"ଆସ ଥରେ....."
(ପଢନ୍ତୁ ଅନୁଶୀର୍ଷକରେ)-
କେମିତି ଅନୁଭବର ସଂଜ୍ଞାରେ
ତୁମେ ପ୍ରତିଫଳିତ ହେଉଥିବ
ମୁଁ ଜାଣିନି
କେମିତି ଭାବର ଆଧାରରେ
ତୁମେ ପରିସ୍ଫୁଟିତ ହେଉଥିବ
ମୁଁ ଜାଣିନି
ହେଲେ ଏକ ଅଜଣା ଆକାଶର ଶିଖରରେ
ଆଜି ମୋ ହୃଦୟର ସ୍ପନ୍ଦନ
ଯେମିତି କେଉଁ ଏକ ପ୍ରକାଶର ଅପେକ୍ଷାରେ ଅଛି
ଏକ ଅବୁଝା ଅନୁଭୂତିର ଅଗଣାରେ
ଆଜି ମୋ ଅନୁଭବର ସ୍ୱର
ଯେମିତି କେଉଁ ଏକ ଗୀତିର ପ୍ରତୀକ୍ଷାରେ ଅଛି
କେମିତି କଳ୍ପନାର ଚିତ୍ର ଏ
ଅବା ହୃଦୟର ସଂଜ୍ଞା
କେମିତି ଚିତ୍ରର ବାସ୍ନା ଏ
ଅବା କଳ୍ପନାରେ ସାମ୍ନା *-
ଆରମ୍ଭ ,ଅପେକ୍ଷା, ଆଶା, ଆତ୍ମାହତ
ଶେଷେ ଅବଶୋଷ ପାହାଚ ଡେଇଁ
କାରୁଣ୍ୟ ରେ ଯଦି କରେ କରାଘାତ
କହ କେତେ ପାପୀ, ମୁଁ ତୋ ପ୍ରେମ ନାଇଁ ?
-
ଛୁଇଁବାକୁ ଦିଅ ମୋତେ
ପଥରର ହୃଦୟକୁ ତୁମର,
କାଳେ ତରଳି ଯିବ ଜମି ଯାଇଥିବା ଅନୁଭବ।
ବାନ୍ଧିବାକୁ ଦିଅ ମୋତେ
ଅସହାୟ ଆଲିଙ୍ଗନକୁ ତୁମର,
କାଳେ ବଉଳି ଯିବ ଝଡ଼ି ଯାଇଥିବା ଅନୁତାପ।
ରଖିବାକୁ ଦିଅ ମୋତେ
ବେଦନାର ଅଭିମାନକୁ ତୁମର,
କାଳେ କଅଁଳି ଯିବ ଶୁଖି ଯାଇଥିବା ଅଭିସାର।
-
ଅନନ୍ତ ଆଳୟ ଦିବ୍ୟ ପ୍ରେମମୟ
ଅଧିର ଅମ୍ବରେ ଭକ୍ତିର ବଳୟ
ସଂସାର ଚେତନା ଅଦୃଶ୍ୟ ଚିନ୍ତନ
ଏକ ନିଶିଥ ପ୍ରକାଶେ ନୀରବ ଗୁଞ୍ଜନ
ବାସ୍ତବ ଅବଧି ଅନ୍ତିମ ଆହୁତି
ଚଞ୍ଚଳ କାନନେ ଭାବ ରସେ ସ୍ତୁତି-
//ଋଣ//
ମୁଁ ଯେତେବେଳେ ବି କହିଲି,
ମୋତେ ଡ଼ର ଲାଗୁଛି,
ତୁମେ ସାଙ୍ଗେ ସାଙ୍ଗେ ଖୋଲି ଦେଲ,
ହୃଦୟର ସେଇ ସୁରକ୍ଷିତ କୋଣ।
ମୁଁ ଲୁଚିଗଲି,ହଜେଇ ପାରିଲିନି ନିଜକୁ,
ହାତ ଧରିଲ,ବାଟ କଢେଇ ନେଲ,
ଆଉଥରେ ସ୍ବପ୍ନ ଦେଖେଇଲ।
ଅତିରିକ୍ତ କାଗଜରେ ଛାପିଦେଲ ,
ମୋହର .....
ତୁମ ଅସରନ୍ତି ଭଲପାଇବାର।
-
ମୁର୍ଛନାରୁ ଯେଉଁ ପେଜ ଉତ୍ତରଇ ଆସେ,
ପ୍ରେମର ଅାକ୍ଷା ପାଏ ଜନତାର ପାସେ ।
କ୍ଷୀର ଭଲପାଏ ନିରକୁ ଯେମିତି,
ମାଆକୁ ଛାଡ଼ିବ ସନ୍ତାନ କେମିତି ।
ପ୍ରେମ ଯେ ପବିତ୍ର ଆକ୍ଷାତା ଅସୀମ,
ବ୍ୟାଖ୍ୟା କରିଲେ ତାକୁ ଲାଗଇ ସରମ ।
-
ମୋ ସ୍ୱପ୍ନର ନାୟିକା
କେଉଁଠୁ, କେଜାଣି, କିପରି, କେମିତି,
ଆସିଛୁ ଓହ୍ଲେଇ ଏ ହୃଦୟକୁ;
ଭୁଲିବାକୁ ଯେତେ ଚେଷ୍ଟା କଲେ,
ଭୁଲି ପାରେନା ଏ ହୃଦୟ ତୋ ଚେହେରାକୁ;
ଏମିତି କି ଯାଦୁ ଅଛି ତୋର ସେ ଆଖିରେ,
ଯେ ଥରୁଟିଏ ଦେଖିଦେଲେ,ମନେପଡୁଥାଉ ତୁ ସବୁବେଳେ;
-
ତୁମେ ମୋତେ ଘୃଣା କର ଏଥିରେ ମୋର ଦୁଃଖ ନାହିଁ ।
କିନ୍ତୁ , ମୁଁ ତୁମକୁ ଭଲପାଇବିନି
ଏକଥା କହିବାର ଅଧିକାର ବି ତୁମର ନାହିଁ ।।-