କୁହୁକ ପରି ଆସି
କିଛି କହିଦେ,
ମୋ ଆଖିର ନିଦରେ
କିଛି ସ୍ବପ୍ନ ରଖିଦେ,
ମୁଁ ହଜିଯିବାକୁ ଚାହେଁ
କିଛି କ୍ଷଣ।
ବାସ୍ ଆଉଥରେ,
ପାଉଁଶରୁ ମଣିଷ ହେବା ପ୍ରକ୍ରିୟାରେ
ମତେ ତୋ ଅଂଶ କରିଦେ।
-
A small reminder- This too shall pass!
କେବେ ଯଦି ଆଉଥରେ ଦେଖାହୁଏ
ଚିହ୍ନା ମୁହୁର୍ତ୍ତ ମାନଙ୍କ ସହ
ଯାହାକୁ ତା ହୃଦୟ
ସ୍ମୃତି କହି ଝୁରି ହୁଏ ଅହରହ
କୁହନ୍ତା କାହାଣୀ ସ୍ପର୍ଶର
ଆଜନ୍ମ ଆତ୍ମୀୟତାରେ
ବାଟହୁଡି କେମିତି ତା ଆତ୍ମା
ପୁଣି ଭରସେ।-
କିଛି ସ୍ବପ୍ନ ଆରମ୍ଭ ରୁ ହୁଏ ପୁନଃ ଆରମ୍ଭ
ପାଉଁଶରୁ ପୁଣି ଜନ୍ମେ କିଛି ଭରସା
ସେଥିପାଇଁ ବୋଧେ ବାନ୍ଧୁଥାଏ ସେ
ବାଟହୁଡା କିଛି ଅତୀତର ଆଶା-
ଆଶାର ପୁଞ୍ଜିକୁ ଗଣ୍ଠିଲିରେ ବାନ୍ଧି
ସହର ପରେ ସହର ଅତିକ୍ରମ କରେ
ସନ୍ଧାନ କରେ ନିରୁତା ପ୍ରେମ କିଛି,
ସମର୍ପଣର ରାହା କିଛି।-
ଯେବେ ଖୁବ୍ ଏକୁଟିଆ ଲାଗେ
ଭିଡ ଭିତରେ
ତା ସହ ମୁଁ ମୋ ନିଜକୁ ଦେଖେ
ମୋର ସବୁ ଅଂଶ
ମାଟିରେ ମିଶିଲା ବେଳେ
ଜହ୍ନ ସହ ମୋର ପରିଚୟ ହେଲା
ତାକୁ ବୁଝୁଥିଲି ,
ତା ଦୁଃଖକୁ ଭୋଗୁଥିଲି
ମୋ ଅସ୍ତିତ୍ବକୁ ପୁଣି ପାଉଥିଲି।
-
ଚାଲ ଆମେ ବଦଳିଯିବା,
କିଛି ସମୟ ପାଇଁ ପଛକୁ ଫେରି ଦେଖିବା
ସ୍ମୃତି ସବୁକୁ, ଯାହା ଆଣି ଦେଉଥିଲା
ସବୁ ଶୂନ୍ୟତା ଭିତରେ ପୂର୍ଣ୍ଣତାର ଅନୁଭୂତି
ତୁମେ ମୋ ଆଖିରେ ନିଜକୁ ପଢି
କିଛି ସମୟ ଭାବନାରେ ହଜିଯିବ,
ଗୋଟେ କଳ୍ପନା ରାଜ୍ୟକୁ ଚାଲିଯିବ
ଆଉ ମୁଁ ବି ହଜିଯିବି
ସେମିତି ତୁମ ଭରସାରେ।
ସେ ସମୟ ବୋଧେ
ଏତିକି ପ୍ରତିଶ୍ରୁତି ଦେଇଯିବ
ବଦଳିଯିବାରେ ବି ଥାଏ କିଛି
ଅକୁହା କଥାର ଅନୁଶୀଳନ,
କୁହା କଥାର ସୁନ୍ଦର ସମୀକରଣ।-
Everyone thinks
I'm sleeping:
But My mind counts all
of my mistakes be like-