QUOTES ON #ପୋରୁହାଁ

#ପୋରୁହାଁ quotes

Trending | Latest
19 NOV 2019 AT 18:13

ହଳଦୀ ପତ୍ରର ମହମହ ବାସ୍ନାରେ,
ଏଣ୍ଡୁରି ପିଠାର ସୁଆଦିଆ ସ୍ୱାଦରେ,😋
ଦେଖ ଅଷ୍ଟମୀ ଆସିଛି।
ଆଉ ମୋତେ ଖତେଇ ହେଇ କହୁଛି😝
ମୁଁ ତୋ ପାଇଁ ଆସିନି ମ,
ଆସିଛି ଜ୍ୟେଷ୍ଠମାନଙ୍କୁ ପଢୁଆଁ କରିବା ପାଇଁ ।😍
ଏଇ ପର୍ବଟି ଉପରେ କାଇଁ ମୋର ଭାରି ଈର୍ଷା,☹️
ବରଷକେ ଥରେ ସାଙ୍ଗରେ ନେଇ ଆସେ
ନୂଆ ପିନ୍ଧିବାର ଏକ ଅଲଗା ମଜା ।🤗
ଆଉ ମୁଁ ସାନ ବୋଲି,😲
ଖାଲି ଅଲଣାଟାରେ
ମୁହଁ ଫୁଲେଇ ପାଉଥାଏ ସଜା ।😏
ମାମୁଁ ଘରୁ ଗଜା ସଙ୍ଗେ
ଆସେ ନାନାଦି ପୋଷାକ ସଜା,😍
ଆଉ ଯେତେ ବୁଝେଇଲେ ବି
ସେସବୁ ଦେଖି ମନ ମୋର ହୁଏ ଭାରି ଅବୁଝା ।😭

ସ୍ନେହ ଯତନ,ଆଦର ଆପ୍ୟାୟନ
ଯେତେସବୁ ଖାଲି ବଡ଼ ମାନଙ୍କ ପାଇଁ,☹️
ଯା ମ..ମୁଁ କାଇଁ ଖୁସି ହେବି ଯେ
ସବୁତ ଘରର ପ୍ରଥମ ଛୁଆଙ୍କ ପାଇଁ ।😏

ଖାଲି ଏତିକି ମନରେ ଅବଶୋଷ ...
ମୁଁ କାଇଁ ବଡ଼ ହେଲିନି ଯେ !!!😒

-


20 NOV 2019 AT 21:31

ସକାଳ ସୂରୁଯେ ଭାଜିଲା ନିଦ୍ରା
ହଳଦୀ ପତ୍ର ବାସ୍ନା ଗ୍ରାସିଥିଲା ତନ୍ଦ୍ରା
ପୋରୁହାଁର ଦୁଇଟି ପାଦ ବଢ଼େ ରୋଷଶାଳାକୁ
କାହା ଈର୍ଷା, କାହା ହସ ଭିତରେ
ବାସ୍ ମହାନନ୍ଦ, ଯେବେ ଛେନା ଗୁଡ଼
ପୁର ଛୁଏଁ ଜିହ୍ଵା ତନ୍ତ୍ରୀକୁ
ସ୍ଵାଦ ବିସ୍ଫୋରଣେ ଆହ୍ଲାଦ
ଏଣ୍ଡୁରି ଯାତ୍ରା ଉଦରକୁ।

-


20 NOV 2019 AT 18:35

ପୋରୁହାଁ ଚମକେ ଏଣ୍ଡୁରି ମହକେ
ଚକୁଳି ଡାକଇ ଚେଁ
ପୋଡପିଠା ତିଆରି ହେଉଛି ଯତନେ
ଶଙ୍ଖ ମହୁରୀ ବାଜେ ପେଁ ।
ବନ୍ଦାପନା ଥାଳି ଯୋଗାଡ଼ ହୋଇଛି
ଅଛି ଫୁଲ ଆଳତି ପେଢ଼ି
କେତେରଙ୍ଗେ ଆଜି ରଙ୍ଗୀନ୍ ହୋଇଛି ପୋରୁହାଁ
ହସି ହସି ଯାଉଛି ଗଡ଼ି ।
ପିଠା ମଣ୍ଡା ଖିରି ଖେଚୁଡ଼ି ତରକାରୀ
ହୋଇଛି ଘରେ ରୋଷେଇ
ଖଟା ମିଠା ସହ ବାଡ଼ି ଶାଗ ଭଜା
ବାସ୍ନା ଭାରି ମନ ଲୋଭଇ ।
ନୂଆ ଜାମା ପାଇ ହେଉଛି ଫୁଲେଇ
ଯାଉଛି ଜହ୍ନ ଟିକିଏ ଲାଜେଇ
ଅଳଙ୍କାରେ ଶୋଭା ବଢ଼ି ଯାଉଅଛି
ଦେଖାଯାଉଛି ଯେହ୍ନେ ରାଜକୁମାରୀ ।
ସାନମାନେ ସବୁ ଚିଡି ଯାଉଛନ୍ତି
ଦେଖି ବନ୍ଦାପନା ପୋରୁହାଁ
ଆଶୀର୍ବାଦ ଭିକ୍ଷା କରନ୍ତି ସମସ୍ତେ
ଦେଖିବାକୁ ସୁଖ ଦୁନିଆ ।

-


21 NOV 2019 AT 23:41

ପୋରୁହାଁ କୁ ଦାୟିତ୍ୱବାନ ହବାର ଆଶୀର୍ବାଦ
କର୍ତ୍ତବ୍ୟର ଅନୁଭବ କରେଇବାର ନିଆରା ପର୍ବ
ସ୍ନେହ ଅଭିମାନ ଭରା ଆପଣାର ସମ୍ପର୍କ
ଯୋଉଠି ଖେଳି ଯାଇଥାଏ ଏଣ୍ଡୁରୀ ପିଠା ଭଳି ମହକ
ସାନ ରୁଷେ ବଡ଼ ମନାଏ ଏଇତ ଆମ ବନ୍ଧନ
ଆସୁ ଯାହା ପରିସ୍ଥିତି ସମସ୍ତେ ପରସ୍ପରର ଜୀବନ
କେବେ ମନ ଭାଙ୍ଗେ କେବେ ଯୋଡ଼ିଯାଏ
ତଥାପି ସମ୍ପର୍କ ଶେଷ ନିଃଶ୍ୱାସ ଯାଏଁ ରହିଥାଏ

-


21 NOV 2019 AT 10:59

ହଳଦୀ ପତ୍ରର
ବାସ୍ନା ସାଥେ ସାଥେ !
ନୂଆ ଜାମା ଯୋଡ଼
ମୁକୁଳିତ ପଥେ !
କିଏ ସେ ପୋରୁହାଁ ?
ବାପା ପଛେ ଆସେ !
ପରିବାର ବୋଝ ,
ଦାୟିତ୍ୱକୁ ବୁଝେ ?

-


20 NOV 2019 AT 22:40

ପ୍ରଥମାଷ୍ଟମୀ ପିଠା ପଣାର
ବାସ୍ନା ରେ ମନ ଯେ ଚହକେ,

-


20 NOV 2019 AT 19:32

ପୋରୁହାଁ ଚମକେ।ଏଣ୍ଡୁରି ମହକେ।। ଗାଁ ଠୁଁ ସହର ହଳଦୀ ପତ୍ର ବାସ୍ନା ରେ ଚହଟେ।।।ବରଷକେ ଥରେ ଶୀତୁଆ ସକାଳେ ଜ୍ୟେଷ୍ଠ ବନ୍ଦାପନା ହୁଏ ଦୁବ ଚାଉଳ ରେ।।।। କନିଷ୍ଠ ର ମୁହଁ ଶୁଖି ଯାଉଥାଏ; ଦେଖି ନବ ବସ୍ତ୍ର ମାମୁଁ ଙ୍କ ହାତରେ।।।।।ପୁଣି ଭୁଲିଯାଏ ସେ ନବ ବସ୍ତ୍ର କଥା;ଏଣ୍ଡୁରି ମୋହରେ।।।।।।

-


20 NOV 2019 AT 19:01

ପୋରୁହାଁ ଚମକେ
ଏଣ୍ଡୁରି ମହକେ
ହଳଦୀ ପତରର ଛୁଟେ ବାସ,
ତା ସଙ୍ଗେ ନାନା ସୁବାସ ଚନ୍ଦନେ
ଘର ହୁଏ ସୁବାସିତ।

ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି
ବନ୍ଦାପନା ପାଇଁ ସଜ୍ଜ ହୁଅନ୍ତି ଜ୍ୟେଷ୍ଠ ସୂତ ସୂତା,
ନାନା ପ୍ରକାର ମିଠା ସଙ୍ଗେ ଏଣ୍ଡୁରି ପିଠା
ତା ସଙ୍ଗେ ଦୀପ ଧୂପ ଫୁଲ
ଅରୁଆଚାଉଳ ଆଉ ସିନ୍ଦୂର
ବଡ଼ ଯତନେ ହୁଏ ସଜା।

କଦଳୀ ଅଗି ପତର ଖଣ୍ଡେ
ତା ଉପରେ ଧଳା ଧାନ ,
ସେଥିରେ ବିଜେ ହୁଅନ୍ତି କଳସ ରୂପୀ ଶ୍ରୀଗଣେଶ।

ବନ୍ଦାପନା କାମ ହୁଅଇ ଆରମ୍ଭ ବଡମା ହାତେ
ଏସବୁ ଦେଖି ଆନନ୍ଦରେ ଘର ଅଗଣା ହସେ।

-


20 NOV 2019 AT 19:54

ରାତି ପାହିନି ଶ୍ରୀକ୍ଷେତ୍ର ହସେ ପ୍ରଥମାଷ୍ଟମୀ ବୋଲି, ଭଣଜା ପାଇଁ ଭାର ଆସିଛି ନିଆଳି ଆଡୁ କାଲି... ନିଆଳି ଠାରେ ମାମୁଁ ରୂପରେ ମାଧବାନନ୍ଦ ବିଜେ, ପଢୁଆଁ ତିଥି ଆସିଲା ବୋଲି ଜଗାକୁ ମନ ଖୋଜେ... ବିରି ନଡିଆ ଗୁଡ କଦଳୀ ଭାର ରେ ରହିଥାଏ, ମନଲୋଭା ସେ ଖଣ୍ଡୁଆ ପାଟ କାଳିଆ ଚିତ୍ତ ମୋହେ... ପୋରୁହାଁ ବେଶେ ଚମକି ଉଠେ ସତେ କାଳିଆସୁନା, ଏଣ୍ଡୁରି ପିଠା ମହକ ତାକୁ କଲାଣି ଆନମନା

-


10 DEC 2020 AT 18:07

ସେ ଯେଉଁ ସାନ
ଭାଇ ଭଉଣୀମାନଙ୍କ
କାନ୍ଦ କାନ୍ଦ ମୁହଁ
ସେଥିରେ ବଡ ହୋଇ
ନୂଆ ଡ୍ରେସ୍ ପିନ୍ଧି
ପୋରୁହାଁ ହୋଇ
ଫୁଟାଣି ମାରି
ସାନ ଭାଇ ଭଉଣୀଙ୍କୁ
ଚିଡ଼େଇବାର
ମଜା କେବଳ
ଓଡ଼ିଆ ଘରର
ବଡ ପିଲାମାନେ
ହିଁ ଜାଣିପାରିବେ..
😄

-