ବାହୁଡ଼ି ଯିବ ମୋ କାଳିଆ ସୁନା
( ଅନୁଶୀର୍ଷକରେ ପଢ଼ନ୍ତୁ )-
ସୁଖ କୁ ଦେବା ପାଇଁ ମୁଁ କେବେ ଅଳି କରି ନାହିଁ,
ତେବେ ଦୁଃଖ ପରେ ଦୁଃଖ କାଳିଆ ଦେଉଛୁ କାହିଁ.
ସୁଖ ମାଗିବାକୁ ସିଂହଦ୍ୱାର କୁ ଯାଇନଥିଲି ମୁହିଁ,
ଆଖି ର ଲୁହ କୁ ଢ଼ାଳିବା ପାଇଁ ଯାଇଥିଲି ଧାଇଁ..
😭😭😭-
ଅପୂର୍ଣ୍ଣ ଆକାରେ ପୂର୍ଣ୍ଣ ଏଡେ ତୁମେ
ଅପୂର୍ବ ମୋ ଅନୁଭବ,
ନୟନର ତୃଷ୍ଣା ମେଣ୍ଟୁନାହିଁ ପ୍ରଭୁ
କି ଶୋଭା କଳା ଶ୍ରୀମୁଖ...
ଅତି ଶରଧାରେ ପଞ୍ଚ ମୁରୁଜରେ
ଆଙ୍କିଛି ତୋହରି ଛବି,
ଭାବ ବିନୋଦିଆ ଚିକ୍କଣ କାଳିଆ
ତୋ ପାଶେ ନେଏ ରେ ଡାକି...
ଚନ୍ଦନ କର୍ପୂର ମହମହ ବାସେ
ତୁଳସୀ ଚଉଁରା ମୂଳେ,
ସାରା ଭୁବନର କାନ୍ତି ଦେଖୁଅଛି
ତୋର ସେ ପଦ୍ମମୁଖରେ...
ଜୀବନ ନଉକା ଭାସି ଭାସି ଯାଏ
ସମୟ ସାଗର ସ୍ରୋତେ,
ଶ୍ରୀଛନ୍ଦା ଚରଣେ ମନ ମୋର ସଦା
ରହିଥାଉ ଭକ୍ତି ଚିତ୍ତେ...-
💓 କାଳିଆ ମୋ ସୁନା କାଳିଆ 💓
ଲୁହ ରେ ଧୋଇଦେବି ତୋ ଦୁଇ ପାଦ,
ପରଷି ଦେବି ମୋର ଏ ଓଠ ର ହସ....
ମନ ଖୋଲି କହିଦେବି କେତେ କଥା,
ବାୟାଣୀ କହି ମଝିରେ ଦେଉଥିବୁ ହସ.....
❤️
ତୋହରି ଭକତ ବୋଲି ବୋଲାଏ ଜଗତ,
ପାଗଳୀ ହେଇଯାଏ ତୋ ପ୍ରେମ ରେ ମୁହିଁ..
ତତେ ଦେଖିଦେଲେ ମୋ ପୂରିଯାଏ ପେଟ,,,
ଲୋତକ ରୁ ଲୁହ ମୋର ଯାଆନ୍ତି ବୋହି..
❤️
ନିଷ୍ଠୁର କେବେ ମୋ ପାଇଁ ଯାଇନୁ ହୋଇ,
ଏତିକି ମୁଁ କରିଛି ବିଶ୍ୱାସ ତୋ ନିକଟେ..
ଏ କଥା କୁ ଦମ୍ଭ ରେ ମୁଁ ଦେଉଛି କହି,,
ଟିକେ ଥିବୁ ମୋର ଏ ସୁଖ ଦୁଃଖ ବାଟେ..
❤️
-