ସତରେ କଣ ନାରୀ ଉର୍ଦ୍ଧ୍ଵ ରେ?
ସତରେ କଣ ନାରୀ ସୁରକ୍ଷିତ,
ରେ ମାନବ ନିଜ ମନକୁ ପଚାରେ।
ନା ଆଜି ଗୋଟେ ଦିନ ମହିଳା ଦିବସ ଲାଗି
ସବୁ ଆଡେ ତାର ମହାନତା ର ନାରା ବାଜି,ଗୁଣଗାନ
ତେବେ କଣ ପାଇଁ ପୁଅ ଝିଅ ର ସମାନତା ପ୍ରଶ୍ନ
ସେ ଯଦି ଜୟା ଜନନୀ ଭଗିନୀ
ନା ଖାଲି ସେ ମନ୍ଦିର ପଥର ଦୁର୍ଗା ରୂପୀ ଦେବୀ।
କଣ ପାଇଁ ଆଜି ବି ଧର୍ଷିତା, ଅବହେଳିତା
କଣ ପାଇଁ ରୋକ୍ ଠୋକ୍ ଏତେ ଆକଟ
କଣ ପାଇଁ ହଜାରେ ନିୟମ କାନୁନ୍
କାଇଁ ସେ ଆଜି ବି ନିଜ ଇଛାରେ ପାରେନି ବଞ୍ଚି।
ଖାଲି ତୁଛାରେ ମହାନ୍ ନା ସତରେ
ସେଇ ନାରୀ ରୂପୀ ନାରାୟଣୀ ମନକୁ ଥରେ
ପଚାରେ ସତରେ କେତେ ସେ ଖୁସି ନା ଦୁଃଖୀ।
ଜୀବନ ସାରା ଅନ୍ୟ ଲାଗି ତାର ତ୍ୟାଗ
ହେଲେ ଦୁନିଆ କହେ ସେଇ ତ ବଳିଦାନ।
ସେ ଗୋଟେ ସାଧା କାଗଜ
ନାରୀ ହେବା ନୁହେ ସହଜ
ଯିଏ ଆସି ଲେଖି ଫୋପାଡି ଦେବ
ଗୋଟେ ଦିନେ ତା ଭାଗ୍ୟ କଣ ବଦଳି ଯିବ।
-
ଯାହା ପାଖେ ସବୁ କିଛି ସହିବାର ଶକ୍ତି , ବୁଝିବାର ଶକ୍ତି ଥାଏ ସେଇ ମାତୃ ଶକ୍ତି ହେଲା ନାରୀ।
-
कभी मनाना सीख लो
ये गुस्सा भी प्यार मे बदल जाएगा
कभी थोड़ा रूठना सीख लो
ये प्यार भी और मजबूत हो जाएगा
कभी झुकना सीख लो
ये दुनिया कब आपके सामने झुक जाएगा
कभी कभी अपने लिए हंसाना सीख लो
नहीं तो ये जिंदगी जीना भूल जाएगा-
ମନ ମୋର ଉଡି ବୁଲୁଥିବା
ଖୁସି ମିଞ୍ଜାସ ର ନୀଡ ଟିଏ ତ
କଣ୍ଟାଝଟା ପୂର୍ଣ୍ଣ ଜୀବନ ର
ପିଚ୍ଛିଳ ପଥରେ ଛିଟିକି ପଡି
ନିଜେ ସଂଘର୍ଷ କରି ଉଠିବାକୁ
ଚେଷ୍ଟା ଚଳେଇ ଥିବା ନିସହାୟ ବୁଢ଼ା ଟିଏ।
ଦୁଃଖିନୀ ଆଖ୍ୟା ଦେବିନି ନିଜକୁ
ପୁଳାଏ ଦୁଃଖ ଥିଲେ ବି ।
ଅନ୍ତର ର ବ୍ୟଥା କୁ ବଖାଣି ବୋଝକୁ
ହାଲକା କରିବାକୁ ସେ ଭାଗ୍ୟବତୀ ନୁହେ ବି।
ଅଡୁଆ ପ୍ରଶ୍ନବାଚୀ ର ସମାହାର ଜାଲ
କେବେ ଦିଗହରା କରିନି ମୋତେ।
ବିବେକ ଟା ପା ତା ସହ ଭାଇ
ପରି ଛାଇ ହେଇ ଛିଡ଼ା ହେଇଚି ।
ଯନ୍ତ୍ରଣା ଦେଉଥିବା ସମୟ ଆଗରେ
ମନ ମୋର କେବେ ହାରିନି
କିତା ଅସ୍ମିତା କୁ ଗ୍ରାସ କରିନି।
ଥକି କି ଘୁମ୍ ମାରି ବସିଲା ବେଳେ
ମନ ବଳ ହିଁ ଆଗକୁ ଝିଙ୍କିଛି।
-
କଥା ତ ଏତିକି
କଥା ତ ଏତିକି ନଥିଲା
ତୁମ ସହ ଗପିବାକୁ ଅଛି ବହୁତ ବାକି
ଯେତେ ଗପିଲେ କଥା ସରେନି
ବାକି ରହିଯାଏ କାଲିକି।
ବାସ୍ କଥା ତ ଏତିକି
କହି ତୁମେ ଚାଲିଯାଅ
ମୁଁ ବସି ଚାହିଁଥାଏ
ତୁମକୁ ଦେଖି ସବୁ ଭୁଲିଯାଏ ।
ନୂଆ ଲାଗେ ମୋତେ ସବୁ କଥା
କହିପାରେ କଣ ମୋ ବ୍ୟଥା।
ଇଛା ହୁଏ ଦିନ ରାତି ଗପିବାକୁ
ହେ ସମୟ ତୁ ସିନା ଅଟକି ଯାନ୍ତୁ।
-
ଭଗବାନ କେବେ ଜାତି ତିଆରି କରିନାହାନ୍ତି ହେଲେ ମଣିଷ ନିଜେ ହିଁ ମାନବ ସମାଜ କୁ ହିଁ ଜାତି ଗୋତ୍ର ରେ ବିଭକ୍ତ କରିଛି। ଯିଏ ଉଚ୍ଚ ହଉ କି ନୀଚ ହଉ ସେଇ ଭଗବାନ୍ ତ ଏଇ ସମଗ୍ର ସୃଷ୍ଟି ର ନିର୍ମାତା ନା। ତେବେ ଆଜି ବି ଏତେ ଭେଦ ଭାବ କଣ ପାଇଁ। ଆମେ ସେଇ ଭଗବାନ୍ ଙ୍କୁ ସତରେ ପରିହାସ କରୁନାହାନ୍ତି ତ ଯେତେବେଳେ ସେ ନୀଚ ଜାତି ନା ତାକୁ ଛୁଇଁବାନି କହି ଘୃଣା କରୁଛନ୍ତି।
ସତ ରେ କଣ ଆମେ ମଣିଷ କୁ ଘୃଣା କରି ସେଇ ଭଗବାନ ଙ୍କୁ ଖୁସି କରିପାରିବା। ମୋର ମନରେ ଅନେକ ପ୍ରଶ୍ନ ସେଇ ଠାକୁର ଙ୍କୁ ଯାହାକୁ କେବେ ଆମେ ଦେଖିନାହାନ୍ତି କେବଳ ସେ ପବିତ୍ର ଅନୁଭବ, ସେ ତ ନିରାକାରା, ନିରଞ୍ଜନ ସେ ତ ସମସ୍ତଙ୍କ ର, ସେ ତ ଭାବରେ ବନ୍ଧା ସେ ତ ସବୁଠୁ ଉର୍ଦ୍ଧ୍ବରେ।
ତେଣୁ ମାନବିକତା ହେଉ ଶ୍ରେଷ୍ଠ ଜାତି-
ପାପ
ଅନ୍ୟ କୁ ବିନା କାରଣରେ କଷ୍ଟ ଦେବା ଓ କାହା ଆଖିରେ ଲୁହ ଝରାଇବା ହିଁ ପାପ। ଅନ୍ୟ ମୁହଁରେ ହସ ଫୁଟାଇବା ହିଁ ପୁଣ୍ୟ.
-ବିନା ପରିଶ୍ରମ ରେ ଅର୍ଥ ଉପାର୍ଜନ ପାପ।
- ଚରିତ୍ର ବିହୀନ ଜ୍ଞାନ ହିଁ ପାପ ତେଣିକି ଆପଣ କୋଉ ବଡ ପୁରସ୍କାର ପାଇଥାନ୍ତୁ ଯଦି ଚରିତ୍ର ଆପଣ ଙ୍କ ପ୍ରଶ୍ନ ବାଚୀ।
-ତ୍ୟାଗ ବିହୀନ ଧର୍ମ ପାପ କଣ ଆପଣ ଗେରୁଆ ପିନ୍ଧି ଯଦି ଦାମୀକା ଗାଡି ସୌଖୀନ ମଠ କରି ରହିବେ।
-ମାନବିକତା ବିହୀନ ବିଜ୍ଞାନ
-ବୃତ୍ତି ପ୍ରବୃତ୍ତି ବାଣିଜ୍ୟ ବ୍ୟବସାୟ ଯଦି ନୀତି କି ଶୃଙ୍ଖଳିତ ନଥିବ ତେବେ ସେ ହିଁ ପାପରେ ଯିବ।
-ଆଦର୍ଶ ବିହୀନ ରାଜନୀତି। ରାଜନୀତି କରି ଲୋକ ମାନଙ୍କ ପଇସା ଲୁଟିବା ସେବା ନ କରିବା ହିଁ ପାପ।
-ବିବେକ ବିହୀନ ଉପଭୋଗ ହିଁ ଆଜ୍ଞା ପାପ।
§§~ସଂଗୃହିତ କଥା ~§§-
କିଛି ସଂଗୃହିତ କଥା
ଧାରଣ କରିବାକୁ ଧର୍ମ କୁହାଯାଏ। ଯେପରି ପାଣି ର ଧର୍ମ ନିମ୍ନ ଗାମୀ ଓ ନିଆଁ ର ଧର୍ମ ଉର୍ଦ୍ଧ୍ଵ ଗାମୀ। ଯାହାର ଯୋଉ ଧର୍ମ ସେ ଏଇଠି ସେଇଠି ତାରି ଗୁଣ କୁ ଧାରଣ କରେ ଯେପରି କଲରା ଆମେରିକା ରୁ ଧରି ଆସିଲେ ଇଣ୍ଡିଆ କୁ ସେଇ ପିତା ଲାଗିବ ଆଉ ଚିନି କୁ ପୃଥିବୀର ଯୋଉଠି ଆଣିଲେ ମିଠା ହିଁ ଲାଗିବ ତେଣୁ।
ପତ୍ନୀ କିଏ
ପତନ ରୁ ଯିଏ ଉଦ୍ଧାର କରେ ସେ ହିଁ ପତ୍ନୀ, ସବୁ ବେଳେ ଯିଏ ସ୍ଵାମୀ ର ପାଖେ ଥାଏ ସେ ଦୁଖଃ ହଉ କି ସୁଖ ସ୍ଵାମୀ ର ସହଭାଗୀ ସେ ହିଁ ପତ୍ନୀ। ଯାହାର ବିପଦ ରୁ ରକ୍ଷା କରିବାର ବି ଶକ୍ତି ଥାଏ ଆଉ ଦିନରାତି ଶୁଭ ମାନସୀ ଠାକୁର ଙ୍କୁ ଡାକୁଥାଏ ସେ ହିଁ ପତ୍ନୀ।-
इरादा पक्का हो तो
जो चाहोगे मिल जाएगा
कभी कभी चाहकर
भी कुछ चिजे नहीं मिलेगा
क्योँ कि कुछ हे जो
अपने बस में नहीं होते
ये दुनिया भी कब क्या
खेल खेलता हे
चाहकर भी अपने नहीं होते
काम आए तो
पराया तो जान भी दे देते।
-