ବହି ପରି ତୁମକୁ ପଢ଼ି ଚାଲିଲି.....
ତୁମ ମନର ପ୍ରତିଟି ପୃଷ୍ଠାକୁ ଓଲଟାଇ.....
ସବୁ ସରିବା ପରେ.....
ଏବେ ମଧ୍ୟ ଅବୁଝା ରହିଗଲା କିଛି .....
-
ତୁମେ ବୁଝିପାରିଲନି ଏଇ ମନର କଥାକୁ,
ତୁମେ ଶୁଣିପାରିଲନି ଏଇ ନୀରବତାର ସ୍ପନ୍ଦନକୁ…
ତୁମେ ଦେଖିପାରିଲନି ହସୁଥିବା ଚେହେରା ପଛରେ ଥିବା ଚେହେରାକୁ,
ତୁମେ ବୁଝି ମଧ୍ୟ କିଛି ବୁଝିପାରିଲନି…
କିନ୍ତୁ ମୁଁ ଆଜି ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁଛି ,
'ମୋର ବୁଝିବାର ଆବଶ୍ୟକତା ଥିଲା ନା ତମେ ଅବୁଝା ରହିଗଲ? '
-
କିଛି ଉଦ୍ଧୃତ ପ୍ରସଙ୍ଗ ନେଇ
ପୁରା ଜୀବନଟାକୁ ପଢ଼ି ହୁଏନା,
କେଇ ପଦ ଆଳାପ ଭିତ୍ତିରେ
କାହା ମନଟାକୁ ଚିହ୍ନି ହୁଏନା,
ଓଠ ଧାରେ ଚେନାଏ ହସକୁ ଦେଖି
କାହା ସୁଖର ସାନ୍ଦ୍ରତା ବୁଝି ହୁଏନା,
ତାର ସେଇ ପଦିଏ ସ୍ଵୀକୃତିରେ
ମନ ତଳ ସମର୍ପଣକୁ ପରଖି ହୁଏନା,
ଗୋଟିଏ ମନଲୋଭା ପଂକ୍ତିରେ
ପୁରା ଗଜଲଟାକୁ କେବେ ବୁଝି ହୁଏନା,
ଆବଶ୍ୟକ ହେଲା ବେଳେ
ଆଂଶିକ ଜ୍ଞାନ କେବେ ବୁଦ୍ଧି ଦିଏନା,
ବେଳାଭୂମିରେ ଛିଡା ହୋଇ
ସାଗରର ଗଭୀରତା ମାପି ହୁଏନା।-
ଭାବନା ମାନଙ୍କୁ ମୋର
କେତେ ଥର ବୁଝେଇଲି
ସେମାନେ ନା....
ନ'ବୁଝି ଅବୁଝା
ବାଟବଣା ହୋଇ ତୁମରି ପାଖରେ
ତୁମରି ଠିକଣାରେ ପହଞ୍ଚି ଯାଉଛନ୍ତି
ଯେଉଁଠି ଦିନେ..
ମୁଁ ମୋର ଠିକଣା ହଜେଇଥିଲି !-
ଅବୁଝା ଅଭିମାନ
💐💐💐💐
ମୁଁ କୁଆଡ଼େ ଭାରି ଜିଦିଆ
ଏମିତି କୁହନ୍ତି ସିଏ...
ଦୁଷ୍ଟାମି ଭରା ତୋ ଜିଦ୍ ଆଗରେ
ଜାଣି ଶୁଣି କାହିଁକି କେଜାଣି
ପ୍ରତି ଥର ମୁଁ ହାରେ..!!
ସଂପୂର୍ଣ୍ଣ କବିତା ଅନୁଶୀର୍ଷକରେ ପଢନ୍ତୁ.....
ଅନିତା ପାତ୍ର ✍️-
ଅବୁଝା ପଂକ୍ତି
ଯେତେବେଳେ ତୁମ ସ୍ନେହିଳ ହସ୍ତ,
ମୋ କବିତା ର ପ୍ରତି ଟି ଶବ୍ଦ ଛୁଇଁ ଯାଏ ll
ସତେ ଯେମିତି ଜୀବନ୍ୟାସ ପାଏ ll
ଶବ ରୁ ଶିବ ହୋଇଯାଏ ll
ମୋ କବିତାର ପ୍ରତିଟି ଶବ୍ଦରେ,
ଭରି ଦେଇଥାଏ ତୁମ ପାଇଁ,
ଯେତେ ଭାବନା ସବୁ ll
ଯେତେ ସ୍ବପ୍ନ ସବୁ ll
ତୁମେ ଥରେ ଦେଖି ଦେଲେ
ମଳିନ ଶବ୍ଦ ମାଳା
ଉଜ୍ୱଳ ତାରକା ତୁଲ୍ୟ ପ୍ରତୀୟମାନ ହୁଏ ll
ଫୁଲେଇ ହୁଅନ୍ତି ଦିଦାର ନ ହେବା ଯାଏ ll
ସେ ଅଝଟ କବିତା ପଂକ୍ତି ମାନଂକୁ,
ମୁଁ ବୁଝେଇ ପାରେନା ll
କେତେ ଅବୁଝା ସେ ଶବ୍ଦ ସବୁ ତୁମ ବିନା
କେତେ ଫିକା ସେ ଭାବନା ସବୁ ତୁମ ବିନା
ତୁମେ କିଆଁ ବୁଝନା... ll🌹ll
ନିହାର
-
ଅବୁଝା ନିଦ :-
-------------------
ଏ ନିଦ ଭାରି ବିବ୍ରତ କରୁଚି
ଅନେକ ବୁଝେଇ ସାରିଛି ମୁଁ
ତଥାପି ଅବୁଝା ହଉଚି,
ଆଖିରେ ପ୍ରୀତି ରେ ମନ ଜଳୁଛି
ଆଉ ପୋଡ଼ିଯାଇଥିବା ସପନ ସବୁର
ନିର୍ଜନ ସ୍ମଶାନ ରେ ଦିନରାତି ଲୁହ ଢାଳି
ଆଖିକୁ ଆସିବା ଛାଡିଦେଇଛି
ଏ ନିଦ ଭାରି ବିବ୍ରତ କରୁଚି ll
ଅନେକ ଡାକରା ପରେ ବି ତା ଆସିବାର
କୌଣସି ଅବକାଶ ମିଳୁନାହିଁ,
ଏଣେ ହୃଦୟ ତ ଅବୁଝା
ବୁଝେଇବା ପାଇଁ କିଛି ଶବଦ ମିଳୁନି,
ସେଇଥିପାଇଁ ଶୀତଳ ରାତିର ଶାନ୍ତ ସୁଷୁପ୍ତି
ଆଜି ମୋପାଇଁ ଭାରି ଜଟିଳ ସାଜୁଛି
ଆଉ ଏ ନିଦ
ଆଜିକାଲି ଭାରି ବିବ୍ରତ କରୁଚି ll-