ସଂପୂର୍ଣ୍ଣ କବିତା ଅନୁଶୀର୍ଷକରେ...
-
Fav✍︎ on YQ - Binesh Samal
ᴛʜᴀɴᴋs ғᴏʀ ᴄᴏᴍɪɴɢ ʜᴇʀᴇ ☺️
Wish u d best ... read more
ମୋ କଲମଟା ଭାରି ଅମାନିଆ
ତୁମ ନାଁ ଶୁଣିଲେ
ଆଉ ଚୁପ୍ ବସେନି ସେ...
ପଚାରିଲ ଟିକେ ତାକୁ
ତାକୁ ବି କ'ଣ
ପ୍ରେମ ଫ୍ରେମ ହେଇଗଲା କି...-
ମୁଁ ଛୁଏଁ ତୁମକୁ ଠିକ୍ ଏ ବର୍ଷା ବିନ୍ଦୁ ପରି,
ଆଉ ତୁମେ ମୋତେ ଜାବୁଡ଼ି ନିଅ
ଏ ଶାଗୁଆ ପତ୍ର ଟେ ପରି...
ଶୁଣୁଥିଲି କାଲି ସେ ବର୍ଷା ପରେ ପରେ
କେଉଁ ଏକ କବିତାର ଶେଷ ଧାଡ଼ିରେ
ତୁମ ଦେହରେ ମୁଁ ଖୁବ୍ ମାନେ ବୋଲି...
-
ଭାବିବିନି ତୁମକୁ
କହି ଏଡେ଼ଇ ଯାଉଥିଲି...
ହେଲେ ଏ ଅନ୍ଧାର ଭାରି ବଦମାସ୍
ଦେଖ ତ ତାକୁ ବାସ୍
ତୁମ ନାଁ ରେ ଚିଡ଼େଇ ଆସେ...
ତୁମକୁ ଭୁଲିବାର
ଉପକ୍ରମ କରୁ କରୁ
କାନ୍ଥ ଘଣ୍ଟାରୁ ରାତି ସରୁଥିଲା
ଆଉ ଆଖିରୁ ନିଦ ଜିଦି କରି
ସେ ଦୂର ଆକାଶରେ
ପ୍ରଜାପତି ହେଇ ଉଡ଼ିଗଲା...
ରହିଗଲେ ତୁମେ ମୁଁ ଅନ୍ଧାର
ଆଉ ଆମ ଅଭିଧାନର ଶବ୍ଦ ସବୁ
ମୋର ପ୍ରିୟତମ ପ୍ରେମ ଗପ ହେଇ...
-
ତୁମେ କଥା ଦେଇ ଫେରିଲନି
ହେଲେ ଫଗୁଣ ତ ପ୍ରତି ଥର ଫେରେ
ତୁମ ସ୍ମୃତିର ଅବିର ବୋଳେ
ଅଭିମାନ କରେ ତୁମ ଉପରେ
ମୁଁ କରେନି
ଜାଣେ,ତୁମେ ବି
ଫଗୁଣ ଆସିଲେ
ସେ ପୁରୁଣା ଆଲବମ୍ କୁ
ଧୂଳି ଝାଡ଼ି କାଢ଼ି ଆଣ
ସେ ପ୍ରିୟ ଫଟୋଗ୍ରାଫ୍
ସବୁରେ ଫଗୁଣକୁ ଖୋଜ
ମୋ ଉପସ୍ଥିତିରେ...
ଆଉ ଫଗୁଣ କଟିଯାଏ
ପ୍ରିୟା ଅପେକ୍ଷାରେ...
-
କାନ୍ଦ ବନ୍ଦ୍ କର୍
ମୁଁ ଅଛି ନା...
ଏ ଦି' ପଦ କଥା
ଆକାଶେ ଭରସା ଫୁଙ୍କିପାରେ
ମୋ କୋହର କଳା ବାଦଲରେ...-
ହଁ,ତୋ ପାଖେ କବିତା ହେଇଯାଏ ମୁଁ
ଟିକେ ଲାଜ ବୋଳା
ଆଉ ବେଶୀ ଟିକେ ଉଷ୍ମତାର
ଦାଗ ନେଇ...
ଆଖିରେ ସଜାଡ଼ି ନିଏ
ନିଃଶବ୍ଦ ନିରୁତା ଭଲ ପାଇବା ସବୁ
ଅଭିମାନର କଜ୍ଜଳ ଟିକେ ମାଖିହେଇ
ତୋ ଆଖି ହଳକରେ
ଜାଗା ଟିକେ ଖୋଜେ
ଲୁଚି ଯିବା ପାଇଁ
ତୋର ପ୍ରିୟତମା କବିତା ହେଇ...-
କବିତା କାଚ ଘରେ
ଝଲସୁଥିବା ଶବ୍ଦର ଶୋ ପିସ୍ ନୁହେଁ।
କବିତା ପଢ଼ୁଥିବା ଆଖି ହଳେରେ
ଆବେଗ ଉତାରୁଥିବା ନିରୁତା କୁହୁକଟିଏ।
ତେଣିକି କବିତା
ମଫସଲୀ ଧୂଳି ଧୂସର ଝିଅଟେ ହଉ
କି ଚକ୍ ଚକ୍ ସହରୀ ତରୁଣୀଟେ ହଉ...
କବିତା ଚମକେ ସବୁ ରୂପରେ
-