ଦୁଃଖୀ ନୁହେଁ ମୁହିଁ,
ଦୁଃଖ କୁ ଭଲପାଉଥିବା କେବଳ ମୁଁ ମଣିଷ ଟିଏ.
ଖୁସି ରେ ଥିଲା ବେଳେ ତା କଥା ମନେ ପଡ଼ିଯାଏ,
କିନ୍ତୁ ହଁ,
ସେ ଲୁହ ଆଉ ସେ କୋହ ମନେ ଯନ୍ତ୍ରଣା ଦେଉଥାଏ ସତ,
କିନ୍ତୁ,, ଯେବେ,,
ସୁଖ ର କାକର ରେ ଭିଜୁ ଭିଜୁ ଦୁଃଖ ର ଗରମ ପବନ ଆସି ମୋ ଦେହେ ସ୍ପର୍ଶ କରିଦେଇ ଯାଏ ନା ,,,,
ସତରେ କହୁଛି ସେ ମୁହୂର୍ତ ମତେ ଗୋଟିଏ ଜିନିଷ ଖୁବ୍ ସୁନ୍ଦର କଥା ଟିଏ ଚେତାଇ ଦିଏ.. ,
ଏ ଜୀବନ କ୍ଷଣସ୍ଥାୟୀ ଆଉ ଏ ନିଃଶ୍ୱାସ କେବେ ବିଶ୍ୱାସ ପାଇଁ ଯୋଗ୍ୟ ନୁହେଁ.....
ଯାହା ମୁଁ ଖୁସି ରେ ରହି ନିଜକୁ ଅଂଧୁଣି ଭାବିବା ପୂର୍ବରୁ, ଦୁଃଖ ପାଇଁ,ଜୀବନ ର ଅର୍ଥ ମୁଁ ଖୁବ୍ ସୁନ୍ଦର ଭାବେ ବୁଝିପାରେ......-
ଦୁଃଖ କେତେବେଳେ
ଆସେ ଜାଣ?
ଯେତେବେଳେ
ସୁଖ କୁ ପାଇବାପାଇଁ
ଚାତକ ପରି ଟିକେ
ଚାହିଁଥାଅ,
ଆଉ ସେ ତୁମ ସହ
ଲୁଚକାଳି
ଖେଳ ଖେଳିବା
ଆରମ୍ଭ କରିଦିଏ......-
ବଞ୍ଚିବି ବଞ୍ଚିବି ବୋଲି ଅନେକ
ଚେଷ୍ଟା କରୁ କରୁ,ମୃତ୍ୟୁ ର
ମିଠା ଡାକରା ହିଁ ମତେ
ଜୀବନ ର ଦୋଛକି ରେ
ଆଣି ଛିଡା କରିଦିଏ..
କାହାକୁ ଅବା ଆପଣେଇବି?
ଚେଷ୍ଟା ସହ ଲଢ଼ିବି?
ନା,
ଡାକରା କୁ ସମ୍ମାନ ଦେବି ?-
ଆଉଥରେ ଚିରିଦିଅ
ସବୁ ଭାବନାର କୋଣାର୍କକୁ,
କାରିଗର ଟିଏ ବୋଲି
ଗର୍ବକୁ ଭାଙ୍ଗିଦେଇ
ଅଭିମାନର ଫର୍ଦ୍ଦ ସବୁ
ଅଣଲେଉଟା କରି
ଅପହଞ୍ଚ ତୁମ ମନର କବାଟ ଡେଇଁ
ଆଉଥରେ ଜୀବନ୍ଯାସ
ଦେବାର ପ୍ରୟାସୁ ଓହରି
ଚିରିଦେଇ ଯାଅ
ସେ ପ୍ରତିଶ୍ରୁତିବିହୀନ
ଆବର୍ଜନାରହିତ ତୁମ ଶୁଦ୍ଧ ଚିନ୍ତାକୁ
ନେଇ ହୃଦୟକୁ ଚେତିଦିଅ ,
ଆଉଥରେ ଚିରିଦିଅ
ବୋଧେ ସେ ଚିରାକାଗଜ ବି
ସବୁ ଭାବନାକୁ ନେଇ
ଖୁସିରେ ମରିପାରିବ।-
ଭାରି ଇଚ୍ଛା
ତୁମ ବଗିଚାରେ ଗୋଲାପ ଟିଏ ହୋଇ ଫୁଟନ୍ତି,
ସେତକ ବା କାହିଁ ଭାଗ୍ୟରେ?
ହଉ ନଥାଉ ସେତିକି ସୁଯୋଗ ହେଲେ
ଅନାବନା ଗଛ ଟିଏ ତ ହେବି
ଦୂରତା କମିଯିବ।
କାହାରି ନଜରକୁ ବି ଆସୁନଥିବି
ଆଉ ଗଛ ଉହାଡରେ ଲୁଚି ରହି
ତୁମ ଯିବା ଆସିବା ବାଟକୁ ଚାହିଁ ରହିଥିବି।
କେବେ ସମୟ ପଡ଼ିଲେ
ଆସି ନିଜ ହାତରେ ଓପାଡ଼ି ଦେଇପାର,
ଜୀବନର ଶେଷ ସମୟରେ
ତୁମ ହାତ ସ୍ପର୍ଶ ପାଇବାର ଥରେ
ସୁଯୋଗ ତ ପାଇଯିବି।-
ତୁମ ସହରରେ ବରଷା ହେଉଛି
ଆମ ସହରେ ମାରୁଛି ଘଡ଼ଘଡ଼ି
ତୁମେ ସେଠି ନିଦରେ ଶୋଇଲେ
ମୁଁ ଏଠି ମାରେ ଘୁଙ୍ଗୁଡ଼ି ।।
ତୁମେ କାଳେ ପ୍ରିୟା ଭିଜି ଯିବ ବୋଲି
ମୁଁ ଖୋଲା ରଖିଛି ଛତା,
ତୁମ ସହରକୁ ବୁଲି ମୁଁ ଯାଏନି
କାଳେ ତୁମେ ଛାଡ଼ିଦେବ କୁତ୍ତା
🙊🙊🙊-
ଅଫେରା ବାଟର ପଥିକଟେ ମୁଁ..
ଦିଶା ହୀନ ଜାହାଜର ନାବିକଟେ ମୁଁ..
ପ୍ରତ୍ୟୁଷରେ ଝଡିପଡୁଥିବା ଶେଫାଳୀ ଟେ ମୁଁ..
ଯଦି ପାରିବୁ ମତେ ବାଟ କଢ଼େଇ ନବୁ,
ମୋ ଠିକଣା ଖୋଜିଦବୁ,
ଆଉ ନିଜ ଶାର୍ଟ୍ ପକେଟ୍ ରେ ଆଞ୍ଜୁଳା ଭରି ରଖିଦବୁ ଠିକ୍ ତୋ ହୃଦୟ ବେଶ୍ ନିକଟରେ....
ସକାଳୁ ମରିଯିବି ,
ହେଲେ ଶାନ୍ତି ପାଇବି ତୋ ଛାତି ରେ ମୁଣ୍ଡ ଗୁଞ୍ଜି ଦୁନିଆ ଛାଡିଲି ବୋଲି....-
ହଁ ମ.. ,
ତୁମ ପାଇଁ ଯୋଉଟା ଜୀବନ, ମୋ ପାଇଁ ସେଇଟା ସାତ ସପନ।
ତମ ପାଇଁ ଯେଉଁଟା ସପନ,ମୋର ସେଇଟା ନିତିଦିନିଆ ଜୀବନ।
ତୁମେ ଯାହାକୁ ଘରବୋଲି କୁହନା..,ମୁଁ ପରା ତାକୁ ସମୁଦ୍ର କୁହେ।
ତୁମେ ଯାହାକୁ ଦେଶ ବୋଲି କୁହ,ମୁଁ ତାକୁ ପରିବାର ବୋଲି କୁହେ।
ତମ ପାଇଁ ଯେଉଁଟା ଛୁଟି, ମୋ ପାଇଁ ସେଇଟା ଅଭିଧାନ ବାହାର ଶବ୍ଦ।
ତୁମେ ଯାହାକୁ ପ୍ରେମ ବୋଲି କୁହ, ମୁଁ ପା ତାକୁ ତ୍ରିରଙ୍ଗା🇮🇳 କୁହେ।
ତୁମେ ଯେଉଁ ଧର୍ମ ରକ୍ଷା ନାଁ ରେ ଦଙ୍ଗା କର ନା..
ମୁଁ ତାକୁ ଆଖିର ଦିଟୋପା ଲୁହ ବୋଲି କୁହେ।
ତୁମେ କୁହ ମୃତ୍ୟୁ।ମୁଁ ତାକୁ ଜୀବନର ପରମସୌଭାଗ୍ୟ ବୋଲି କୁହେ।
-