ସମୟର ସ୍ମିତହାସ୍ୟରେ
ଲିଭିଯାଉଥିବା ଦୀପର ସଳିତାକୁ ତେଜିଦେଇ
ସାମାନ୍ୟ ପ୍ରକାଶକୁ ସ୍ପର୍ଶ କରୁଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ଅନ୍ଧାରୁଆ ଭାବନାକୁ ଏଡ଼ାଇ ପାରୁନଥିଲେ
ସମୟର ସ୍ମିତହାସ୍ୟରେ
ଚୁଲି ମୁହାଣରେ କାଠଗଣ୍ଡିକୁ ସଜାଡ଼ୁ ସଜାଡ଼ୁ
ସାମାନ୍ୟ ସହଜତାକୁ ଅନୁଭବ କରୁଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ଧୂଆଁଳିଆ ପ୍ରବୃତ୍ତିକୁ ଏଡ଼ାଇ ପାରୁନଥିଲେ
ସମୟର ସ୍ମିତହାସ୍ୟରେ
ଝଡ଼ ବତାସର ଉଜୁଡ଼ା କାହାଣୀରେ
ଚାଳ ତଳେ ବିନ୍ଦୁ ବିନ୍ଦୁ ବର୍ଷାର ନିଃଶ୍ୱାସରେ
ମାଟିର କୋମଳ ବାସ୍ନାକୁ ଆଲିଙ୍ଗନ କରୁଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ପ୍ରଚଣ୍ଡ ପ୍ରତିକ୍ରିୟାକୁ ଏଡ଼ାଇ ପାରୁନଥିଲେ
ସମୟର ସ୍ମିତହାସ୍ୟରେ
ପଦ୍ମଗନ୍ଧର ଅନନ୍ୟତାକୁ ପଢ଼ିଦେଇ
ସକାଳର ସାନ୍ତ୍ୱନାକୁ ସଙ୍ଗ କରିଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ପ୍ରତିଫଳନକୁ ଏଡ଼ାଇ ପାରୁନଥିଲେ ;-
ହୃଦୟର ମାଟି ଦୀପରେ
ତୁମେ ପ୍ରେମର ସଳିତା,
ବିଶ୍ୱାସ ର ଘିଅ ଢାଳି
ଜାଳେ ନିତି ମୁଁ ପ୍ରୀତିର
ଵଳିତା।-
କେମିତି କେଜାଣି, ଏମିତି ମନେହେଉଛି ମୋ'ହୃଦୟ ମନ୍ଦିରର ଅର୍ଘ୍ୟଥାଳୀ ରେ ତୁମେ ଅସନ୍ତୁଷ୍ଟ। ସକାଳ ଧୂପରେ ଜଗତୀରେ ବସି ଭୋଗ ଗ୍ରହଣ କରିବାକୁ ତୁମେ ଅନିଚ୍ଛୁକ।ଏ କ'ଣ ମୋର ଭାବନା ନା ତୁମର ଅନ୍ତବାକ୍ୟ। ମୋର ନୀରବ ପ୍ରାର୍ଥନା ଆଜି ନି ଅବକାଶ ରେ ସ୍ୱ।ତନ୍ତ୍ର୍ୟ ମନେହେଉଛି।ଏ ସମର୍ପିତ ବିଶ୍ୱାସରେ କେଉଁ ଭାବନାର ଅନ୍ତ ଘଟିଛି ଅଥବା କେଉଁ ଭାବନାର ଆଗମନ ହୋଇଛି। ସଞ୍ଜ ସଳିତାର ପଲକରେ ପ୍ରାଚୀନତା ଭରିଦେବା ପାଇଁ ଅନ୍ତେଶ୍ୱର ପୁରରେ ପରମେଶ୍ବର କାହାନ୍ତି !
-
ମୁଁ ତ ସେଇ ଶୁଖିଲା ତୁଳାର ସଳିତା
ତୁମ ପ୍ରେମର ଘୃତ ଦେଇ ମୋତେ ସିକ୍ତ କରି ଦିଅ
ଜଳୁ ଥିବି ଦିକି ଦିକି ତୁମ ହୃଦୟ ଅଗଣାରେ...
-
ସେଦିନ ଦୀପଟିଏ କହୁଥିଲା
କେତେ ଆଉ ଶିଖେଇବି
ନିଜକୁ ଜାଳିବାର ମନ୍ତ୍ର !
ସେ ତିର୍ଯ୍ୟକ ହସ ପଛରେ ଲୁଚିଯାଉଥିଲା
ତା ସ୍ୱାଭିମାନ ର କିଛି ଅଂଶ ।।
ସୁନୀତା...-
ତୁମେ ସମସ୍ତେ
ନିଜ ନିଜ ସତ୍ୟବାନର ସୁରକ୍ଷା ପାଇଁ
ଦୀପ ଜାଳିଛ;
ଆଉ ମୁଁ ଜାଳିଛି
କୋଇଲିକୁ ଦୀର୍ଘ ଆଠ ମାସ ଧରି
ସୁରକ୍ଷିତ ରଖିବା ପାଇଁ ।-
କାହାଣୀ ତ କଳ୍ପନାରେ ଜୀବନ୍ତ
ଆଉ କଳ୍ପନା!
ଅନୁଭବରେ ଆଲୋକ
ଠିକ୍ ଏମିତି ...
ଜୀବନର ରଙ୍ଗ
ଓ ଏକ ଏକ ମୁହୂର୍ତ୍ତ
ଜନ୍ମ ମୃତ୍ୟୁ ନାଁ ରେ ସିନା ସୃଷ୍ଟ
ହେଲେ ବେଶ୍ ଏକ ସ୍ମିତହାସ୍ୟରେ ସମାପ୍ତ
ନା କିଛି ଶ୍ରେଷ୍ଠ ଆଉ ନା ଆବଦ୍ଧ
କେବଳ ଏ ଅନ୍ଧାରରେ ହିଁ ସତ୍ୟ-
ଏଇ ବନ୍ଧନର କୁହୁକ ଛୁଆଁରେ
ଦେଖ ମୃଦୁ ମଳୟ କିଛି କୁହେ
ସୁଗନ୍ଧ ଶ୍ୱାସର ମିଳେଇ ଯାଏ
ସ୍ପନ୍ଦନ ହୃଦୟର ଅଧିକ ତେଜ ହୁଏ।-