🔸What to do next ?
🔸How can I manage everything?
-
Some moments are unforgettable
&
Some people are irreplaceable.
-
ଏକଦା ଏକ ଘଞ୍ଚ ଜଙ୍ଗଲରେ କିଛି ପକ୍ଷୀ ବସବାସ କରୁଥିଲେ। ଥରେ ସେମାନଙ୍କ ଭିତରେ ରହୁଥିବା କିଛି କାଉ ଏବଂ ପେଚାଙ୍କ ମଧ୍ୟରେ କୌଣସି କାରଣବଶତଃ ଝଗଡ଼ା ଲାଗିଲା । କାଉମାନେ ପେଚାଙ୍କୁ ଆକ୍ଷେପ କରି କହୁଥାନ୍ତି - ‘ତୁମେମାନେ ଦିନ କଣା , ଦିନରେ ସମସ୍ତେ କାମ କରିଲା ବେଳେ , ଖାଦ୍ୟ ଯୋଗାଡ଼ କରିଲା ବେଳେ ତୁମେମାନେ ଗଛ କୋରଡରେ ଶୋଇଥାଅ ।’ କାଉମାନଙ୍କ କଥା ଶୁଣି ପେଚାମାନଙ୍କ ମନରେ ଖୁବ୍ କଷ୍ଟ ହେଲା । ସେମାନଙ୍କ ଭିତରୁ ଗୋଟିଏ ଛୁଆ ପେଚା ବାହାରକୁ ଆସି କହିଲା, ‘ ହଁ ଏଇଟା ସତ କଥା ଆମେ ଦିନରେ ଅଳ୍ପ ଦେଖିପାରୁ, କାରଣ ଆମ ଗଢଣ ସେହିପରି, କିନ୍ତୁ ତୁମେମାନେ ଗୋଟିଏ କଥା ଭୁଲି ଯାଉଛ ଯେ ଯେତେବେଳେ ଦୁନିଆର ସମସ୍ତ ପ୍ରାଣୀଙ୍କୁ ରାତିରେ ଦେଖାଯାଏ ନାହିଁ ସେତେବେଳେ ଆମେମାନେ ସବୁ ଦେଖିପାରୁ , ଆମକୁ ଚଳପ୍ରଚଳରେ କୌଣସି ଅସୁବିଧା ହୁଏ ନାହିଁ। ଆମେ ଭିନ୍ନ କିନ୍ତୁ ଅକ୍ଷମ ନୁହେଁ । ’ ପେଚା ଓ କାଉମାନଙ୍କ ମଧ୍ୟରେ ଚାଲିଥିବା ଏ ଝଗଡ଼ା ପାଖରେ ଥିବା ଗୋଟେ ସାରସ ପକ୍ଷୀ ଶୁଣୁଥିଲା। ସେ ଏମାନଙ୍କ ପାଖକୁ ଆସି କହିଲା ,‘ ମୁଁ ସେତେବେଳୁ ତୁମମାନଙ୍କ କଥା ଶୁଣୁଛି, ପେଚାମାନେ ଯାହା କହୁଛନ୍ତି ଠିକ୍ କହୁଛନ୍ତି। ଭଗବାନ ସମସ୍ତଙ୍କୁ ଅଲଗା ଅଲଗା କରି ଗଢ଼ିଛନ୍ତି , ଯାହାଦ୍ଵାରା ପୃଥିବୀର ଓ ଆମମାନଙ୍କର ମଙ୍ଗଳ ହେବ, କାହାକୁ ଏପରି ଉପେକ୍ଷା କରିବା ଠିକ୍ ନୁହଁ। ସମସ୍ତେ ମିଳିମିଶି ରହିଲେ ସମସ୍ତଙ୍କର ମଙ୍ଗଳ ହେବ। ’
Moral:- ସମସ୍ତେ ଭିନ୍ନ ହୋଇ ପାରନ୍ତି କିନ୍ତୁ ଅଯୋଗ୍ୟ କିମ୍ବା ଖରାପ ନୁହନ୍ତି ।-
ଅତୀତରୁ ପୁଣି ସ୍ମୃତି ସାଉଁଟିଲା ବେଳେ
ଭବିଷ୍ୟତ ଲୁଚି ଯାଉଅଛି କୁହୁଡି ଘେରେ ।
କାନ୍ଥରେ ଲାଗିଥିବା ଶିକୁଳି ପରି ,
ଅତୀତ ଶିକୁଳିରୁ ହାତ ଫେରାଇ ଆଣିଲେ
ଯାଇ ଭବିଷ୍ୟର ଶିକୁଳିଟିଏ ଧରି ପାରିବ ,
ନହେଲେ କାଳ ଆସିଯିବ ପଛେ,
ଜୀବନ ସେଇ ଅତୀତ ଓ ଭବିଷ୍ୟତର ଶିକୁଳି
ଭିତରେ ଦୋଳି ଖେଳୁଥିବ....ଆଗକୁ ବଢିବ ନାହିଁ।-
କପବୋର୍ଡଟିକୁ ଖୋଲି ଦେଲା ବେଳକୁ ଆଖିରେ ଖୋସି ହୋଇଗଲା ମୋ ବୁକ୍ କଲେକ୍ସନଟି । ଏଇ କେତେ ନୂଆ ପୁରୁଣା ଲେଖକଙ୍କ କୋଡ଼ିଏ ପଚିଶଟି ଗଳ୍ପ ଓ ଜୀବନ ଜ୍ଞାନ ବହି ସହ ଅନେକ ଗୁଡିଏ କମ୍ପିଟେଟିଭ ପରୀକ୍ଷାର ବହି । ସମସ୍ତେ ଯେମିତି ହାତଠାରି ଡାକୁଥାନ୍ତି ଥରେ ସେମାନଙ୍କୁ ପଢ଼ିବା ପାଇଁ। ଆଗ ଭଳି ଘଣ୍ଟା ଘଣ୍ଟା ଧରି ସେମାନଙ୍କ ଭିତରେ ହଜି ଯିବା ପାଇଁ। କିଛି ପଢ଼ା ସରିଥାଏ ଆଉ କିଛି ବହିରୁ ନୂତନତ୍ୱର ଅଂଶା ମଉଳି ନଥାଏ। ଆଖି ସହ ହୃଦୟ ଏବଂ ହୃଦୟ ସହ ହାତର ଯେଉଁ ସଂଯୋଗ କିଛି ଅଛି । ତାହାରି ଅବୋସରେ ଆସି ଏକ ଶୂନ୍ୟ ମସ୍ତିଷ୍କରେ ହାତଟି ଉଠି ଯାଉଥିଲା ଗୋଟିଏ ବହି ଭିଡ଼ି ଆଣି ତାହାରି ଭିତରେ ହଜି ଯିବାକୁ । ଏତିକି ବେଳେ ପଛରୁ ଏକ ସୁନ୍ଦର ଆଉ କୋମଳ ଛୁଆର ସ୍ୱର ଭାସି ଆସିଲା , “ମାମା...........”।
-
ନିର୍ଜନ ଅନ୍ଧାର ରାତିରେ ଭାସି ଆସେ
ବର୍ଷାର ଟିପ ଟିପ ଶବ୍ଦ
ଝିଙ୍କାରିଙ୍କ ଝିଁ ଝିଁ ଶବ୍ଦ
ପତ୍ରମାନଙ୍କର ସର୍ ସର୍ ଶବ୍ଦ,
କିନ୍ତୁ ଶାନ୍ତ ଥାଏ ଏ ଭିତର ମନ
ଶାନ୍ତ....... ଅତି ଶାନ୍ତ
ଶୂନ୍ୟ......ମହା ଶୂନ୍ୟ......।
ଏକ ଶୀତଳତା ଜାବୁଡ଼ି ଧରିଥାଏ
ମନକୁ ... ପ୍ରାଣକୁ..... ଆତ୍ମାକୁ...।
ଧିରେ ଧିରେ ବନ୍ଦ ହୋଇଯାଏ ଆଖି..,
ଶରୀରକୁ ଅକ୍ତିଆର କରେ ଏକ
ଶାନ୍ତ ଶୀତଳ ଜଡ଼ତା...........-
ଦେଖିଥିଲି ଏକ ଚିତ୍ରପଟ୍ଟ ଅଦ୍ଭୁତ ଏବଂ ବିରଳ ମଧ୍ୟ,
ଏକ ଖାଇ ମଧ୍ୟେ ପଡ଼ିଥାନ୍ତି ଜଣେ ବୃଦ୍ଧ
ଆଉ ଜଣେ ମହିଳା - ଗୋଟିଏ ହାତରେ ଥାଏ କୁନି ଶିଶୁଟିଏ,
ଅନ୍ୟ ହାତରେ ଖଣ୍ଡେ ଡାଳକୁ ଧରି ରଖିଥାନ୍ତି
ଖାଇ ଉପରେ ଜଣେ ବ୍ୟକ୍ତି
ବୃଦ୍ଧଙ୍କୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଥାନ୍ତି ।
କିଛି କହିଲେ , ପିତା ମାତାଙ୍କ ପ୍ରତି ଯେଉଁ ଋଣ ଥାଏ
ତାହା ସେ ସୁଝିବାକୁ ଚେଷ୍ଟା କରୁଛନ୍ତି ।
କିଛି କହିଲେ , ମହିଳା ଜଣଙ୍କ
ଶିଶୁଟିକୁ ଏବଂ ନିଜକୁ ସାହାଯ୍ୟ କରିବାକୁ ସମର୍ଥ
ତେଣୁ ସେ ବ୍ୟକ୍ତି ଯାହା କରୁଛନ୍ତି ତାହା ଯଥାର୍ଥ।
କିଛି କହିଲେ, ଏହା ମାନବିକତା ।
କିନ୍ତୁ ଜଣେ କହିଲେ ଏହା “ଜୀବନ”।
ସେ ଅତୀତକୁ ବଞ୍ଚାଇବାକୁ ଯାଇ
ନିଜର ଭବିଷ୍ୟତ-ସେ ଶିଶୁ ଏବଂ
ବର୍ତ୍ତମାନ-ସେ ମହିଳା ଜଣଙ୍କୁ ଅଣଦେଖା କରୁଛନ୍ତି ।
କିଏ ଠିକ୍ କିଏ ଭୁଲ ସେ କଥା ବିଚାରକୁ ଆସିବା ପୂର୍ବରୁ
ମନରେ ତିଆରି ହୋଇଗଲା ଅନ୍ୟ ଏକ ଭାବନା ,
ସତରେ ତ ଅତୀତର କିଛି ଘଟଣାକୁ ଭିତ୍ତି କରି ଆମେ ସାରା ଜୀବନକୁ ଖରାପ କରି ଦିଅନ୍ତି।
ଅତୀତରେ ଜଣେ ମୋ ସହ
ଏଭଳି ବ୍ୟବହାର କରିଥିଲା ବୋଲି ମନରେ ରଖି,
ବର୍ତ୍ତମାନର ତା ବ୍ୟବହାରକୁ ଅଣଦେଖା କରିଦେଉ।
କାରଣ ଆମେ ମଧ୍ୟ କିଛି ଭ୍ରାନ୍ତ ଧାରଣାରେ ଥାନ୍ତି
କି ‘ ମଣିଷ ପ୍ରକୃତି ମଲେ ତୁଟେ’ ।
ଜଣେ ଚାହିଁଲେ ବଞ୍ଚି ଥାଉ ଥାଉ
ନିଜକୁ ପରିବର୍ତ୍ତନ କରି ପାରିବ
ତାହା କାହିଁକି ହେବ ନାହିଁ?-
किसीने क्या खूब लिखा है
अगर प्यार सच्चा हो और सही इनसान से हो
तो ऐसी प्यार में दर्द भी सुकून देता है......-
ତୁମେ ଓ ଶବ୍ଦ.....— % &ତୁମେ ଏବଂ ତୁମ ପାଇଁ କେଇଟା ଶବ୍ଦ
ସତରେ ଖୁବ୍ ଜଟିଳ,
ବୁଝିବା , ବୁଝାଇବା ଏବଂ ବ୍ୟାଖ୍ୟା କରିବା
ଆହୁରି କଷ୍ଟ କାର୍ଯ୍ୟ..... — % &ଖୋଜେ ଶବ୍ଦ କିଛି
ତୁମକୁ ବ୍ୟାଖ୍ୟା କରିବା ପାଇଁ...
କିନ୍ତୁ ପାଏନା...
ଶବ୍ଦ କଣ ଘର କରଣା କି ?
ଯାହାକୁ କେବେ ଚାଳରେ ଖୋସି ଦେଇ
ଦରକାର ବେଳେ ଖୋଜିଲେ ସହଜେ ମିଳିଯିବ....
ଶବ୍ଦ ତ ଭାବନା ରାଜ୍ୟର ପ୍ରଜା.....
ଆଉ ତୁମକୁ ବ୍ୟାଖ୍ୟା କରିବା ପାଇଁ ଯେଉଁ ଶବ୍ଦ ଲୋଡ଼ା
ସେ ତ ଭାବନା ରାଜ୍ୟର ରାଜଜେମା....
ସେ ମିଳିବା କଣ ଏତେ ସହଜ କଥା!!!!!!— % &-
ଦାଣ୍ଡ ପିଣ୍ଡାରେ ଉପରକୁ ମୁହଁ କରି ଶୋଇଥିଲା ସପନା। ବରଡ଼ା ଚାଳରେ ହୋଇଥିବା ଅସଂଖ୍ୟ କଣାରେ ଚାନ୍ଦିନୀ ରାତିଟା ସ୍ପଷ୍ଟ ଅନୁଭବ କରି ହେଉଥିଲା । ଏତିକି ବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧା ବାବୁ କେଇ ଜଣ ଗାଁ ଭିତରୁ ବାହାରି ଯାଉଥିଲେ ହାତରେ କାଗଜ ପତ୍ର ଧରି। ସପନା ସେମାନଙ୍କୁ ଦେଖିଲା ପରେ ତା ଓଠ କୋଣରେ ହସ ଟିକେ ଆଙ୍କି ହୋଇଗଲା । ହସ! ଏକ ତାତ୍ସଲ୍ୟ ଭରା। କାରଣ ଦିନେ ଏଇ ବାବୁମାନେ ଆସି ଦରଖାସ୍ତରେ ଟିପ ଚିହ୍ନ ନେଇ ଯାଇଥିଲେ ଇନ୍ଦିରା ଆବାସ ଖଣ୍ଡେ ଯୋଗାଇ ଦେବେ ବୋଲି। ତାର ବି କୋଠା ଘର ହେବ, କାଦୁଅରେ ଚାଲି ଚାଲି ତା ମାଆର ଆଉ ଗୋଡ଼ ପାଣିକନ୍ଦା ଖାଇବନି, ତା ବାପା ମଧ୍ୟ ଆଖ ପାଖ ଗାଁରେ ବୋହୂ ଖୋଜିବା ପାଇଁ ଯିବେ। କେତେ ସ୍ବପ୍ନ ..... ! ଏହି ଚାଳର କଣାରେ ଚାନ୍ଦିନୀ ରାତି ପରି ଚିକ୍ ଚିକ୍ କରୁଥିଲା । କିନ୍ତୁ ସ୍ବପ୍ନ ସବୁ ଅଧାରେ ରହିଗଲା। ଦୁଇ ବରଷ ହୋଇଗଲାଣି , ଇନ୍ଦିରା ଆବାସ କଣ' ସେ ବାବୁମାନେ ମଧ୍ୟ ଆଉ ଦେଖା ଯାଉ ନାହାଁନ୍ତି। ସପନାର ସ୍ବପ୍ନ ଅଧାରେ ରହିଗଲା। ନା... ନା ସେ ସ୍ବପ୍ନ ଅଧୁରା ସ୍ବପ୍ନ କିପରି ହେବ ?? ତାହା ତ ଥିଲା ଏକ ପ୍ରତାରିତ ସ୍ବପ୍ନ। କାରଣ ସେ ସ୍ବପ୍ନ ସପନା ନିଜ ଇଚ୍ଛାରେ ଦେଖି ନ ଥିଲା, ସ୍ବପ୍ନ ଦେଖିବା ପାଇଁ ତାକୁ ଏକ ରକମର ବାଧ୍ୟ କରା ଯାଇଥିଲା।
-