Rekharani Sahu   (ରେखाraनी ✍️)
585 Followers · 278 Following

read more
Joined 6 July 2018


read more
Joined 6 July 2018
12 DEC 2022 AT 12:43

ଆଉ ବା କେତେଦିନ ସେ ଖେଳ ସରିଯିବ,
ଲୁଚା ଛପା ର ଲୁଚକାଳି ତୋଫା ଜହ୍ନ ରେ ଧରାପଡ଼ିବ,
ହଁ ,ସେଇ ସମୟ ଏବେ ଏକ ନୂଆ ଖେଳ ଖେଳିବ,
ଯିଏ ଖେଳିବାକୁ ଚାହୁଁଛି ତାକୁ ସେ ଭଲ କରି ଖେଳେଇବ।

ଅ, ଆ ର ଖେଳ ଥିଲା ସେ ବି ସରିଯିବ,
ବୁଢ଼ା ସାର୍ ଙ୍କ ହାତରୁ ବାଡି ମଧ୍ୟ ଖସିଯିବ,
ହଁ,ସେଇ ସମୟ ସବୁ ଖେଳ ଖେଳୁଥିବ,
ଦିନେ ଯିଏ ରୋକୁଥିଲା ସେ ବି ପାନ ଖୁଆଇବ।

ଇ, ଈ କହୁ କହୁ ଚୁଟି ସବୁ ଝଡିଯିବ,
ବୁଢ଼ୀ ମା ର ଗପ ସବୁ ଇତିହାସ ପାଲଟିବ,
ହଁ , ସେଇ ସମୟ ସମୟଚକ୍ରରେ ଘାଣ୍ଟୁଥିବ,
ବେଳ ଗଡି ଯାଇ ରବି ପୁଣି ଶଶୀ ଠୁ ମେଲାଣି ମାଗିନେବ।

ଉ, ଊ ଡାକୁ ଡାକୁ ସମୟ ସରି ଆସୁଥିବ,
ବୁଢ଼ା ମଉସା ମାନସାଙ୍କ ପଚାରୁ ପଚାରୁ ଉତ୍ତର ବି କହିଦେବ,
ହଁ,ସେଇ ସମୟ ସବୁ କିଛି ଠିକ୍ କରିଦେବ ,
ଅମା ଅନ୍ଧକାର ଫେଡି ପୁଣି ଉଷା ହେଉଥିବ।

-


10 NOV 2022 AT 21:47

ହଁ ସେଦିନର ବେଳାଭୂମି ଥିଲା ଏମିତି ଏକାନ୍ତ,
ଖୋଜୁ ଖୋଜୁ ପାଇଥିଲି ମୁଁ ତୁମକୁ,
ମନ ଭରି ଲେଖିଥିଲି ମୋ ନିଜକୁ, ମେଲାଣି ନବାକୁ ଚାହଁ ଚିହ୍ନେଇ ଦେଇ କେତେ ଅମୂଲ୍ୟ ସମ୍ପର୍କକୁ,
ଯେବେ ଭାବେ ତୁମ କଥା ଯିଏ ଗଢ଼ିଦେଇଥିଲା ପରିଚୟ ମୋର ସେ ପୁଣି ବିଦାୟ ମାଗେ ଆମକୁ ।

-


18 OCT 2022 AT 0:17

ବଞ୍ଚିବା ର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି
କାହିଁକି ନା ନିଜ ସହ ଅନେକ ଜୀବନ ମଧ୍ୟ ଯୋଡ଼ି ହେଇଛି
ଏଠି ପର ଆପଣା ବୋଲି ନାହିଁ କିଛି
ଖାଲି ସଭିଙ୍କ ଭିତରେ ନିଜ ସ୍ୱାର୍ଥ ଲୁଚି ରହିଛି
କିଏ ମିଛ କହି ବଞ୍ଚିବା ଶିଖି ଯାଇଛି
ଆଉ କିଏ ସତ ର ସନ୍ଧାନ ରେ ନିଜକୁ ଜାଳି ଜିଅନ୍ତା ନିଜକୁ ମାରି ଚାଲିଛି
ଦୋଷୀ କେହି ନୁହେଁ କିନ୍ତୁ ଦୋଷ ଏଠି ଖୋଜା ଚାଲିଛି
ଜୋର୍ ଯାର୍ ମୁଲକ ତାର ବୋଲି ଏଠି ଅସୁଲ ହୋଇ ଚାଲିଛି
ହଉ ଚାଲୁ ଜୀବନ ତ କିଛି କ୍ଷଣ ର ଆଜି ଥାଇ କାଲି କି ହଜି ଯାଉଛି।

-


19 JUL 2022 AT 22:09

मुसकान झुटि और अंशु सच्ची होती है
जब आंख नहीं दिल रोती है
और जुबां सब छुपा देती है
और आंखों की भाषा सब बयां कर देती है।

-


15 JUL 2022 AT 17:23

Silence is the best painkiller to kill your mental stress.

-


13 JUL 2022 AT 14:50

ଅପେକ୍ଷା ତ କରିଥିଲି କାହିଁ କେତେ କାଳରୁ,
ଜଗା ରଥେ ଗଲା ପରେ ବିଦା ହେଲି ମୋ ମା କୋଳରୁ।।

-


8 JUN 2022 AT 18:27

Your old version



A new version

-


7 JUN 2022 AT 23:12

Stay silent to know the activities of others
because it will help you to make you better ...

-


5 JUN 2022 AT 11:51

ପ୍ରକୃତି ଆଜି ଅଟହସ୍ୟ କରି ହସୁଛି,
ତାର ଦିବସ କାଳେ ଆଜି ପାଳିତ ହେଉଛି,
ଛୋଟ ଛୋଟ ଚାରା ଲଗେଇ ଫଟୋ ଉଠେଇ ଖବର କାଗଜରେ ପ୍ରକାଶିତ ହେଉଛି,
ବଡ଼ ବଡ଼ ଦ୍ରୁମ କିନ୍ତୁ ଦାମି ଦାମି ମେସିନ୍ ରେ କଟା ହଉଛି ,
ସେଗୁଡା ପରା ପଛପଟେ ଲୁଚି ଯାଇଛି , କାହିଁକି ନା ବଡ଼ ବଡ଼ କଳକାରଖାନା କାଲେ ସେଠି ନୂଆ ରୂପ ନେବ ବୋଲି ପ୍ରସ୍ତୁତି ହୋଇ ସାରିଛି।
ଆଜି କାଲେ ବିଶ୍ଵ ପ୍ରକୃତି ଦିବସ
ତାହାର ଶୁଭେଚ୍ଛା ପାଇ ପ୍ରକୃତି ଠୋ ଠୋ କରି ହସୁଛି।

-


13 MAY 2022 AT 7:46

ବେଳେବେଳେ ଲୁହ ପିଇ ହସି ବାକୁ ପଡେ,
ବେଳେବେଳେ ଭୋକ ଥାଇ ମଧ୍ୟ ଭୋକ ନାହିଁ କହି ଶୋଇବାକୁ ପଡେ,
ବେଳେବେଳେ ପରିସ୍ଥିତି ଏମିତି କଚାଡେ
ଆପଣାର ଲୋକଙ୍କ ମନରେ ବି ଘୃଣ୍ୟତା ର ବିଷାଦ ସହିବାକୁ ପଡେ,
ବେଳେବେଳେ ନିଜକୁ ନିଜେ ବୁଝିବାକୁ ପଡେ,
ଦିନେ ତ ପାଉଁଶ ହୋଇବ ଶରୀର ତଥାପି କାହିଁକି ମଣିଷ ମିଛ ବନ୍ଧନରେ ପଡେ,
କେହି ନୁହେଁ ଦୁନିଆଁରେ କାହାର ସତ
ତଥାପି କାହିଁକି ସମ୍ପର୍କ ଏମିତି ଯୋଡେ,
ଜୀବନ ନୌକା ଚାଲିଯିବ କେବେ କେହି ଯିବେନି ସାଥୀରେ
ତଥାପି ମିଛ ମଣିଷ କୁ ରଙ୍ଗମଞ୍ଚ ରେ ଅଭିନୟ କରିବାକୁ ପଡେ !!

-


Fetching Rekharani Sahu Quotes