କାଲିକୁ କହିବି ସେ କାହାଣୀ
ନା ଥିଲେ ରାଜା ,ନା ରାଣୀ
ଆଉ ବି କେହି ଥିବାର ମୁଁ ଶୁଣିନି
ତଥାପି ଲୋକ ମୁଖରୁ ଏ ହଜିଯାଇନି
କିଏ କ'ଣ କହିବ କହି ଲୁଚିଯାଇନି
କାଗଜ କାଳୀର ବାଟେ କେବେ ସେ ଯାଇନି
କେଉଁଠି ଭେଟିବି କାହିଁ କିଛି ବି କହିନି-
କାନରେ ବାଜୁଥାଏ ଅକ୍ଷୟ ମହାନ୍ତିଙ୍କର ସୁମଧୁର ଗୀତ ଆଉ ବାହାର ସୁନ୍ଦର୍ ପ୍ରକୃତିକୁ ଉପଭୋଗ କରିକରି ଆମ ଟ୍ରେନ୍ ଟି ଆଗେଇ ଚାଲିଥାଏ କଲିକତା ଅଭିମୁଖେ। ଟ୍ରେନରେ ବସିବା କ୍ଷଣି ଗପ ସପରେ ମଜି ଗଲୁ ବାପଝିଅ। ଜଳେଶ୍ଵର ଅତିକ୍ରମ କରିବା ପରେ ଗାଡ଼ିରେ ବିଭିନ୍ନ ଧରଣର ଲୋକଙ୍କୁ ଦେଖି ଭାରି ମଜା ଲାଗୁଥାଏ ।
(ସମ୍ପୁର୍ଣ୍ଣ ଗପଟି ପଢନ୍ତୁ ଅନୁଶୀର୍ଷକରେ👇👇)-
ତମେ କିଛି କ୍ଷଣ ଅଟକି ଯାଆନ୍ତ ନାହିଁ
ମୁଁ ଅଧା ରହି ଯାଇଥିବା କାମକୁ ପୁରା କରି ଦିଅନ୍ତି
ତୁମେ କିଛି କ୍ଷଣ ବିଶ୍ରାମ ନିଅନ୍ତ ନାହିଁ
ଅତୀତର ପୁରୁଣା ସ୍ମୃତିକୁ ସାଉଣ୍ଟି ଆଣନ୍ତି
ତୁମେ କିଛି କ୍ଷଣ ନିଜର ଆଳସ୍ୟତା ପ୍ରକାଶ କରନ୍ତ ନାହିଁ
ଭୁଲ କରିଥିବା କାମକୁ ଠିକ କରିଦିଅନ୍ତି
ତୁମର କଣ କିଛି କ୍ଷଣ ଇଛା ହୁଏ ନାହିଁ
ମାଆ କୋଳରେ ଶୋଇବାକୁ
ନା... ତୁମେ ତ..ଅବିରତ ଭାବରେ..
ନିଜର ତିନି ଶିଶୁଙ୍କୁ କାମ କରାଇ ଚାଲିଛ
ଏ ଘଣ୍ଟା କଣ୍ଟା.. ମିନିଟ କଣ୍ଟା.. ସେକେଣ୍ଡ କଣ୍ଟା..
କଣ କେବେ ଅଭିମାନ କରନ୍ତି ନାହିଁ
କେମିତି ବା କରିବେ
ତମେ ପରା ସେମାନଙ୍କୁ ନେଇ ଗଢ଼ା
ତାଙ୍କ ପରିଚୟରେ ତୁମେ ପରିଚିତ
#କିଛିକ୍ଷଣ-
ଚାଲୁ ଚାଲୁ ଏକା ଅଜଣା ରାସ୍ତାରେ
ଦେଖା ହୋଇଗଲା ଏକା ଚିହ୍ନା ଏମିତି
ସେହି ଅଙ୍କାବଙ୍କା ରାସ୍ତାରେ
ଦୂରରୁ ଦେଖି ଚିହ୍ନା ଲାଗିଲା ଯେମିତି
ମନ ଏବେ ବି ଖୋଜୁଥାଏ ସେହି ଆଖିକୁ
ଅଚିହ୍ନା ସାଥୀ ଭେଟ ହେଲା କିନ୍ତୁ ଇଚ୍ଛା ହୁଏ ଦେଖିବାକୁ
286/443-
ଆଶା ଥିଲା ବହୁତ ତୁମ ଉପରେ କିନ୍ତୁ,,
ସେହି ଦିନ ମରିଗଲା
ଯେଉଁ ଦିନ ମୋ ଆଶା
ନିରାଶରେ ବଦଳି ଗଲା...!!
303 /443-
କିଛି କ୍ଷଣ ପାଇଁ ସିଏ ଅଟକି ଯାଇଥିଲା
ମତେ ଖାଲି ଦେଖିବା ପାଇଁ...
207/443-
ଅଫିସ ରେ ଥିଲି। ହଠାତ ଫୋନ୍ ଟି ଆସିଲା ନାନୀ ର। urgent ତୋର ଗୋଟେ ଭଲ ଫଟୋ ଟେ ଦେଲୁ । ମନା କଲି, ବେଶୀ ହୋନି ଯାହା କହିଲି ସେୟା କର। ଫଟୋ ଦେ ଏବେ ସେ ପିଲା ଘର ମାଗୁଛନ୍ତି। ଦେଖିଲେ ମନକୁ ଗଲେ କଥା ଆଗ କୁ ବଢିବ, କଣ ବୁଢୀ ହେଇ ବସିଥିବୁ ବାପା ମା ଙ୍କ କଥା ତୋର ଭାବିବାର ନାହିଁ ଏମିତି କେତେ କଣ କହିଗଲା। ବାସ୍ ଶୁଣିଲି ଚୁପ୍ ରହି କୋଉ ଗୋଟେ ଫଟୋ ଟେ ଗ୍ୟାଲେରୀ ରୁ କାଢି send କରିଦେଲି। ହେଲେ ନାନୀ ତ ସବୁ କଥା ବିଘ୍ନେଶ ବିଷୟରେ ଜାଣି ଛି। ତା ପରେ କଣ ପାଇଁ ଏସବୁ ନାଟକ, ମୁଁ ଯେ ବିଘ୍ନେଶ ବିନା ଆଉ କାହାକୁ ନିଜ ଜୀବନ ସାଥି କରିବିନି କୌଣସି ମତେ। ବିଘ୍ନେଶ ତ ଫଟୋ ଦେବା କଥା ଜାଣିଲେ ରାଗି କି କଣ ନାହିଁ କଣ କହିବେ। କୋଉ ଆଡୁ ଶୁଣିବି, ସବୁ ମୋ ଭାଗ୍ୟ।ସେ ବି ଘରେ କହିଲେ ବି ଘର ଲୋକ ଶୁଣି ନ ଶୁଣିଲା ପରି।ହେଲେ ବାପାଙ୍କ ଜିଦ୍ କୁ ୟାଙ୍କ ଜିଦ୍। ମୁଁ ତାପ୍ତି କୁ ହିଁ ବାହା ହେବି।ହେଲେ ବାପା ନିଜ ସାଙ୍ଗ ର ଝିଅ କୁ ବୋହୂ କରିବା ଲାଗି କଥା ଦେଇ ଆସି ଜାଣି ବାରୁ ବିଘ୍ନେଶ ଯେ ଏତେ ଭୟଙ୍କର ହେବେ ନା କେବେ ବାପା ଭାବିଥିଲେ ନା ଆଉ କିଏ। ହଠାତ୍ ପୁଅ ରାଗରେ ଘର ଛାଡି ବାର ନିଷ୍ପତି ବାପାଙ୍କୁ ବିଚଳିତ କରିଥିଲା। ଆଉ ଚାଲ ଆମେ ଘର ଛାଡି ପଳେଇବା କହି କାନ୍ଦିଉଠିଲେ ବିଘ୍ନେଶ। କେହି ବୁଝିପାରିବେନି ଆମକୁ।ବାପା କଣ ପାଇଁ ଜିଦ୍ ଧରି ବସିଛନ୍ତି ଯିଏ ତାଙ୍କର ପଛରେ କୁହନ୍ତି ସେଇ ମାନଙ୍କ ପାଇଁ । ଜୀବନ ଯେମିତି କିଛି କ୍ଷଣ ଅଟକି ଥିଲା ଆଉ ତା ସାଙ୍ଗକୁ ଯେମିତି ସମୟ ବି ସ୍ତମ୍ବୀଭୂତ । କଣ କରିବି ନ କରିବି ଭାବି ତାପ୍ତି ଅଟକି ଗଲା ଜୀବନ ର ଦୋ ଛଅ କି ରେ।
-
ମୋର ପ୍ରଥମ ଚିଠି ତୁମେ ପଢି ସାର,,💌
ଅଧୁରା ମିଳନକୁ ପୂରା କରି ସାର,,,👫
ମୋ ଆଶାକୁ ନିରାଶ କରି ସାର,,,,😔
ତୁମ ମତେ ମନ ଭରି ଭୁଲି ତ'ସାର......💔
243/443
-
ସେଦିନ ଯୁବକଟି ପରୀକ୍ଷା ପରେ ରାଉରକେଲାରୁ କଟକ ପ୍ରତ୍ୟାବର୍ତ୍ତନ କରୁଥିଲା, କୋଉ ଗୋଟେ ରେଳ ଗାଡ଼ିରେ, ନାଁ ଟା ଆଜି ସ୍ମୃତି ପଟରୁ ଲିଭି ଯାଇଛି। ଏକୁଟିଆ ଥାଏ ସେ । ପାଖରେ ଥାନ୍ତି କିଛି ଅଚିହ୍ନା ମୁହଁ କିନ୍ତୁ ସ୍ନେହବୋଳା ପରି ମନେ ହେଉଥାଏ। ଆଉ ସେହି ସ୍ନେହ ବୋଳା ମୁହଁମାନଙ୍କ ମଧ୍ୟରେ ହଠାତ୍ ଆବିର୍ଭାବ ହୁଏ ଏକ ନିରୀହ, ନିଷ୍ପାପ
କଥାକୁହା ଆଖି। ହଁ ବର୍ଷା, ସେଇ କୁନି ଲାଜେଇ ଝିଅଟି। ଯିଏ ଯୁବକଜଣକୁ ଦେଖି ପ୍ରଥମେ ଗମ୍ଭୀର ଆଉ ଧିରେ ଧିରେ ସ୍ମିତହାସ୍ୟ ଟିକେ ଦେଇଥିଲା । କିନ୍ତୁ ତାର ସେ ସରଳିଆ ହସ ଆଉ ନିରୀହ ଆଖିର ଯାଦୁ କାହିଁକି କେଜାଣି ଯୁବକକୁ ବାନ୍ଧି ଦେଇଥିଲା ଏକ ଅଜଣା ବନ୍ଧନରେ। ଧିରେ ଧିରେ ଯୁବକଟି କୁନି ଝିଅଟିକୁ କୋଳେଇ ନେଇଥିଲା, ବଡ଼ ଭାଇର ସ୍ନେହ ଦେଇ (.......👇.......)-