ ପ୍ରାରମ୍ଭିକ ଶିକ୍ଷାର୍ଥୀ ...

ତୁମେ ଚଞ୍ଚଳ ତାର ବାର୍ତ୍ତାବହ ,
ମୁଁ ଏକ ଆବେଗ ହୀନ ପିଞ୍ଜରା ବଦ୍ଧ ପ୍ରତିଛବି ...

ଲାଗେ ଯେପରି ମୁଁ ବହୁତ ଶିଖିବି ତୁମଠୁ ,
ଏକ ଯୁକ୍ତ ଆବେଗ ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ହୀନ ସଂଜ୍ଞା ଭଳି ....

ସତ ନୁହେଁ କି ?
କିଛି ଝରକା ସେପଟ ପୃଥିବୀ, ଆଉ ଏପଟ ମଧ୍ୟ ରାତ୍ରି କଥା ......

-


19 SEP 2024 AT 0:16

ଆସ ଦେଖି ଯାଅ
କେବେ ମାଟିକୁ ମାଆ କହି ମୁଣ୍ଡରେ ,
ପାଣିକୁ ଜୀବନ କହି ଆଞ୍ଜୁଳାରେ
ରଖୁଥିବା ଲୋକର କାହାଣୀ ।।

ଆଉ କେବେ
ଗାମୁଛା ବଦଳେ କେପ୍ ,
ମାଟି ବାସ୍ନାରେ ନାକ ଟେକି
ଅତର ଫିଙ୍ଗୁଥିବା କିଛି ବାବୁଙ୍କ କାହାଣୀ ।।

ପ୍ରାୟ ଦୁଇଟା ଭିନ୍ନ , ଏକ ସମୟ ରେଖାରେ ...

ଜାଣିଛ, ତୁମେ ସମ୍ପୂର୍ଣ୍ଣ ମିଛ ନୁହଁ !
କେବଳ କିଛି ବ୍ୟବଧାନ ଆଧୁନିକତାର ,
ଆଉ କିଛି ନକାରାତ୍ମକ ଆତ୍ମଚିନ୍ତନର ...

-


3 JUN 2024 AT 1:26

ଠିକ୍ ବର୍ଷେ ପୁରିଲା ନା....
କିଛି ଭୟାବହ ଅଂଧାର କୁ ଛାତିରେ ଧରି ,
ଏବେ ତୁମର ସୃତି ରେ ନ ଥିବ
ବାହାନଗା ଆଜି ବି କାନ୍ଦେ
ନିଜର ଆତ୍ମୀୟଙ୍କ ଲାଗି....

-


27 NOV 2023 AT 19:10

ସେଠି କିଛି ନଥିଲା
ଥିଲା ଖାଲି " ସମୟ "...
ଆଜିର ଭିଡ଼ ଦେଖି
ଖୁସି ହୁଅନି...
ଏଠି ବି ପଡ଼ିଯିବ ସୁଖା
ଠିକ୍ ବୁଢାବଳଙ୍ଗ ପରି...

-


12 AUG 2023 AT 0:28

" ଲାଗେ ବହୁ ଅଳ୍ପ ସମୟ ସାର୍ଥକ ପ୍ରାଣଟେ ପାଇଁ
ଅନିଶ୍ଚିତତା ହିଁ ଏଠି ସତ୍ୟ
ନିଶ୍ୱାସର ସତ୍ତା ଶୂନ ଠୁଁ ଅଧିକ ନାହିଁ "

-


10 AUG 2023 AT 1:04

ଦେଖ, ଏଠି ସିଗ୍ରେଟ୍ ଜଳୁଛି
ମାଟି କାନ୍ଥ ଆଢ଼ୁଆଳେ କିଛି ଫୁସଫୁସ୍ ଲଢ଼ୁଛି ।
ପ୍ରାୟ ଧଳା କୁର୍ତ୍ତା ପିନ୍ଧା ଚାକିରିଆ ବାବୁ
କିଛି ହସ ସାଙ୍ଗକୁ କିଛି ଦେଶ ଦୁନିଆର ହାଲ୍-ଚାଲ୍
" ପାଖେଇ ଆସୁଛି ଅଗଷ୍ଟ ପନ୍ଦର "
ଆଜିର ମୁଖ୍ୟ ବିଷୟ ସାଜିଛି ।।

-


21 MAR 2023 AT 7:46

କେବେ ଭେଣ୍ଟିଲେଟର ପଇଁ ବରଦାନ ,
ଆଉ କେବେ କେବେ ଚିରସ୍ଥାୟୀ ବିଶ୍ରାମ କେଉଁ ଏକ ଜୀବନ୍ତର ।।

-


20 NOV 2022 AT 13:07

ଶସ୍ତା କହି
ଛାଡ଼ିଦେଲ କେତେ ଜହ୍ନର ଆଲୋକ
ପାଖ କହି
ଗଣିଦେଲ କେତେ ଶୀତୁଆ ରାତିର ଦରଦ
ଧୂଳି କହି
ଉଡ଼େଇ ଦେଲ କେତେ ହାତ ପାହାନ୍ତର ଝଲକ

ଏ ସବୁ ତୁମ ପାଇଁ ତୁଚ୍ଛ ହେଇ ପାରେ
ମାତ୍ର ଆଜି ବି ଜଳେ କେତେ ସର୍ତ୍ତରେ ,

ପ୍ରାୟ ଏ ଗୁଡ଼ାକୁ ଇତିହାସ କହନ୍ତି
ଏକ ଲୁଚି ଯାଇଥିବା ସମୟ ପଛରେ....

-


12 NOV 2022 AT 0:54

ଏ ରାତି ପାଇଁ ଦୁଃଖ ନାହିଁ
ରଖିଥିବା ଅନ୍ଧାରକୁ ଉଧାର ଦେଇଛି
ମଣିଷ ଗଳିରେ କେତେ ଚର୍ଚ୍ଚା
ଆଜି ଜହ୍ନର ଦିନର
ଏଇ ପା ନଜର ଆସିଲାଣି
ଉଧାର ଅବଧି ସରି ଆସୁଛି



-


5 NOV 2022 AT 1:02

ସବୁ ମୁହୂର୍ତ୍ତ,
ଠିକ୍ ଏ ବତୀ ପରି ଅସ୍ଥାୟୀ
ଏବେ ସିନା ଜଳୁଛି ,
କାରଣ ଲିଭିବା ସର୍ତ୍ତରେ ସେ ଛନ୍ଦିନାହିଁ ।।

-


Fetching Gourgopal Das Quotes