QUOTES ON #୧

#୧ quotes

Trending | Latest
30 JUL 2021 AT 15:05

Available

-


5 APR 2020 AT 21:44

କରୋନା


ତିନୋଟି ସ୍କେଚ୍

-


24 APR 2020 AT 19:18

ଦୂର ଦିଗବଳୟ ସତେ କେତେ ସୁନ୍ଦର୍! ସେଠାରେ ଅସୀମ ଆକାଶ ବି ଶସିମ ଲାଗେ। ଧରଣୀ ରାଣୀ ର ପ୍ରଶସ୍ତ ମସ୍ତକରେ ଗଗନ୍ ରାଜ୍ ସରୁ ଚୁମ୍ବନ ଆଙ୍କିଦେଉଥାଏ ସେଠାରେ ଦିବାନିଶି,ଅହରହ। ଆହା କି ମନୋହର ସେ ଦୃଶ୍ୟ! କି ଅନାବିଳ ପ୍ରେମ! ଜଣଙ୍କ ହୃଦୟରେ ଆଉ ଜଣେ ଚିର ବିରାଜିତ ସେଠାରେ।
ଠିକ୍ ସେହିପରି ସ୍ୱଚ୍ଛ ମନା, ପରୋପକାରୀ ଏବଂ ସମସ୍ତଙ୍କୁ ନିଜର କରିପାରୁଥିବା ବ୍ୟକ୍ତି ଯେତେ ଦୂରରେ ଥିଲେ ମଧ୍ୟ ଅନ୍ୟ ହୃଦୟରେ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ରହିଥାଏ ଚିରକାଳ।
😍🙏😍

-


1 JUN 2020 AT 19:20

.......
ସତ କହିବି, ତୁମ କଥା ଭାରି ମନେ ପଡେ
ଭଲ ଲାଗେ ଏ ଝିପ ଝିପ ବର୍ଷା ଆଉ
ତୁମ ସହ ସେ ଏଣୁତେଣୁ କଥା..ଭାରି ମନେ ପଡେ ।।

-


31 JUL 2020 AT 0:45

ଆଜି ବି ସେ ଜ୍ୟୋତ୍ସ୍ନା ପରିପ୍ଲୁତ ନିଶି ଆସିବ,
ଆଗତ୍ୟା ପୂର୍ଣ୍ଣିମା ର ପରିଚିତ
ବାର୍ତ୍ତାବହ ଟେ ହୋଇ।
ମେଘଖଣ୍ଡ ଗୁଡ଼ାର ବାତୁଳାମି ସହ
ଲୁଚକାଳି ଖେଳୁଥିବ,
ଆକୃତି ର ବିବର୍ତ୍ତନ ରେ ବଶୀଭୂତ ଚନ୍ଦ୍ରମା।
ମୋ ଆଙ୍ଗୁଠି ସ୍ପର୍ଶ ରେ,
ତୁମେ ସଚେତ ହେବ ସେ
ଚେତନାର ଅନ୍ୟତମ ଅବଚେତ ଅବସ୍ଥାରୁ,
ବାସ୍ ଟିକିଏ ସ୍ମିତହାସ୍ୟ ଦେଇ,
ଆଶ୍ଲେଷ ରେ ବାନ୍ଧି ନବ ମୋତେ,
ବାହୁ ଯୁଗଳର ଏକ ଅନନ୍ୟ କାରାଗାର କୁ,
ଯେଉଁଠି ମୁଁ ସ୍ଵଇଚ୍ଛାରେ ହୁଏ ବନ୍ଦୀ....
ନିଃସଙ୍କୋଚ ରେ ଆତ୍ମସମର୍ପଣ କରି.....

-


11 OCT 2018 AT 5:17

ମୁଁ ଏକା...(୧)

ଏକାଏକା ବୁଲୁଥିଲି ମୁଁ
ତୁମେ ଆସି ହେଲ କଥା ।
ଏବେ କଥାବି ହେଉନ
କଣ ହେଇଛି ତୁମେ କୁହ
କାହିଁ ଏମିତିକା ହଊନ କଥା !!
ସତ ଯେ ତୁମେ
ଏବେ ଶିକ୍ଷିତ ହେଳଣି
କାହିଁ ଏହି ଗାଉଁଲି ମନକୁ ଭଲ ପାଇବ?
ଗାଁରୁ ଆସିଛି ନା
କୁହ ତମେ କାହିଁ ପାଇବ !!

-


1 OCT 2024 AT 16:09

ଅବିବେକୀ ପ୍ରେମିକା
ତୁମର ହଜାରେ କଥା ଶୁଣିବାକୁ ମୋର
ଉତ୍କଣ୍ଠା ଅନେକ ଥିଲା...
ହେଲେ ମୋର ଗୋଟିଏ କଥା ଶୁଣିବାକୁ
ତମର ଧୈର୍ଯ୍ୟ ନଥିଲା...
ଯଦି ମୋ ମନରେ ଭଲ ପାଇବା
ନଥିଲା ତାହେଲେ ତମ ଛବି
ମୋ ମନରେ ବାରମ୍ବାର
କାଇଁ ଆସୁଥିଲା....
ଉଚ୍ଚ ଜୁଆର ଆଶାରେ ସମୁଦ୍ର ପୂର୍ଣ୍ଣିମା
ର ସେ ଜହ୍ନ କୁ ଦେଖି ଯେପରି ଖୁସି ହୁଏ
ତୁମ ମଥାର ସେ ବିନ୍ଦି କୁ ଦେଖି
ମୁଁ ବି ଠିକ୍ ସେମିତି ଖୁସି ହୁଏ....
ମତେ ଦୂରେଇବା ପାଇଁ ତମେ
ରାସ୍ତା ବଦଳାଇ ଦିଅ
ହେଲେ ମୁଁ ତୁମ ପ୍ରତିଦିନ ରାସ୍ତା ରେ
ଠିଆ ହେଇ ସେ ଥୁଣ୍ଟା ଗଛକୁ ପଚାରେ
ସେ ଆସିବ ତ??

-