Rashmirekha das   (ରଶ୍ମି)
381 Followers · 69 Following

କିଛି ମିଛକୁ ମିଛ ଭାବରେ ହିଁ ରଖାଯାଉ , ସବୁକିଛି ମିଛରେ ହିଁ ମନଛୁଆଁ❤️ #ମିଛକବିତା
Joined 27 June 2019


କିଛି ମିଛକୁ ମିଛ ଭାବରେ ହିଁ ରଖାଯାଉ , ସବୁକିଛି ମିଛରେ ହିଁ ମନଛୁଆଁ❤️ #ମିଛକବିତା
Joined 27 June 2019
17 APR AT 19:17

ମୁଁ ସାରା ସଂସାରର ପାପ
ଆଉ ତୁମେ ଠାକୁର ଘରେ ଥିବା ଶେଷ ବୁନ୍ଦା ଗଙ୍ଗାଜଳ...।

ଚିତ୍ରଲେଖା !

-


15 APR AT 14:17

ମୁଁ କବିତା ଲେଖୁଛି ବୋଲି ଦୁନିଆଁ ଜାଣିଛି
ମୁଁ ଦୁନିଆଁ ଜାଣିଛି ବୋଲି କବିତା ଲେଖୁଛି।।

@ଚିତ୍ରଲେଖା!!

-


12 APR AT 22:30

ଏ ପୃଥିବୀ ଛାତିରୁ ପ୍ରେମ ସରି ଯାଇ ନାହିଁ
ତେବେ କୁହ ତୁମ ମୁଁହ ଫିକା ଦିଶେ କାହିଁ ।।


ତୁମେ କଣ ଆଇନା ରେ ଆଜି ନିଜକୁ ଦେଖିନ 
ସତ କୁହ ଆଇନାରେ କଣ ମୋ ମୁହଁ ଦିଶି ନାହିଁ ।। 


ତୁମକୁ ଭଲ ପାଇ କେତେ କାଳ ଗଲା ସରି 
ଆଜି ବି ତୁମ ଆଖିରେ ମୋ ପ୍ରତି ଛବି ନାହିଁ ।।


ଯାଯାବର ଜୀବନରେ କାଲି ବୋଲି କିଛି ନାହିଁ 
ତେବେ କୁହ ତୁମେ କଞ୍ଚା ସ୍ବପ୍ନ ବୁଣ କାହିଁ ??


ଯିଏ କହେ ପ୍ରେମ ଏଠି ସୁଝି ଦିଏ ଋଣ
ସିଏ ବୋଧେ କେବେ ମନ ବନ୍ଧା ରଖି ନାହିଁ ।।


ଏ ପୃଥିବୀ ଛାତିରୁ ହସ ସରି ଯାଇ ନାହିଁ
ତେବେ ତୁମ ଆଖିରେ କୋହ ଦିଶେ କାହିଁ ।


ତୁମେ କଣ ରଶ୍ମିର ଶବ୍ଦରେ ନିଜକୁ ଖୋଜିନ 
ସତ କୁହ କବିତାରେ ନିଜ ମୁଁହ ଦିଶି ନାହିଁ ।।





-


12 APR AT 20:39

ହାତରେ ଲାଲ୍ ରକ୍ତ ଗୋଲାପକୁ ଧରି
ସୁଖ ସାଉଁଟୁ ଥିବା ମଣିଷ
କଣ ବା ବୁଝିବ , କେଉଁ ଦୂର ସହରର
ଏକ ଅଜଣା ଘର ଅଗଣାରେ ଝରିପଡ଼ିଥିବା
ଝରାଶେଫାଳୀର ବେଦନା ।।

-


10 APR AT 23:17

ପ୍ରେମ କରି ସରିଗଲା ମୋ ଆୟୁଷ ଯେତେ
ପ୍ରାୟଶ୍ଚିତ କରିବାକୁ ବେଳ ନାହିଁ ମୋତେ ।।

ତୁମେ କୁହ ଚିଠିଟେ କାହିଁ ଲେଖୁନି ତୁମକୁ
ଅତୀତ ଖୋଜିବାକୁ ବେଳ ନାହିଁ ମୋତେ ।।

ତୁମେ ଅନ୍ଧାରକୁ ଡର ବୋଲି,ଆଜି ଦୀପଟେ ଜାଳିଛି
ନିଜକୁ ଜାଳିବାକୁ ଆଉ ବେଳ ନାହିଁ ମୋତେ ।।

ଆଖିରେ ଲୁଚେଇ ବଙ୍ଗୋପସାଗର ଓଠରେ ଆଙ୍କିଛି ହସ
ଭଙ୍ଗା ବାଲିଘର କଥା ଭାବିବାକୁ ବେଳ ନାହିଁ ମୋତେ ।।

ଜୀବନେ ଆଗକୁ ଅନେକ ବାଟ ଚାଲିବାକୁ ହେବ ଏକା ।
କାହା ଆହାଃ ପଦେ ଭରସିବାକୁ ବେଳ ନାହିଁ ମୋତେ ।।

-


27 MAR AT 10:30

ମୁଁ ଅତି ପାଖରୁ ଦେଖିଛି ତା'ର ଦୂରକୁ ଯିବା
ମୁଁ ଅତି ପାଖରୁ ଦେଖିଛି ତା'ର ବଦଳି ଯିବା ।

ମୁଁ ଅତି ପାଖରୁ ଦେଖିଛି ଗାଁ'ର ସହର ପାଲଟି ଯିବା
ମୁଁ ଅତି ପାଖରୁ ଦେଖିଛି ସହର ର ଗାଆଁ ଖୋଜି ଯିବା ।

ମୁଁ ଅତି ପାଖରୁ ଦେଖିଛି ଦୀପଟେ ଘର ଜାଳି ଦେବା
ମୁଁ ଅତି ପାଖରୁ ଦେଖିଛି ଘରଟେ ଦୀପ ହେଇ ଜଳି ଯିବା ।

ମୁଁ ଅତି ପାଖରୁ ଦେଖିଛି ଝିଅ ର ଦେବୀ ହେଇଯିବା
ମୁଁ ଅତି ପାଖରୁ ଦେଖିଛି ଦେବୀର ମାଟି ହେଇଯିବା ।

ମୁଁ ଅତି ପାଖରୁ ଦେଖିଛି ମଣିଷର ବଦଳି ଯିବା
ମୁଁ ଅତି ପାଖରୁ ଦେଖିଛି ମଣିଷଟେ ନଦୀ ହେଇ ଯିବା ।

ମୁଁ ଅତି ପାଖରୁ ଦେଖିଛି ଆଖିର ସମୁଦ୍ର ହେଇଯିବା
ମୁଁ ଅତି ପାଖରୁ ଦେଖିଛି ମଣିଷଟେ ପଥର ହେଇଯିବା ।

-


19 MAR AT 10:43

ମୃତ୍ୟୁକୁ ଦିନ କେତେ କୋଳ କରି ରଖିଲି
ଭାବିଲି ମୃତ୍ୟୁ ନିହାତି ଛୋଟ ପିଲା
ଗୋଟେ ଦୁଷ୍ଟ ଅବୋଧ ବାଳକ
ଯେ ହସି ହସି ଭାଙ୍ଗିଦିଏ , ସ୍ୱପ୍ନ ଆଉ ସମ୍ଭାବନାର ଇମାରତ!
ଫିଙ୍ଗିଦିଏ ଘରସାରା ବହି କାଗଜ ପତ୍ର
ଯାହା ଏବେ ବି ଥାଏ ଅପଢା
ଛିଣ୍ଡେଇ ଦିଏ ବଗିଚାର ଫୁଲ କଢ଼
ହାତରେ ମକଚି ଦିଏ , କାଲି କିଣା ହେଇ ଆସିଥିବା
ସୁନ୍ଦର ଚାରା ଗଛ କିଛି ।।
ଭାବିଥିଲି ମୃତ୍ୟୁକୁ ଜୋର କରି ଖୁଆ ଯାଇପାରେ ଦୁଧ ଭାତ
ଶୁଣା ଯାଇପାରେ ଆଈମା କାହାଣୀ କିଛି
ନିଜ ଶାଢ଼ୀ ପଣତରେ ଦୋଳି କରି ଝୁଲା ଯାଇପାରେ
ତାକୁ ନିଦରେ ଅଚେତନ କରିବାକୁ ।
କିନ୍ତୁ , ମୃତ୍ୟୁ ତ ଚିରକାଳ ଥାଏ ପିଠିରେ ଲାଉ ହେଇ
ସେ ହିଁ ବେତାଳ
ବୁଲୁଥାଏ ଖଣ୍ଡା ତାର ଆମ ବେକ ପାଖେ ପାଖେ
ମୃତ୍ୟୁର ହଜାରେ ପ୍ରଶ୍ନ ,
ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତରେ
ମାତ୍ର,ଯେଉଁଠି ନ ଲେଉଟିଲା ଆମ ଜିଭ
ତାପରେ ପୂର୍ଣ୍ଣଚ୍ଛେଦ ହିଁ ଶେଷ କଥା
ମୃତ୍ୟୁ ଆଉ ମୋ ଭିତରେ .....


-


18 MAR AT 9:46

ମୃତ୍ୟୁ କୁ କିଏ କଣ ଏତେ ଭଲ ପାଏ
ମୃତ୍ୟୁ ମୃତ୍ୟୁ କହି ଶେଷେ ମୃତ୍ୟୁ ବରିନିଏ
ନୀରବେ ଶୋଇଛ ତୁମେ ମୃତ୍ୟୁର କୋଳରେ
ଦେଖ ମୃତ୍ୟୁ ବି କାନ୍ଦୁଛି ଆଜି ପ୍ରିୟର ମୃତ୍ୟୁରେ ।।

-


11 MAR AT 19:48

ଅନ୍ଧାର!

ଆଜି ଅମାବାସ୍ୟା ବହଳ ଅନ୍ଧାର
ମୋର କି ଯାଏ ଆସେ
ମୁଁ କି ଖୋଜେ ଜହ୍ନ ରାତି
ଏ ଜୀବନ ଗୋଟେ ପରିତ୍ୟକ୍ତ ଭଙ୍ଗା ଘର
ଯେଉଁଠି ଜମାଟ ବାନ୍ଧିଛି ଶହେ ଅମାବାସ୍ୟାର ଅନ୍ଧାର

ଉଇଚରା ଆୟୁଷର ଅବୟବ ପୁଣି
ମାଟି ଛୁଇଁଥିବା ଛାତ ଭଳି ଆଶା ଯେତେ ମୋର
ଗାଁ ଶେଷ , ଶ୍ମଶାନ ରେ ପାଦ ଚିହ୍ନ ପରା
ମୋତେ କି ଡରେଇବ ଏ ବହଳ ଅନ୍ଧାର

ଝୁଲୁଥାଏ ଚାଳେ ମୋର ମଲା ପ୍ରେମର ପ୍ରେତାତ୍ମା
ଘର ଦାଣ୍ଡ ବାରଣ୍ଡାରେ ଶିଉଳି ଲଗା ସ୍ୱପ୍ନର ଶବ
ଆଜି ଅମାବାସ୍ୟା ବହଳ ଅନ୍ଧାର

ମୋର କି ଯାଏ ଆସେ
ମୁଁ କି ଚାହେଁ ତୁମେ ନେଇ ଆସ ସଞ୍ଜବତୀ
ତୁମେ କି ଜାଣିନ ମୁଁ ଅଛୁଆଁ ଅପବିତ୍ର ନିରୂତା ଅନ୍ଧାର ।
ଆଜି ଅମାବାସ୍ୟା ବହଳ ଅନ୍ଧାର..,

-


8 MAR AT 21:25

ଅସରନ୍ତି ମଲା ପ୍ରଜାପତି ମାନଂକ ଦୁଃଖକୁ

ଅଣ୍ଟେ ନାହିଁ ମୋ ଆଖିର ଲୁହ ଟୋପେ 

ଆଜିକାଲି ଭୋଗେ ମୁଁ ବିଭତ୍ସ ଆତ୍ମଦାହ

ଆଖିର ଏରୁଣ୍ଡି ଡେଇଁ ପାରିନଥିବା ଲୁହ - ତକ ହିଁ

  ବରଫ କରିଦିଅନ୍ତି ମୋ ଅଳିନ୍ଦର ରକ୍ତ କଣିକା ।

ସାରା ବଗିଚାରେ ଏବେ ନୀରବ କର୍ଫ୍ୟୁ 

ଫୁଲ ମାନଙ୍କର ଅବ୍ୟକ୍ତ ଅଭିଶାପରେ 

ମୁଁ ହିସାବ କରେ ମୋ ପାପ ପୁଣ୍ୟର କିସ୍ତି

କେମିତି କହିବି ସେ ନିରୀହ ପାଖୁଡ଼ା ମାନଙ୍କୁ କୁହତ 

କେମିତି କହିବି ସେ ନିରୀହ ପାଖୁଡ଼ା ମାନଙ୍କୁ 

ଗପଟିଏ ସରିଗଲେ 

ଫୁଲ ଗଛର ମରିବା ହିଁ ସାର....

-


Fetching Rashmirekha das Quotes