କୂଳବଧୁ
-
ବାହାଘର ବେଳେ ବୋଉ କହିଥିଲା ତୁ ହେଉଛୁ କୂଳବଧୁ l କୁଳର ନାମ ସବୁବେଳେ ଉଜ୍ବଳ କରିବୁ l ସମସ୍ତଙ୍କୁ ଖୁସିରେ ରଖିବୁ l ଯେତେ ବାଧା ବିଘ୍ନ ଆସିଲେ ଧର୍ଯ୍ୟର ସହ ସାମ୍ନା କରିବୁ l କାହା ମୁହଁରେ କେବେ କଥା କହିବୁ ନାହିଁ l କେବଳ କଣ ପୁଅ ଜନ୍ମ କରି ବୋହୂ ଆଣନ୍ତି କୂଳ ଉଦ୍ଧାର କରି ବଂଶ ବଢେଇବା ପାଇଁ ......
-
ଭଲ ପାଇବାରେ ଦୁଇଟି ହୃଦୟରେ ପ୍ରେମ ଯେତିକି ଦରକାର ଦୁହେଁ ଦୁହିଁଙ୍କୁ ସେତିକି ସମ୍ମାନ ଦେବା ମଧ୍ୟ ଅନୁରୂପ ଭାବେ ଜରୁରୀ l
-
ବେଳେବେଳେ ଏମିତି ଲାଗେ
ସେ ମୋ ନିଜର
ହେଲେ, ବେଳେବେଳେ ଏମିତି ଲାଗେ
ସେ କିଏ ମୁଁ ଜାଣେନା-
ତୁମେ ଥିବ ନା ମୁଁ ଥିବି
ହେଲେ ଆମ ସମ୍ପର୍କ ଥିବ
କାରଣ
ଏ ସମ୍ପର୍କ ପରା ଜନ୍ମ ଜନ୍ମର-
ତମେ କିଛି କ୍ଷଣ ଅଟକି ଯାଆନ୍ତ ନାହିଁ
ମୁଁ ଅଧା ରହି ଯାଇଥିବା କାମକୁ ପୁରା କରି ଦିଅନ୍ତି
ତୁମେ କିଛି କ୍ଷଣ ବିଶ୍ରାମ ନିଅନ୍ତ ନାହିଁ
ଅତୀତର ପୁରୁଣା ସ୍ମୃତିକୁ ସାଉଣ୍ଟି ଆଣନ୍ତି
ତୁମେ କିଛି କ୍ଷଣ ନିଜର ଆଳସ୍ୟତା ପ୍ରକାଶ କରନ୍ତ ନାହିଁ
ଭୁଲ କରିଥିବା କାମକୁ ଠିକ କରିଦିଅନ୍ତି
ତୁମର କଣ କିଛି କ୍ଷଣ ଇଛା ହୁଏ ନାହିଁ
ମାଆ କୋଳରେ ଶୋଇବାକୁ
ନା... ତୁମେ ତ..ଅବିରତ ଭାବରେ..
ନିଜର ତିନି ଶିଶୁଙ୍କୁ କାମ କରାଇ ଚାଲିଛ
ଏ ଘଣ୍ଟା କଣ୍ଟା.. ମିନିଟ କଣ୍ଟା.. ସେକେଣ୍ଡ କଣ୍ଟା..
କଣ କେବେ ଅଭିମାନ କରନ୍ତି ନାହିଁ
କେମିତି ବା କରିବେ
ତମେ ପରା ସେମାନଙ୍କୁ ନେଇ ଗଢ଼ା
ତାଙ୍କ ପରିଚୟରେ ତୁମେ ପରିଚିତ
#କିଛିକ୍ଷଣ-