QUOTES ON #ନାୟିକା

#ନାୟିକା quotes

Trending | Latest
12 APR 2020 AT 0:51



-


31 JUL 2020 AT 23:47

କିଏ ତୁମେ????
°***************°
କେବେ ତୁମେ ସାଜ ମୋ ଓଠର ହସ
କେବେ ମୋ ଆଖିର ଲୁହ,,
କେବେ ତୁମେ ସାଜ ମୋ ସ୍ୱପ୍ନ ସୁନ୍ଦରୀ
କେବେ ମୋ ଛାତିର କୋହ....!(୧)
କେବେ ତୁମେ ସାଜ ଆଶାର କିରଣ
ମୋ ଅନ୍ଧାର ଜୀବନର,,
କେବେ ତୁମେ ମୋର ଶରୀରର ଆତ୍ମା
ସ୍ପନ୍ଦନ ମୋ ହୃଦୟର....!(୨)
ମୋ ମନ ବହିର ପ୍ରଶ୍ନ ତୁମେ ପ୍ରିୟେ
କେବେ ପ୍ରଶ୍ନର ଉତ୍ତର,,
କେବେ ତୁମେ ସାଜ ଚମତ୍କାରୀ ଦେବୀ
ମୋ ମନର ମନ୍ଦିରର....!(୩)
କେବେ ତୁମେ ମୋର ଜୀବନର ଲକ୍ଷ୍ୟ
ପଥ ପୁଣି ଲକ୍ଷ୍ୟ ପ୍ରତି,,
କେବେ ତୁମେ ସାଜି ମୋ ମନ ମୟୂରୀ
ସପନେ ଆସୁଛ ନିତି....!(୪)
କହିଦିଅ ତୁମେ ପ୍ରକୃତରେ କିଏ
ପରିଚୟ ଦେଇଯାଅ,,
ମୋ ପ୍ରଶ୍ନର ତୁମେ ଉତ୍ତର ଦେଇକି
ଆପଣାର କରି ନିଅ....!(୫)

-


14 MAY 2020 AT 23:06

କେତେ ରାତି , କେତେ ଜହ୍ନ
ପୁଣି କେତେ ଅଭିମାନ
କେବେ ବସନ୍ତର ପତ୍ରଝଡ଼ାରେ
ହଜିଯାଇଛି ସେ ଚିଠି
ଶ୍ରାବଣ ଧାରାର ଭିଜା ଭିଜା ସ୍ମୃତି
ଆଉ ଥରେ ଲେଖିବି କି !
କେତେ ସ୍ୱପ୍ନ ପୁଣି କେତେ କାହାଣୀ
କିନ୍ତୁ ସେ ନାୟିକା ଭାରି ଅଭିମାନୀ
ରାତି ରାତି ଭିଜେ ଲାଜେଇ ଜ୍ୟୋତ୍ସ୍ନାରେ
ଆଉ କି କହିବି ଚୁପି ଚୁପି କହେ
କ୍ଷଣେ କ୍ଷଣେ ଲିଭିଯାଏ ସଳିତାର ଶିଖା
କିଛି କିଛି ଦିଶିଯାଏ ନାୟିକାର ମଥା
ଶୀତଳ ସମୀର ଛୁଏଁ ତା କେଶର ଗୋଲାପି ବାସ୍ନାକୁ
ପଲକ ପକାଇ କହେ ଚାଲିଯିବାକୁ
ବାଦଲ ଉହାଡ଼େ ଯେବେ ଜହ୍ନ ଯାଏ ଲୁଚି
ଲାଜେଇ ସେ କହିଦିଏ ଆସିବନି କି !

-


9 SEP 2020 AT 14:56

ବିଭାବରୀ ଦିବାକରେ
ଦଗ୍ଧ ମୁଁ ଅମ୍ବିକା ଅମ୍ବରେ
ଖୋଜେ ଶ୍ରାବଣ ଧାରା
ତୋ କେଉଁ ପ୍ରେମ
କବିତାର ଧାରେ...

-


14 JUL 2020 AT 21:46

ଶ୍ରାବଣ ଆଗମନରେ ଅଧିର ପ୍ରକୃତି
ପ୍ରୀତିର କେଉଁ ରଙ୍ଗରେ ସଜେଇ ହେଇ
କେମିତି ଅନୁଭବରେ ସଜ ଦିଶୁଥିଲା
କବିର ଭାବ ହିଁ ଗାଇପାରିବ
ସେ କାହାଣୀର କୋମଳତା *

ରାତିର ଯୌବନରେ ପଢ଼ିବାକୁ ଚେଷ୍ଟା କରୁଥିଲା
ପୁନଃ ପୁନଃ ! ଅତୀତର ଅଧୀର ଅନୁଭବକୁ
ଅବୁଝା ପ୍ରାୟ ହେବାକୁ ଚାହୁଁଥିଲା ସେ
ସେଇ ବିଗତ ସ୍ୱପ୍ନର କୋଳରେ ସଜେଇ ଆସିଥିବା
ଅସଜଡ଼ା ଶବ୍ଦକୁ କିଛି ନିଜର କରୁଥିଲା ସେ
ଶବ୍ଦର ନିରୀହତାରେ ହଜିଯାଇ ପୁଣି ଥରେ
ଏକ ଉପନ୍ୟାସର ଶୀର୍ଷକରେ ସଜାଇବାକୁ
କ୍ଷଣ କ୍ଷଣ କେଉଁ ଅଜଣା ଭାବନାରେ ହଜିଯାଉଥିଲା ସେ
ଅନୁଭବର ସାୟଂକାଳରେ ଲାଜେଇ ଯାଇ
ପୁଣି ଥରେ ଭିଜୁଥିଲା ଏବଂ କହୁଥିଲା
ଏ ଯେ ତୁମ ପ୍ରେମର ସଂଯମ ଓ ମୋ ନୀରବତାରେ
ଚାନ୍ଦିନୀର ଶୀତଳତା *

(ସଂପୂର୍ଣ୍ଣ ଅନୁଶୀର୍ଷକରେ ପଢ଼ନ୍ତୁ )

-


27 SEP 2021 AT 11:38

ତୁମେ ଆସିବ ଆସିବ କହି, ନ ଆସିଲା ପରେ ମୁଁ; ନାୟିକା ନିଜ ଦର୍ପଣରେ.....

-


21 MAY 2020 AT 9:10

ମୋ ମନ କୋଠରି
ତଳର ନିବୁଜ କଥା ଗୁଡ଼ିକୁ
ଶୁଣିବା ପାଇଁ
ଆବଶ୍ୟକ ନାହିଁ
ଦୃଢ଼ ବାହୁବଳ ର ଆବଦ୍ଧତା ,
ଆବଶ୍ୟକ କେବଳ
ହୃଦୟ ଭିତରେ ତିଳ ତିଳ ହୋଇ
ଭରି ରହି ଥିବା ପ୍ରେମ ଅନୁଭବ ର
ରକ୍ଷଣଶୀଳତା ।।
ନିରାଶା ର ଅପରିଚିତା
ନାୟିକା ସାଜିବା ପୂର୍ବରୁ
ଆଶା କରିବି ଏକ ଅପରିଚିତ ନାୟକ ପାଇଁ
ସାଜିବାକୁ ଅପରିଚିତା ନାୟିକା,
ମିଛ ଅଭିମାନ ଠୁ ଢେର୍ ଗୁଣା ଭଲ
ମୋତେ ଲାଗେ
ଏକ ସ୍ଵାଭିମାନୀ ବ୍ୟର୍ଥ ନାୟିକା।।

-


25 MAY 2019 AT 17:18

ପ୍ରିୟା ମୋର କଥା କହେ ରହି ରହି,
ତାକୁ କିଏ ଚାହିଁ ଦେଲେ ପାରେନା ମୁଁ ସହି ,,
ମୁଁ ଜିଇଁଛି ଯଦି କେବଳ ତାରି ପାଇଁ
ପ୍ରିୟା ବିନା ଏ ଜୀବନର ମାନେ କିଛି ନାହିଁ ,,,❤

-


26 MAR 2022 AT 23:06

ମୁଁ ଯେ ନୀରବ ନାଆର ନାୟିକା
ଶାନ୍ତ ମଳୟର ସୂକ୍ଷ୍ମ କିରଣରେ
କେଜାଣି କେଉଁ ଦିଗର ଆକର୍ଷଣ
କେତେବେଳେ ଇଚ୍ଛାର ଆବେଗକୁ ସ୍ପର୍ଶ କରିଦେବ
କେଜାଣି ଢେଉର କେଉଁ ଛନ୍ଦରେ
ସ୍ପର୍ଶର ପରିଣାମକୁ ଶବ୍ଦରେ ବାଢ଼ିଦେବ
ମୁଁ ଯେ ନୀରବ ନାଆର ନାୟିକା
ଅପେକ୍ଷାରେ ନା ବସନ୍ତର ଅଳଙ୍କାର
ନା ଅନୁଭବରେ କିଛି ଏ କାହାଣୀର
ତଥାପି କେଜାଣି କେଉଁ ଅପରାହ୍ନର ପୃଷ୍ଠାରେ
ମୁଁ ନୀରବି ଯିବାକୁ ଇଚ୍ଛୁକ.. କିଛି କହିବାକୁ ଇଚ୍ଛୁକ
କିଛିର କଳ୍ପନାରେ ଏମିତି ହଜିଯିବାକୁ ଇଚ୍ଛୁକ

କିଛି ଶବ୍ଦ.. କିଛି ଭାବନା//

-


30 JUL 2021 AT 23:17

ତୁମ ଜୀବନର ସବୁ କାହାଣୀର ନାୟିକା
ମୁଁ ହେବାକୁ ଚାହେଁ
କିନ୍ତୁ ସର୍ତ୍ତ ଏତିକି ଯେ
କୌଣସି ବି କାହାଣୀର ଶେଷ ନଥାଉ

-