ମୋର ସେଇ ପୁରୁଣା 'ତୁମେ' ଦରକାର
ଯିଏ, ମୋ ହାତରେ ହାତ ଛନ୍ଦି
ବାଟ ଚାଲୁଚାଲୁ.. ମୋରି କାନ୍ଧକୁ
ଆଉଜି ପଡି ଥକା ମେଣ୍ଟୋଉଥିବେ।।
ମୋର ସେଇ ପୁରୁଣା 'ତୁମେ' ଦରକାର
ଯିଏ, ମୋରି କୋଳରେ
ମଥା ରଖି, ମୋରି ପାଇଁ
ଅସରନ୍ତି ସ୍ବପ୍ନ ଦେଖୁଥିବେ।।
ମୋର ସେଇ ପୁରୁଣା 'ତୁମେ' ଦରକାର
ଯିଏ, ମୋ ପାଇଁ ଦୁନିଆ ସହ
ଲଢି ମଧ୍ଯ, ମୋର ସବୁ କଥା ରେ
ସୁନାପିଲା ପରି ହଁ କରୁଥିବେ।।-
ଆଶା ଓ ଆସକ୍ତି ଠାରୁ
ଦୂରେଇ ଗଲେ ପ୍ରାପ୍ତିର
ଦ୍ବାରଟା କାଳେ ଜମା ଦି ପାଦ।।
କାମନା, ବାସନା ଠାରୁ
ଦୂରେଇ ଗଲେ ସୁଖର
ଦ୍ବାରଟା କାଳେ ଜମା ଦି ପାଦ।।
ଲୋଭ ଓ ମୋହ ଠାରୁ
ଦୂରେଇ ଗଲେ ମୁକ୍ତିର
ଦ୍ବାରଟା କାଳେ ଜମା ଦି ପାଦ।।
ଆଶା-ଆସକ୍ତି, କାମନା-ବାସନା,
ଲୋଭ-ମୋହ ଠାରୁ ଯଦି ମଣିଷ
ସତରେ ଦୂରେଇ ପାରନ୍ତା; ତେବେ
ମଣିଷ, ମଣିଷ ନୁହେଁ ଦେବତା
ସାଜି ଯାଆନ୍ତା।।-
ତା ପରେ....
.
.
.
ତା ପରେ ଆଉ କ'ଣ?
.
ତା ପରେ...
ବାପା ବୋଉ ଙ୍କର ପ୍ରିୟ ହୋଇ ଗଲି ସିନା,
ତୁମର ପ୍ରିୟତମା ହେଇ ପାରିଲିନି କେବେ....।।-
❖ହୃଦୟର ଚିତ୍କାର❖
ମୋ ଭିତରର ମୁଁ ଟାକୁ
ନିଘୋଡ଼ ନିଦରେ ଶୋଇଦେଇ
ତମକୁ ମୋର କରିବାର
ଅଦମ୍ୟ ପ୍ରୟାସ ପରେ ମଧ୍ଯ
ଅନ୍ତିମ ପର୍ଯ୍ଯାୟରେ ମୁଁ
କେବଳ ବଳି ପଡିଲି ମୋ ପାଇଁ...।।
ଟିକିଏ ଆତ୍ମତୃପ୍ତି ଭୋଗିବା ଲାଗି
ମୋ ଦେହ, ମନ ହୃଦୟକୁ ତୁମ
ନିକଟରେ ସମର୍ପି ଦେଇ ନିଜର
ଆତ୍ମପ୍ରତ୍ଯୟକୁ ହରେଇ ବସିବା
କେଡେ ନିନ୍ଦନୀୟ ସତରେ...!!
ହେଇପାରେ, ଆଜି ମୁଁ ତମର କେହି ନୁହେଁ
ତୁମେ କିନ୍ତୁ ଥିଲ, ଅଛ ଆଉ
ରହିଥିବ ମୋ ହୃଦୟସର୍ବସ୍ବ ହେଇ
ମୋ ମନର ସାଧା କାଗଜରେ ତମ
ନାମର ଏକ ନିର୍ଲିପ୍ତ ସ୍ବାକ୍ଷର ଦେଇ..।।-
ତମେ ପୂର୍ଣ୍ଣିମାର ଚାନ୍ଦ ପରି
ପୂର୍ଣ୍ଣତା ଖୋଜ ଜୀବନରେ..
ମୁଁ ତ ଅମାବାସ୍ଯା ପୂର୍ବ ରାତ୍ରିର
କ୍ଷଣିକ ଚନ୍ଦ୍ରମା...
ବୟସ ଠାରୁ ହାତ ଉଧାରୀ ସମୟ ମାଗି
ନିଜ ସହ ନିଜକୁ ପରିଚିତ
କରୁକରୁ ସମୟ ବି ମୁହଁ ଫେରାଏ,
ଅନ୍ଯ ଏକ ନବ ପ୍ରାରମ୍ଭର
ବେଖିଆଲ ସ୍ମିତହାସ୍ୟ ର ମୁରୁଜ ବୁଣି।।-
ତମେ ସେଇ ପାଇ ନ ପାଇବାର ସ୍ବପ୍ନ
ନିଇତି ଆସ ପାଦ ଚିପିଚିପି
ନିଶାର୍ଦ୍ଧ ର ବିଜନ ଘଡିରେ,
ଚନ୍ଦ୍ରମା ର ଜୋଛନା ନେଇ..
ମୋ ସ୍ବପ୍ନର ସହର ଡେଇଁ।।-
ଏଇ,
ମୋ ମନର ମୃତ ଶିଳା ପିଣ୍ଡେ ,
ତୁମ ପ୍ରେମର କମକୁଟ ଆଙ୍କି
ଜୀବନ୍ଯାସ ଦେଇପାରିବ କି !!-
ଯେତେସବୁ ଅଭିମାନ, ଅଭିଯୋଗର
ଝଡ ବାତ୍ଯା ପରେ,
ବଳି ଯାଏ ତ କେବଳ
ଅବସୋସର କାକର ବିନ୍ଦୁଏ।।-
ତମକୁ ନିଜର କରିବାର
ସ୍ପୃହା ଯଦିଓ ନାହିଁ,
ତଥାପି ତୁମେ ଯେ ଆଉ କାହାର
ଏକଥା ଭାବି ମୁଁ ବୀତସ୍ପୃହ ହୁଏ କାହିଁ!!
ତୁମକୁ ସଂପର୍କ ର ବନ୍ଧନ ରେ
ବାନ୍ଧି ରଖିବାର ଆଗ୍ରହ ଯଦିଓ ନାହିଁ,
ତଥାପି ତୁମଠାରୁ ନିଜକୁ ମୁକ୍ତ ରଖିବାକୁ
ଭୟ ଲାଗେ କାହିଁ !!
ତୁମ ହାତରେ ହାତ ରଖି ବାଟ ଚାଲିବାର
ଇଚ୍ଛା ଯଦିଓ ନାହିଁ,
ତଥାପି ତୁମ ବିନା ମୋ ସ୍ବପ୍ନ ସବୁ ଅଧୁରା
ଲାଗେ କାହିଁ !!
ଏଇ, ଏବେ ତୁମେ କୁହ ତ!
ତୁମ ପାଇଁ ମୋର ଏସବୁ ଚିନ୍ତନ
ପ୍ରେମ ନା ଆକର୍ଷଣ?
ନା ପ୍ରେମ ଓ ଆକର୍ଷଣ ର ଅଦ୍ଭୁତ ମିଶ୍ରଣ !!-