କପାଳ୍ ର ଲିଖନ ତୁଇଁ
ମୋର ଜୀବନର ଆଶା
ତୋର ନୁ ପହେଲା ତୋର ନୁ ଶେଷ
ନାଇ ଭାନ୍ଗବୁ ଭରସା
ଭରସା ଥରେ ଭାନ୍ଗି ଗଲେ
ନାଇଁହୁଏ ଯୋଡି
ପ୍ରେମ୍ ଯୋଡ୍-ସି ଭାନ୍ଗି
ଧନ ଘଡିକେଘଡି ।-
ଚିନି ଓ ଲୁଣ ଦେଖିବାକୁ ସମାନ ହେଲେ ଉଭୟଙ୍କର ସ୍ୱାଦ ଭିନ୍ନ , ଜଣେ ମଧୁର ତ ଆଉ ଜଣେ ଲୁଣିଆ ତେଣୁ ସ୍ୱାଦ ମାତ୍ରହେଁ ଉଭୟ ଭିନ୍ନଭିନ୍ନ ବୋଲି ଆମେ ଜାଣିପାରୁ ଠିକ୍ ସେମିତି ଆମ ସମ୍ପର୍କ ମଧ୍ୟ ସେହିଭଳି ଯେଉଁଠି ସ୍ନେହ , ପ୍ରେମ , ଭଳପାଇବା ରହିଥାଏ ସେଠି ରାଗ-ଋଷା ,ମାନ-ଅଭିମାନ ,ଘୃଣା-ଅହଂକାର ର ଅଳ୍ପକ୍ଷଣିକ ମାତ୍ର ।
-
ଜୀବନ ର ରାସ୍ତାରେ ଆଗକୁ ଆହୁରି ଯିବାର ଅଛି ହେଲେ ସବୁଦିନ ଏମିତି ଏକାଏକା ନୁହଁ ତୁମ ହାତଧରି ଆଉ ବାକିସବୁ ରାସ୍ତା ଯିବାକୁ ଇଚ୍ଛା ଅଛି ତୁମେ ମୋ ହାତଧରି ଆଗକୁ ନେବ ନା' ତମ ଅପେକ୍ଷା ରେ .........❤
-
ସଫଳତା ଗୋଟିଏ ଦିନ ରେ ମିଳେନି କିନ୍ତୁ ଗୋଟିଏ ଦିନ ନିଶ୍ଚୟ ମିଳେ । ଶୁଭ ସକାଳ
-
କଥାପଡି ସମସ୍ତେ କହନ୍ତି ପହଁରିବା ସମସ୍ତଙ୍କୁ ଆସେ ହେଲେ ପହଁରିବା ମଧ୍ୟରେ ଅନେକ ତପାତ୍ ଅଛି -ପହଁରାଲି ତାକୁ କୁହାଯାଏନି ଯିଏକି ଶିଶିରବୁନ୍ଦା ର କାକର ରେ ପହଁରିଯାଇ ଥଣ୍ଡାଶୀତ ରେ ଜୁଡୁବୁଡୁ ହୋଇ ନିଆଁର ଆଶ୍ରୟ ନିଏ ବରଂ ପହଁରାଲି ତାକୁ କୁହାଯାଏ ଯିଏ ଅକାତ ଜଳରାଶି ମଧ୍ୟ ରେ ବୁଡି ନିଜର ଲକ୍ଷ୍ୟ ହାସଲ ଦିଗରେ ମାଡିଯାଏ ଆଉ ନିଜର ଘାଟ ପାଇଯାଏ ସେ ହିଁ ପ୍ରକୃତ ପହଁରାଲି ।
-
ଜୀବନରେ ଯେତେ କଷ୍ଟକର ପରିସ୍ଥିତି ଆସୁନା କାହିଁକି ଗୋଟେ କଥା ସବୁବେଳେ ମନେ ରଖିବେ ହସ କୁ ସବୁବେଳେ ନିଜ ଓଠ ରେ ଫୁଟାଇବାକୁ ଚେଷ୍ଟା କରିବେ କାରଣ ଦୁଃଖ ସବୁବେଳେ ରହେନି କି ସୁଖ ମଧ୍ୟ ସବୁବେଳେ ରହେନି କିନ୍ତୁ ନିଜ ଓଠ ରେ ହସ ସବୁବେଳେ ରହିବା ଆବଶ୍ୟକ ।ମିଛ ହସ ବି ଦିନେ ସତସତିକା ହସ ପାଖକୁ ନେଇ ତମକୁ ନିଜ ଲକ୍ଷ୍ୟ ରେ ପହନ୍ଚାଇ ଦେବ ।
ଶୁଭ ରାତ୍ରୀ-
ତୁମର ସବୁ ପ୍ରଶ୍ନ ଆଉ ସବୁ ଉତ୍ତର ମୁଁ ଦେବି ଏହା ଯଦି ଭାବୂଛ ଠିକ୍ ଭାବୁଛ ହେଲେ ମନେ ରଖ ସମୟନୁଯାୟୀ ନଚେତ୍ କେବଳ ଅପେକ୍ଷା ହିଁ କରିବ ଆଉ ଶେଷ ରେ ସେ ଅପେକ୍ଷା ଦିନକ ପାଇଁ ନୁହେଁ ବରଂ ସେହି ଜନ୍ମଜନ୍ମତର ପାଇଁ ହିଁ ଏବେ ତୁମ ହାତ ରେ ସବୁକିଛି ଉପେକ୍ଷା ନା ଅପେକ୍ଷା ରେ ମୋର ତୁମେ ନିଜେ ଭାବିନିଅ ।
ଗଳ୍ପ ଜନ୍ମଜନ୍ମତର ବନ୍ଧନ ର ଛୋଟିଆ ଅଂଶ ।-
ସମସ୍ତଙ୍କ ସହ ହସ ଖୁସିରେ ରହି ସମସ୍ତଙ୍କୁ ସ୍ନେହ, ପ୍ରେମ ଦେବା ଓ ଏହା ପାଇବା ତାଙ୍କର ଅଧିକାର ନୁହେଁ ବରଂ ଜଣଙ୍କ ଭାବନା କୁ ବୁଝି ସମ୍ମାନ ଦେବା ହେଉଛି ଆମର ସଂସ୍କାର ।
-
ମଣିଷ ସବୁବେଳେ ଜାଣିଶୁଣି ଭୁଲ୍ କରେ ଆଉ ସମସ୍ତଙ୍କ ସାମ୍ନାରେ କହେ ମୁଁ କିଛି ଜାଣିନାହିଁ ବୋଲି କରିଥାଏ କାହିଁକୀ ?
-