ତାକୁ ଲେଖିବାକୁ ଯାଇ ମୋ ଡାଏରୀ ର ପୃଷ୍ଠା ସରେ
ତା' ଗ୍ୟାଲେରି ରେ କିନ୍ତୁ ଭଳିକି ଭଳି
ଝିଅ ଙ୍କ ଫଟ ଭରେ-
ଆଗକୁ ବଢିବାର ପ୍ରୟାସ କେବେ ବି ଥମିବନି"
🍃କିଛି ଅନା ବନା ଭାବନା ଏବଂ କଳ... read more
କିଏ ଅବା ଜାଣି ଥିଲା ??
ତା ସହ ସ୍ୱଳ୍ପ ଜୀବନଟା
କାଟିବାର କଥା ଭାବୁ ଭାବୁ
ସଞ୍ଜ ଟା ଯେ ନଇଁ ଯିବ
କିଏ ଅବା ଜାଣି ଥିଲା ?
ତା ହାତ ଧରି ଚାଲିବାର
ସ୍ବପ୍ନ ଦେଖୁ ଥିବା ବେଳେ
ଭାଗ୍ୟ ଟା କୋଣରେ
ଈର୍ଷା ରେ ଜଳୁ ଥିବା କଥା
କିଏ ଅବା ଜାଣି ଥିଲା ??
ସମ୍ପର୍କ କେବେ ଯଦି ବାଟବଣା ହୁଏ
ତାକୁ ସାଉଁଟି ସାଇତି ରଖିବାର
ପ୍ରତିଶୃତି ଦିନେ ପ୍ରତାରିତ ହେବା କଥା
କିଏ ଅବା ଜାଣି ଥିଲା ?
ଏଇ ଜାଣିବା ନଜାଣିବା
ଭିତରେ ସମ୍ପର୍କ ଟା ଦିନେ
ଶେଷ ସୀମା ପହଞ୍ଚିବା କଥା
କିଏ ଅବା ଜାଣି ଥିଲା??
ବିତି ଥିବା ମୁହୂର୍ତ୍ତ ସବୁକୁ
ଭୁଲିବା ପାଇଁ ସଙ୍ଘର୍ଷ କରିବାକୁ ହେବ
ଏଇ କଥା
କିଏ ଅବା ଜାଣି ଥିଲା ??-
ବିଦ୍ରୋହ ସେତେବେଳ ବି ଲାଗି ରହି ଥିଲା ଏବେବି ଲାଗି ରହିଛି
ବାସ୍ ସଙ୍ଘର୍ଷ ସ୍ଵାଧୀନତା ପାଇଁ ନିଜ ହକ୍ ପାଇଁ ....
ମାପଚୁପ ସମାଜ ର ନଜର ବଦଳାଇବା ପାଇଁ
ଡରିବା ଟା ହାରିବା ଠୁ ବେଶୀ କଷ୍ଟ ଦାୟକ..
ତେଣୁ ସ୍ବୀକାର କରିବା ଆବଶ୍ୟକ
ଅସ୍ବୀକାର ତ ଆମେ ନିଜ ଅସ୍ତିତ୍ଵ କୁ ବି ବେଳେ ବେଳେ କରି ଥାଉ।
🌈
-
वह जो तुम्हारे सामने रोती गिड़गिड़ाती है
मुस्कुराहट कभी उसके चेहरे पर भी खिला करती थी....
तुम से आज जो मोहब्बत भिक में मांग ने बाली लड़की,
कभी मोहब्बत हर किसी पे लूटा टी फिरती थी.....
— % &-
ତା ସହର ର ସେଇ ଅଦିନିଆ ବର୍ଷା ଟା ଆଜି
ମୋ ସହରେ ଲେଉଟାଣି ଦେବା ପରେ ପରେ
ମନର ଶୁଖିଲା ଭୂ ଖଣ୍ଡ ଟା ମହ ମହ କରି ବାସୁଛି...
ଝରକା ସେପାଖ ଷ୍ଟ୍ରିଟ ଲାଇଟ ରୁ
ବର୍ଷା ବିନ୍ଦୁ ଗୁଡା ମୋତି ହୋଇ ଝରୁ ଥିବାର ଦିଶୁଛି.....
ଜହ୍ନ ଲୁଚିଛି ସତ
କିନ୍ତୁ ରାତି
ବାଦଲ ର ଚାଦର ଓଢି
ଖିଲି ଖିଲି ହୋଇ ହସୁଛି..
ଧୀର ମଳୟ ଦେହେ ବାଜି
ପ୍ରେମର ସଙ୍ଗୀତ ଗାଉଛି...
#ସାରା ପରିବେଶ ପ୍ରେମମୟ ହେବାରେ ଲାଗିଛି 🌨️🌨️
— % &-
Badnam hey hum
Iss sunhere seher mein....
Kabhi hamare andar bhi
Jhak kar dekh ne ki taklif Kiya Karo.....
Akshar mushkurate rehete hey hum upar se ,
Kabhi gamon ko bhi padh ne ki koshish Kiya koro— % &-
ଯଦି କେବେ ଫେରିବାକୁ ଈଛା ହୁଏ
କଣ ଫେରିଯିବି
ପୁଳା ପୁଳା ତାରା ଫୁଲ ରୁଣ୍ଡାଇବା ଆଳରେ ..
ନା ଝଡି ଯିବି ଝରା ଶେଫାଳୀ ପରି
ପୂର୍ଣ୍ଣମୀ ଚାନ୍ଦ ର ଉଜ୍ଵଳତା କୋଳରେ.....
ଯେଉଁଠି ଜହ୍ନ ବସି ଲେଖେ କବିତା
ବୈଶାଖ ରାତିର ପବନର ଛାତିରେ
ଅନେକ ନିସ୍ତେଜ ଶରୀର ନିଜକୁ ଅଜାଡ଼ି ଦିଅନ୍ତି
ତାତି ଉଠୁ ଥିବା ଖରା ଖିଆ ଛାତରେ.....
କଣ ମୁଁ ମୋର ସବୁ ଅପେକ୍ଷା କୁ ଉପେକ୍ଷା କରି ଫେରି ଯିବି
ତୁମର ସେଇ ପରିଚିତ ସହରେ
ତୁମର ହୋଇ ସବୁଦିନ ପାଇଁ ରହିବାର ଆଶାରେ।।
— % &-
ହେଇ ଦେଖୁନ
ଆମ ମିଳନ ପର୍ବ ରେ
ଜହ୍ନ ଟା ବି କେମିତି ଝଡି ପଡୁଛି
ଝରା ଫୁଲ ପରି ଇର୍ଷାରେ....
ତାରା ମାନେ କେମିତି ଲାଜେଇ ଲୁଚି ପଡ଼ୁଛନ୍ତି ଭସା ବାଦଲ ଆଢ଼ୁଆଳରେ....
ସାକ୍ଷୀ ସେମାନେ ମୋ ଲୁହ ଚାପି ଧରି ଥିବା ଆଖିର, ଅଧା ଭଙ୍ଗା ସ୍ୱପ୍ନର, ଅପେକ୍ଷାରତ ମନର, ଅନିଦ୍ରାରତ ଶୀତୁଆ ରାତିର ....
ଆଜି ଏମାନେ ଆଚମ୍ବିତ
ମୋ ଅପେକ୍ଷାର ଅନ୍ତ ଦେଖି ...
ଆଜି ମନା କର ନାହିଁ ମୋତେ
ଢାଳି ଦେବାକୁ ଦିଅ ସବୁ ତକ ଲୁହ
ଦବାଇ ରଖିଥିବା କୋହ ଓ ଅପେକ୍ଷାର ମୋହ
ତୁମର ସେଇ ବାହୁ ବନ୍ଧନ ରେ .......
ଅଜାଡ଼ି ଦେବାକୁ ଦିଅ ଦେଖି ଥିବା ସ୍ବପ୍ନ ,ମନରେ ଥିବା ପ୍ରେମ...
ବାସ୍ ଅନୁମତି ଦିଅ
ଆଙ୍କିବାକୁ
ଆମ ସମ୍ପର୍କର ଏକ ସୁନ୍ଦର ଉପବନ।।— % &-
ଏ ଯେଉଁ କହୁନ ପ୍ରେମର ପାର୍ବଣ ଫଗୁଣ ର ଛୁଆଁ ରେ ଆସେ ...
ନାଁ ନାଁ ଜମା ନୁହଁ
ପ୍ରେମ କୁ କଣ କ୍ୟାଲେଣ୍ଡର ର ତାରିଖ ଭିତରେ ସୀମିତ
ରଖା ଯାଇ ପାରେ...
ନାଁ ନାଁ ଜମା ନୁହଁ
ପ୍ରେମ ତ ସବୁ ସମୟରେ ପବନ ସହ ମିଶି କରି ଥାଏ
ବାକି
ଅନୁଭବ କରିବା ପାଖର କଥା.....
✍️ଉତ୍କଳିକା-
ଶୀତୁଆ ରାତିର କୋଳରେ
ଜହ୍ନ ଲେଖି ଯାଏ କବିତା
ଅମାନିଆ ହୃଦୟ କାନ୍ଥରେ......
.-