ସେଇ ଆଖି
କିଛି ଅବୁଝାପଣ, କିଛି ସ୍ଵପ୍ନ, କିଛି ସଂଭାର,
କିଛି ଆନନ୍ଦ, କିଛି ଆଶା, କିଛି ଲୁହ ବାସ୍ !!!-
🖋️👉 Main rahoon yaa naa rahoon 🅱️HARAT �... read more
ସ୍ଵପ୍ନ
ସବୁ ଦିନ ସେ ଆସେ ...
ସେଇ ନୀଳ ରଙ୍ଗର କାନ୍ଥ ଥିବା ଘରେ ଆମେ ବସୁ
ସେ କଣେଇ କଣେଇ ମୋତେ ଚାହେଁ..
ମୁରୁକି ମୁରୁକି ହସେ... ।
ସେ ହସ ଦେଖିଲେ ମୋ ମନ ଭିତରେ ବିଜୁଳି ମାରେ
ଛାତି ଥରି ଥରି ଯାଏ., ହୃଦୟର ସ୍ପନ୍ଦନ ଚାଇଁ କିନା ବଢିଯାଏ...।
ତା ମୁହଁ ଏଥର ଲାଲ୍ ହୋଇଯାଏ ଲାଜରେ ,
ଠିକ୍ ଶୀତୁଆ ସକାଳ ର ସୁରୁଜ ପରି,
ମୁଁ କିନ୍ତୁ ତାକୁ ଦେଖି ନଦେଖିଲା ଭଳି ହୁଏ,
ସବୁ ଜାଣି ନଜାଣିଲା ଭଳି ହୁଏ,
ସେ ଏଥର ମୁହଁ ଫୁଲାଏ, ବାପ୍ ରେ ....
ଏଡ଼ିକି ଟିଏ ମୁହଁ ରେ ଏତେ ଅଭିମାନ ବି ଥାଇ ପାରେ ?
ଏଥର ମୁଁ ତାର ମାନ ଭଞ୍ଜନ ପାଇଁ କବିତା ପଢେ।
ସେ ମୋ ମୁହଁକୁ ବଲ ବଲ କରି ଚାହେଁ ।
ରାତି ବଢୁଥାଏ... ମୁଁ ପଢୁଥାଏ .. ସେ ଶୁଣୁଥାଏ ..
ଏଇ ଭିତରେ ଗଢି ଉଠେ ଗୋଟେ ଛୋଟ ପ୍ରେମ କାହାଣୀ
×××××××××××××××
ସ୍ଵପ୍ନ ଭାଙ୍ଗିଯାଏ , ମନ ମରିଯାଏ , ଆଖିରୁ ଝରିପଡେ କେଇ ବୁନ୍ଦା ଲୁହ , ଜହ୍ନ ହସୁଥାଏ ,
ସ୍ମୃତି ତାଜା ହେଉଥାଏ , ତା ଆଖି ଆଗରେ ଭାସି ଉଠେ ସେଇ ନୀଳ କାନ୍ଥ , ସେଇ କେତୁଟା ଅଧାଖଣ୍ଡି କବିତା ଆଉ ସେଇ ଚେହେରା...।
-
ବେଳେ ବେଳେ ଇଚ୍ଛା ହୁଏ ..
ଯମୁନା ହୋଇ ତୋତେ ଟିକେ ଛୁଅନ୍ତି,
ଯଶୋଦା ହୋଇ ତୋତେ ଟିକେ କୋଳାନ୍ତି,
ମୋହନ ବଂଶୀ ହୋଇ, ତୋ ଓଠ ର ପରଶ ରେ
ବାଜି ଉଠନ୍ତି ସାତ ସୁରରେ,
କିଣି ନିଅନ୍ତି ତୋ ହୃଦୟ।
ଚନ୍ଦନ ହୋଇ ତୋ ଶ୍ରୀଅଙ୍ଗ ରେ ନାଲାଗିଲେ ନାଇଁ
ବୃନ୍ଦାବନରେ ବାଲି ହୋଇରହି ଯାଆନ୍ତି କି ସାରାଜୀବନ ?
ପ୍ରତି ମୁହୁର୍ତ୍ତ ରେ ଅନୁଭବନ୍ତି ତୋତେ ସ୍ୱପ୍ନରେ ସ୍ୱପ୍ନରେ ...
ତୋ କୋମଳ ପାଦ କୁ ତ ଟିକେ ଛୁଅନ୍ତି।
ଅନନ୍ତ ନାଗ ହୋଇ ତୋତେ
ଶୁଆଇ ନପାରିଲେ ନାଇଁ..
ଯଶୋଦା ମା ର ଦଉଡ଼ି ହୋଇ
ତୋତେ ବାନ୍ଧି ତ ପାରିବି ?କିନ୍ତୁ....
ଏମିତି ତ ହୁଏ ନାହିଁ,
ମୁଁ ଖାଲି ସ୍ଵପ୍ନ ଦେଖେ, ବିଭୋର ହୁଏ ,ଲୁହ ଝରାଏ
ଆଉ ତୁ ? ରଙ୍ଗା ଅଧର ରେ ମୁରୁକି ମୁରୁକି ହସୁ।
-
ହଁ ଚାହନ୍ତା ନାହିଁ କେମିତି ଯେ, ...
ଶ୍ୟାମକୁ ଏତେ ନିଜର ଯେତେବଳେ କରିଛି। ରାଧିକା ସିନା ମିଛରେ ଫୁଲେଇ ହୁଏ ଶ୍ୟାମ ମୋର ମୋର ବୋଲି କହି , କିନ୍ତୁ ସେ କଣ କାହ୍ନା କୁ ତା'ଭଳି ଏତେ ନିଜର କରିଛି? ରାଧା ଠୁ ପ୍ରଥମେ ସେ ତା'ର ଶ୍ୟାମଳ ଚେହେରା ଦେଖିଚି, ସେ ହିଁ କାହ୍ନା ର ନାଲିଆ ପାଦ କୁ ଚୁମା ଦେଇଛି, ସେ ତ ପରମପୁରୁଷ ତାଙ୍କୁ ଦେଖି କିଏ କଣ ପ୍ରେମ ନକରି ରହି ପାରିଛି ? ସେ ବି ଶ୍ୟାମ କୁ ପ୍ରେମ କରିଛି। ଆଉ କାହ୍ନୁ କଣ ସଜିଲ ଜୀବ କି ? ସେ ବି ତ ଯମୁନା କୁ ଭଲ ପାଇଛି, ତାରି କୂଳରେ ଘଣ୍ଟା ଘଣ୍ଟା ବସିଛି, ଯଶୋଦା ମାଆ ଠୁ ମାଡ଼ ଖାଇଲେ, ଯମୁନା ଆଗରେ ଅଭିଯୋଗ କରିଛି। ମୁଁହ ଫୁଲେଇ ଗୋଡ଼ ୨ ଟା କୁ ଯମୁନା ରେ ବୁଡ଼େଇ ତୁଠ ପଥର ଉପରେ ବସିଛି। ସେତେବେଳେ ତୁଠ ପଥର ବି ତ ଖୁସି ଼ ହେଇଛି!! ହଁ ମୂର୍ତ୍ତିଟିଏ ହେଇ ପାରିନଥିଲା ସିନା କିନ୍ତୁ କାହ୍ନୁକୁ କୋଳରେ ବସାଉଥିଲା ସବୁ ଦିନ। ...
ଯମୁନାର ଛାତିରେ ମେଞ୍ଚା ମେଞ୍ଚା ଜୁଆର ଉଠିଥିବ ସମସ୍ତଙ୍କ ଭଳି ଶ୍ୟାମ ବିରହରେ ତା ଆଖିରୁ ବି ଲୁହ ଝରିଥିବ, ସେ ଆଜି ବି ଶ୍ୟାମକୁ ଆଜିବି ଭାବୁଥିବ, ଶ୍ୟାମକୁ ମନଭରି ଭଲ ପାଉଥିବ କିନ୍ତୁ .......-
ସେ ସବୁବେଳେ ନୂଆ ନୂଆ ରୂପ ନେଉଥାଏ।
କେବେ ପାହାଡ଼ ହୋଇଯାଏ ତ କେବେ ନଦୀ ,
ସେ ଯେତେବଳେ ପାହାଡ଼ ହୁଏ, ମୁଁ ସେତେବେଳେ
ବର୍ଷା ହୋଇ ଭିଜେଇ ଦିଏ ତାକୁ ,ସେ ନଦୀ ହେଲେ
ମୁଁ ସମୁଦ୍ର ହୋଇ ତାକୁ କୋଳେଇ ନିଏ।
ସେ ଫୁଲ ହେଲେ ମୁଁ ଭଅଁର ହୋଇଯାଏ,
ହେଲେ ଆଜି ସେ ଆକାଶର ତାରା ହେଇଯାଇଛି,
ଆଉ ମୁଁ ଗୋଟେ ଅନାମଧେୟ କବି ।
-
ବେଳେ ବେଳେ ଭାବୁ ଭାବୁ ସରିଯାଏ କଥା।
ଧିରେ ଧିରେ ମରିଯାଏ ମନ,ବଢୁଥାଏ ଦ୍ଵନ୍ଦ,
ଆଖି ବନ୍ଦ କଲେ ଦିଶୁଥାଏ ସେଇ ଖିଲି ଖିଲି ହସ।
ବହୁଥାଏ ଟପ ଟପ ଲୁହ, ଭିଜୁ ଥାଏ ତକିଆ।
କଣ କରିବି ଯେ? କହିବି କି ମୋ ମନ କଥା?
-
ସେଦିନ ବି ସୂର୍ଯ୍ୟ ଟା ପୂର୍ବ ଦିଗରେ ହିଁ ଉଦୟ ହେଇଥିଲା। ଟିଉସନ୍ ର ଶେଷ ଫେଆରୱେଲ୍ ଭୋଜି। ତା ର ଖଟା ଟା ଭାରି ପ୍ରିୟ, ସେଇଥିପାଇଁ ହିଁ ମୁଁ ଝଗଡା କରି ଖଟା ବାଲଟି ଟାକୁ ଧରିଥିଲି। ତା ପାଖକୁ ଗଲା ବେଳକୁ ଛାତିଟା ଥରୁଥିଲା। ମାଧ୍ୟାକର୍ଷଣ ବଳ ବୋଧେ ମୋ ପାଦ ପାଇଁ କାମ କରୁନଥିଲା। ହଁ ସେଦିନ ସେ କୃଷ୍ଣ ରଙ୍ଗର ଚୁଡିଦାର ପିନ୍ଧିଥିଲା। ସେ ଏଥର ଡାକ ପକେଇଲା 'ଏ ଖଟା' ଏଠିକି। ଆକାଶ ମୋତେ ପଛ ପଟୁ ଧକ୍କା ଦେଲା (ସାମାନ୍ୟ ହସି) । ମୁଁ ଗଲି ଖଟା ଦେଲି, ସେ ମନା କରିବା ସତ୍ତ୍ଵେ ଆଉ ଟିକେ ବେଶି। ଭୋଜିଭାତ ସରିଲା, ଏଥର ସେ ତାର ସାଇକେଲ ଧରି ବାହାରିଲା। ସେଇ ସମୟ ଭିତରେ ମୁଁ ମନେ ମନେ ଅଭ୍ୟାସ କରି ସାରିଥାଏ, ତାକୁ ହାଏ କେମିତି କରିବି, କେମିତି ତା ସହ କଥା ହେବି। ବାହାରିଲି ତା ପାଖକୁ ବହୁତ୍ ଡରି ଡରି, ତିନି ବର୍ଷର ଅପେକ୍ଷା, ଉଫ୍... କେମିତି କହିବି ଯେ?
ସେ ତାର ଡାହାଣ ହାତରେ ସାଇକେଲ ର ସିଟ୍ ତାକୁ ପୋଛି ସେଇ ଉପରେ ବସିଲା। ବାଁ ଗୋଡ଼କୁ ପେଡାଲ୍ ଉପରେ ରଖି ଆସ୍ତେ ଆସ୍ତେ ସାଇକେଲ ଚଲେଇଲା। ମୁଁ ଡାକିଲି 'ଏ ସିଲି ..... ଆଉ ତା ପରେ..........-
ଜୀବନ ଯମୁନା ରେ ଜୁଆର ଉଠେ।
ଜଟିଳ ଜଳଦ ମୋ ଆଖିରୁ ଝରେ।।
ଦୁଃଖର ଦରିଆ ଦରଖାସ୍ତ ଦିଏ।
(ଏ)ଦରଦୀ ଦୁଃଖିକୁ ଦରମରା କରେ।।
ତରଳ ଲୁହ ମୋ ଗାଲକୁ ତତାଏ।
ତଥାପି ତପସ୍ୟା କରିବାକୁ ହୁଏ।।
ଏମିତି ଜୀବନ ଜିଇଁବାକୁ ହୁଏ।
ଲୁହକୁ ଲୁଚେଇ ହସିବାକୁ ପଡେ।
-