°°°°{ତୁମରି "ତମେ"}°°°°
ସକଳେ ଡାକନ୍ତି 'ତମେ' 'ତମେ' ବୋଲି ସେ 'ତମେ' ର ମୂଲ ନାହିଁ,
ତୁମେ ଯେବେ ମୋତେ 'ତମେ' ବୋଲି କୁହ ଏତେ ମିଠା କାହିଁ ପାଇଁ!
କାଳ ବୈଶାଖୀର,ମାଦକତା ପରି, ସେ 'ତମେ' ର ଆକର୍ଷଣ;
ଜ୍ୟେଷ୍ଠର ପ୍ରଦୋଷ, ତୁମର ସେ 'ତମେ', ପ୍ରଶାନ୍ତିର ଆବାହନ।
ସେ 'ତମେ' ରୁ ଝରେ, ମୌସୁମୀ ବର୍ଷାର, ଶାଶ୍ଵତ ଶୀତଳ ସ୍ପର୍ଶ;
ଯେତେ ଅସନ୍ତୋଷ, ବୈଶାଖ ରେ ଥାଏ ; ଭରିଦିଏ ସବୁ ଶୋଷ।
ଆଷାଢ଼ ଆକାଶେ, ସେ 'ତମେ' ଝଲସେ, ଇନ୍ଦ୍ରଧନୁ ସାତରଙ୍ଗେ;
ଶ୍ରାବଣର ଧାରା, ପତିତ ବିନ୍ଦୁର, ଗୁରୁ ଗମ୍ଭୀରତା ରାଗେ।
'ତମେ' ପରା ସେହି, ନିର୍ମଳ ଭାଦ୍ରବ, ଖୋଲା ପୁସ୍ତକ ଭାଷ୍ୟ;
ସମ୍ପର୍କ ନଦୀର, ଆଶ୍ୱିନ ପଠାରେ , କାଶତଣ୍ଡୀ ସ୍ମିତହାସ୍ୟ।
ଶ୍ୱେତାଙ୍ଗ ନିହାର, 'ତମେ' ଯେ ଘାସର, କାର୍ତ୍ତିକ ମୁକୁଟ ସାଜି;
ମାର୍ଗଶିର ପକ୍ୱ- ଧାନର ସୁଗନ୍ଧେ, ପାଏ ମୁଁ 'ତମେ' କୁ ଖୋଜି।
ପୌଷ ସକାଳର, କୁହୁଡ଼ିରେ 'ତମେ', ପ୍ରତିକ୍ଷିତ ସୂର୍ଯ୍ୟରଶ୍ମି;
ଫିକା ପଡ଼ିଯାଏ, ମାଘର ଜଡ଼ତା, 'ତମେ' ଉତ୍ତପ୍ତତା ଘେନି।
କୋକିଳ କଣ୍ଠର, ପଞ୍ଚମ ମୂର୍ଚ୍ଛନା, ଫାଲ୍ଗୁନ ମଳୟେ 'ତମେ';
ଦୃଶ୍ୟମାନ 'ତମେ', ପୂର୍ଣ୍ଣତା ଠାଣିରେ, ଚଇତ୍ରର ଆଗମନେ।
'ତମେ' ତ ମୋ ପାଇଁ, ସବୁଯାକ ଋତୁ, ସବୁ ମାସ ସବୁ ବର୍ଷ
ତୁମ ଉଚ୍ଚାରଣେ,ସେ 'ତମେ'ର ମାନ, ବଢିଯାଏ ଶତକୋଷ।-
କବି ଲୋଡେନି ମିଥ୍ୟା ପ୍ରହସନ
ମିଥ୍ୟା ପ୍ରଶଂସା !
କଲମ ସ୍ୟାହିର ଯୁଦ୍ଧ ଭିତରେ
ନିଜେ ନିଜ ପାଇଁ ସେ ବଡ ପ୍ରଶଂସକ !
ବିପ୍ଳବ କରି ବଞ୍ଚିବା ସିଖେ ।
ଖାଲି ପ୍ରେମର ପାଲିଙ୍କି ଚଢି
ଅଭିସାରିକା ପ୍ରେମମୟୀ ସାଜେନି ସିଏ !
ସିଏ ବି ରଚିପାରେ ପଳୟ ତାଣ୍ଡବ !!
ଜାଗ୍ରତ ରହିଥାଅ !
ଝଡର ତାଣ୍ଡବ ରଚିଲେ
ତୁମ ରକ୍ଷା ପାଇଁ ତମେ ସୁରକ୍ଷିତ
ରହିଥିବ ଲଗାତାର।
ନହେଲେ ଦିନେ ଆସିବ ଏମିତି
ଚକ୍ରବ୍ୟୁହ ରଚିବ କବି
ତମେ ଶବ୍ଦର ଅସ୍ତ୍ରାଘାତ ରେ ହେବ କ୍ଷତବିକ୍ଷତ !!!!
-
ମୋ କାଳଜୟୀ ଉପନ୍ୟାସର ନାୟିକା
ହବାକୁ ହେଲେ
ତୁମକୁ ପ୍ରଥମେ ମୋ ପ୍ରିୟତମା ସାଜିବାକୁ ପଡିବ !
ତୁମ ପାଇଁ ଏଇଟା ହେଉଛି ସୁବର୍ଣ୍ଣ ସୁଯୋଗ ।-
ବିଶ୍ଵାସ ହାତ ବଢ଼ାଇ ଫେରିଗଲା ପରେ
ଅଧା ବାଟରେ ମୁଁ ବାଟବଣା !
ଖୋଜାଖୋଜି ର ଅନେକ ଅଞ୍ଚଳ
ଅଜଣା ଯୁବକଙ୍କ ଗୁଳିମାଡ଼ରେ ଆହତ !
ବନ୍ଦୀ ଦୁନିଆ ଜାଣେନି !
ପାଦେ ପାଦେ ବାହାନାରେ ଏବେ ସିଏ
ଭଣ୍ଡାମିର କୋଠରୀରେ ।
ମିଛେ ଯାହା ହଟହଟା !
ଭାତ ଖାଉଁ ! ଡାଲି ଖାଉଁ !
ଶେଷକୁ ବଳିପଡିବୁ !
ତାରିଖ ପରେ ତାରିଖ !
ଦଲାଲ୍ ହାତରେ ଦଲିଲ୍ !
ବନ୍ଦା ହେବ ନଥିପତ୍ର ।
ଦାଖଲ ହେବ ପ୍ରମାଣ !
ଶେଷକୁ ବଳିଷ୍ଠ ଲେଖା ଅସମ୍ପୂର୍ଣ୍ଣ ;
ବରଷିବ ନିଆଁ ଝୁଲ ହେଇ ! ମୁଁ ମଲ୍ଲିକା ✍️
-
ପରିସ୍ଥିତି କିଛି ଏମିତି ଥିଲା
ଯାହାର ଗାଢ଼ତା
କିଛି ବି ପ୍ରଶ୍ନୀଳ ଅଭିପ୍ରାୟକୁ
ନିଶ୍ଚିତ ପ୍ରାୟ ଧରିନେଲା
ନା ତୁମକୁ ପରିଶୁଦ୍ଧ ଭାବର ଅପେକ୍ଷା ଥିଲା
ନା ମୋର ବୁଝିବାର ଶକ୍ତି
ନା ତୁମେ ଉଚିତ୍ କାହାଣୀର ସଂଜ୍ଞା ଚାହୁଁଥିଲ
ନା ଏକ ନୀରବ ସମାପ୍ତି
* * * * * * * * * * * * * * *
ସେଥିପାଇଁ ବୋଧେ
ହାରିବାକୁ ଚାହୁଁନଥିଲା ସମୟ
କିଛି ସରିବା ଆଗରୁ ସାରିଦେଇଥିଲା
ଦୁଇ ବୁନ୍ଦା
ଓ ରହିଯାଇଥିଲା ଏକ ରାୟ-
ଜାଣିଛି ମୋର ବୋଲି
କହିବାକୁ ଗଲେ ମୁଁ ବି ନାହିଁ ।
କିନ୍ତୁ ତମ ଉପରେ ସବୁବେଳେ
ମୋର ଟିକିଏ ଅଧିକ ଅଧିକାର ଥାଏ..
କାରଣ ତମେ ଶୁଣିଚାଲ ନୀରବରେ ସବୁକିଛି ,
ଆଉ ମୁଁ ବାଢ଼ିଦେଉଥାଏ ସବୁ ଅଭିଯୋଗ....
ଅନୁଶୀର୍ଷକରେ-
ଠିକ ସେଇ ନଈପଠା କାଶତଣ୍ଡି ଫୁଲ ପରି
' ତମେ '
ଖରା ତମକୁ ମଉଳାଇବାକୁ ଚେଷ୍ଟା କରେ,
ହେଲେ ତମେ ଆହୁରି ବେସି ଚମକିବାକୁ ଲାଗ...
ପବନ ତମ ଅସ୍ତିତ୍ବ କୁ ଦୋହଲାଇବାକୁ ଚେଷ୍ଟା କରେ,
ହେଲେ ତମେ ସେ ପବନର ତାଳରେ ନାଚିଯାଅ...
ବର୍ଷା ତମକୁ ଭିଜେଇ ଦେଇ
ମନେ ମନେ ଭାରି ଗର୍ବ କରେ,
ହେଲେ ସେ ଜାଣେନି ତମେ ତ ସ୍ୱୟଂସିଦ୍ଧା,
ପୁଣି ନିଜକୁ ଗଢିପାର,
ଆଉ ନିଜ ମୁହଁରେ ହସକୁ ସାଉଁଟି
ପୁଣି ଆଗକୁ ବଢିପାର ।
●◆■ ଶୁଭ ଦୁର୍ଗାପୂଜା ■◆●-
ତୁମେ ଆସିଗଲା ପରେ :-
-----------------------
ତୁମେ ଆସିଗଲା ପରେ ଅଧରାତିରେ
ଅଚାନକ ମୋ ନିଦ ଭାଙ୍ଗୁନି,
ଅବା ନିଦ ଅପେକ୍ଷାରେ
ଆଗଭଳି ସାରାରାତି ରାଗୁନି ll
କିଛିଦିନ ହବ ତୁମପାଇଁ
ବ୍ୟସ୍ତ ହେଈ ପୁରୁଣା ଛବି ଖୋଜୁନି,
ଅବା ତୁମେ ଆସିଥିବାର
ଅବାସ୍ତବ କଳ୍ପନାରେ ହଜୁନି ll
ତମେ ଆସିଗଲା ପରେ
ବଦଳେଇ ଦେଇଛ ଅନେକ କିଛି,
କିଛି କିଛି ମୋ ନିଜକୁ
ଆଉ ମୋ ଦୁନିଆକୁ ଅନେକ କିଛି ll
କେ'ଜାଣେ ଆହୁରି କ'ଣ ସବୁ
ବଦଳିବା ତାଲିକାରେ ରହିବାକୁ ବାକିଅଛି,
ମୁଁ, ମୋ ଦୁନିଆ ଏମିତିକି ତମେବି ତ ଅଛ
ମୁଁ ରୁ ଆମେ କୁ ସମୟ ବି ବଦଳି ସାରିଛି ll-
ତମେ କିଏ ?
ଜଣା ନାହିଁ ତମେ ଯେ କିଏ
ଅଭିମାନ କର ମୋ ପାଖେ
ସବୁ ପ୍ରଶ୍ନର ଉତ୍ତର
ତମେ କଣ ପାଇଯିବ ବୋଲି
ଜାଣିନି ତଥାପି ତୁମକୁ କାହିଁକି
କହିବି ଗୋପନ କଥା
ଇଛା କଲେ କଳି- ଝଗଡ଼ା କରି
ମୋ ଠାରୁ ଦୂର ରୁହ
ପୁଣି ରାଗ -ଋଷା
ଅନ୍ତ କରି ଚାଲି ଆସୁଛ
କେତେ ବେଳେ ହସୁଛ ତ
ଆଉ କେତେବେଳେ ଅଭିମାନ କରୁଛ
ବେଳେ ବେଳେ ମତେ ତମେ ବିହ୍ବଳ
ବି କରି ଦେଉଛ
କବିତା ରଚନା କରିଲା ବେଳେ
ମତେ ପ୍ରବନ୍ଧ ସଙ୍କଳନ ବୋଲି ସୂଚନା ଦିଅ
ଆଉ ମୁଁ ରାଗିଗଲେ କେତେ ମନାଅ
ମିଠା ମିଠା କଥା କହି ପୁଣି
କୋଳେଈ ନିଇ ସ୍ନେହ ପ୍ରେମ ରେ
ବାନ୍ଧି ଦିଅ କାହିଁକି
ତମେ କିଏ ? ତମେ କିଏ?
-
ତମେ ପୂର୍ଣ୍ଣିମାର ଚାନ୍ଦ ପରି
ପୂର୍ଣ୍ଣତା ଖୋଜ ଜୀବନରେ..
ମୁଁ ତ ଅମାବାସ୍ଯା ପୂର୍ବ ରାତ୍ରିର
କ୍ଷଣିକ ଚନ୍ଦ୍ରମା...
ବୟସ ଠାରୁ ହାତ ଉଧାରୀ ସମୟ ମାଗି
ନିଜ ସହ ନିଜକୁ ପରିଚିତ
କରୁକରୁ ସମୟ ବି ମୁହଁ ଫେରାଏ,
ଅନ୍ଯ ଏକ ନବ ପ୍ରାରମ୍ଭର
ବେଖିଆଲ ସ୍ମିତହାସ୍ୟ ର ମୁରୁଜ ବୁଣି।।-