Bhabasmita patra   (Nightingale ☺)
142 Followers · 76 Following

Dreams are the touchstones of our character...
Joined 9 January 2019


Dreams are the touchstones of our character...
Joined 9 January 2019
19 DEC 2022 AT 19:35

°°ଅକୁହା ଅନୁଭବ°°
ଚାଲିବା ପଥ ରେ କେତେ ଯେ କଣ୍ଟା
ପଥିକ ସିନା ଜାଣିବ
ଦୂର ରୁ ଦେଖି କହି କେ ପାରିବ
ନଦୀ ର ଗଭୀରତା ନାଉରୀ ଜାଣଇ
ନୌଯାତ୍ରୀ କି ବୁଝି ପାରିବ
ସେ ତ ନାବେ ବସି ମଜା ଯେ ନେବ
ଜ୍ଞାନୀ ଯେ ବୁଝଇ ଜ୍ଞାନ ର ଗରିମା
ଅଜ୍ଞାନୀ କି ବୁଝି ପାରିବ
କିଛି ଅନୁଭବ ରେ ବୁଡ଼ିବାକୁ ହୁଏ
ବିନା ଅନୁଭବେ କି କେହି ଅନୁଭବୀ ହେଇ ପାରିବ
ଜୀବନ ର ବାଟ କେତେ ଅଙ୍କା ବଙ୍କା
ଚାଲୁ ଚାଲୁ ଭେଟିବାକୁ କୁ ହୁଏ
କେତେ ଯେ ସମସ୍ୟା
କିଛି ଦିଏ ଅନୁଭୂତି, କିଛି ରହେ ହୋଇ ସ୍ମୃତି
କିଛି ତ ହସାଏ କିଛି ପୁଣି କନ୍ଦାଏ
ସଦା ଦେଖାଏ ଜୀବନ ର ନୂଆ ଗତି
ଅନୁଭୂତି ନେଇ ଚାଲିବାକୁ ହୁଏ
ଜୀବନ ର କଣ୍ଟକିତ ପଥ
ସେ ପଥେ ଅଛି କେତେ ଯେ ଯାତନା
ଯନ୍ତ୍ରଣା ରେ ଜର୍ଜରିତ କରି ବୁହାଏ ରୁଧିର
କେବେ ହୃଦୟ ରୁ ତ କେବେ ଶରୀର ରୁ
ପ୍ରତି ଅନୁଭବ ନୂଆ ନୂଆ ଲାଗେ
ସ୍ବପ୍ନ ସବୁ ଯେବେ ଡେଣା ଝାଡି ଉଡେ
ସା ରେ ଗା ମା ପା ଦା ନି ର ମଧୁ ମୂର୍ଚ୍ଛନା
ଭରି ଦିଏ ନିରସ ଜୀବନ ରେ ପ୍ରୀତି ଛୁଆଁ
ଯନ୍ତ୍ରଣା କୁ ସବୁ ଭୁଲି ଚାଲେ ଅଗମ୍ୟ ପଥ
ସାଇତି ଦିଏ ହୃଦୟେ ସେ ଅକୁହା ଅନୁଭବ...

-


19 DEC 2022 AT 19:29

ପାଇବା ର ଆଶା ରେ ସବୁ ହରେଇବା ପରେ
ନିସ୍ଵ ଲାଗେ ଜୀବନ ଟା ଏ ଅମଡ଼ା ବାଟ ରେ
ବଞ୍ଚିବାକୁ ହୁଏ ମିଛ ହସ ହସି
ମନ ଟା ସାଜିଛି ଆଜି ହୃଦୟ ଆଗେ ଦୋଷୀ...

-


16 APR 2022 AT 9:58

ମଲ୍ଲୀ ଫୁଲ ର ମହୁଆ ଗନ୍ଧ
କୃଷ୍ଣଚୂଡ଼ା ର ମିଠା ମିଠା ବିରହ ରାଗ
ଭୂମି ର କାନଭାସ୍ ରେ ଆଙ୍କି ଦିଏ ପ୍ରୀତି ତରଙ୍ଗ
ସେ ତରଙ୍ଗେ ଢେଉ ଆସେ ମାଡି ହୃଦୟ ପାରାବରେ
ଭିଜି ଯାଏ ମନ ଉଇଁ ଆସେ ସ୍ଵପ୍ନ ହଜି ଯାଏ ପ୍ରୀତି ରାଗେ...


-


7 OCT 2020 AT 19:15

ହସି ଥାଏ ମୋ ପ୍ରିୟା ଖିଲି ଖିଲି
ଭାରି ଖିଆଲି ସେ ଟିକେ ମନେଇ
ଭାସି ବୁଲେ ପବନ ସାଥେ ମଧୁର ସନ୍ଦେଶ ଦେଇ
ଶରତେ ସିନା କାଶତଣ୍ଡି ହସେ
ମୋ ପ୍ରିୟା ତ ଜହ୍ନ କୁ ଦେଖି ରୁଷେ...

-


16 JUL 2020 AT 21:25

ଦୁନିଆ କହେ ପ୍ରଥମ ଦେଖା ରେ ଯଦି କେହି ଭଲ ଲାଗେ, ସେଇଟା ହେଉଛି ପ୍ରେମ। ଏ ଧରା ପୃଷ୍ଠ ରେ ମୋର ପ୍ରଥମ ସାକ୍ଷାତ ତ ମାଆ ସହ ହେଇଥିଲା,ପ୍ରଥମ ସ୍ପର୍ଶ ମଧ୍ୟ ତା ଠାରୁ ପାଇଥିଲି, ପ୍ରଥମ ଚୁମ୍ବନ ମାଆ ଆଙ୍କି ଦେଇଥିଲା ମୋ ମଥା ରେ, ପ୍ରଥମ ହସ ମାଆ କୁ ଦେଖି ହସିଥିଲି, ସ୍ନେହ ବୋଳା କଥା ମାଆ ଠୁ ଶୁଣିଥିଲି, ମୋ ଆଖି ର ପ୍ରଥମ ଲୁହ ମୋ ମାଆ ପୋଛି ଥିଲା, ହାତ ଧରି ଚାଲିବା ତା ଠୁ ଶିଖିଲି, ଦୁନିଆ ଭିଡ଼ ରେ ଡର କୁ ଏଡାଇ ସ୍ୱାଭିମାନ ର ପଥ ମାଆ ଦେଖେଇଥିଲା। ମୋ ପ୍ରଥମ ପ୍ରେମ ମୋ ମାଆ। ନା କେବେ କଷ୍ଟ ଦେଇଛି, ନା କେବେ ଦୂରେଇ ଦେଇଛି। ଅଝଟ ହେଲେ ଜହ୍ନ ମାମୁଁ ଦେଖେଇ ଗେଲ କରିଛି। ଏକା ଲଢ଼ିଛି ବୀର ଯୋଦ୍ଧା ରୂପେ ଏ ଦୁନିଆ ସାଥେ ତା ସନ୍ତାନ ର ଓଠ ରେ ଧାରିଏ ହସ ପାଇଁ।
ମାଆ ଲୋ ତୁ ଚିର ନମସ୍ୟ। ମୋ ଜୀବନ ର ପ୍ରଥମ ପ୍ରେମ।

-


1 JAN 2022 AT 14:15

Turn into a successful year for everyone



-


1 JAN 2022 AT 14:12

Leave the past
Live with present




-


1 JAN 2022 AT 14:11

सुकून ले आए


-


1 JAN 2022 AT 14:09

ନୂତନ ବରଷ ସାଥେ ନେଇ ଆସୁ
ନୂତନ ହରଷ
ସବୁରି ମୁଖେ ହସ ଖେଳୁ ସଦା
ସଭିଙ୍କ ମନେ ଥାଉ ସରସ।


-


28 OCT 2021 AT 8:13

ବାସ ଚହଟାଇ ଖିଲି ଖିଲି ହସେ
ତୋ ହାତ ପରଶ ପାଇ

ମୋ ଅଗଣା ର ତୁଳସୀ ଯେ ଆଜି
ସାଜିଛି ଶୁଷ୍କ ବାସହୀନ ଛାଇ
ହସୁନି ଆଉ ସେ କାଇଁ...


-


Fetching Bhabasmita patra Quotes