ଯଦି ଚାଲିବାକୁ ଅନେକ ରାସ୍ତା ଅଛି ବାକି ତେବେ
ଚାଲିବା ରାସ୍ତା ରେ ବାଧା ଦେବା ପାଇଁ ଯେତେ ନୂଆ ଚେହେରା ଆସୁନା କାହିଁକି ତାକୁ ଭୁଲି ଆଗକୁ ବଢିବାର ଅଛି..-
ଛାତ ଉପରେ କିଏ ରଙ୍ଗୀନ ଆଲୋକର ଆକାଶ ଛତା ଟିଏ ଆକାଶକୁ ଛାଡୁଛି ତ କିଏ ନିଜ ଛପର ନଥିବା ଘରେ ଶୋଇ ତାର ଛପର ଫାଙ୍କ ରେ ଆଜି କଣ ପାଇଁ ଜହ୍ନ ର ଆଲୋକ ପଡ଼ି ନାହିଁ ବୋଲି ଭାବୁଛି...ସେ ଅଜ୍ଞାନ ଶିଶୁ କଣ ଜାଣିଛି କି ଆଜି ଅମାବାସ୍ୟା ରେ ଜହ୍ନ ଲୁଚି ଯାଇଛି ବୋଲି...🥲
🪔ଶୁଭ ଦୀପାବଳୀ 🪔-
ଅବିବେକୀ ପ୍ରେମିକା
ତୁମ ମୁହଁ ରୁ କଥା ପଦେ ଶୁଣିବାକୁ
ମୋ ମନ ବ୍ୟାକୁଳ ହୁଏ
ହେଲେ ତମର ଅଭିନୟ କହେ
ଯେପରି ତମ ମୁହଁ ରେ କିଛି ଶବ୍ଦ ନଥାଏ...
ମୁଁ ନିର୍ଲଜ ପରି ତୁମ ଛବି
କୁ ବାରମ୍ବାର ଦେଖୁଥାଏ
ହେଲେ ତମ ମନରେ ମୋ
ଛବି ପାଇଁ ସ୍ଥାନ ହିଁ ନଥାଏ....
ମୋ ହଜାରେ ପ୍ରଶ୍ନ ର
ତମକୁ ଗୋଟିଏ ଉତ୍ତର ଭାବେ
ହେଲେ ମୋ ପାଇଁ ତମ
ମନରେ ପ୍ରଶ୍ନ ହିଁ ନଥାଏ....
ତମ ପାଇଁ ଲେଖିବାକୁ ତ ଅନେକ କଥା ଅଛି
ହେଲେ ତମର ଅବିବେକୀ ଭାବନା
ମତେ ଏହି ଠାରୁ ରହିବାକୁ
ବାଧ୍ୟ କରୁଛି....l
-
ଅବିବେକୀ ପ୍ରେମିକା
ତୁମର ହଜାରେ କଥା ଶୁଣିବାକୁ ମୋର
ଉତ୍କଣ୍ଠା ଅନେକ ଥିଲା...
ହେଲେ ମୋର ଗୋଟିଏ କଥା ଶୁଣିବାକୁ
ତମର ଧୈର୍ଯ୍ୟ ନଥିଲା...
ଯଦି ମୋ ମନରେ ଭଲ ପାଇବା
ନଥିଲା ତାହେଲେ ତମ ଛବି
ମୋ ମନରେ ବାରମ୍ବାର
କାଇଁ ଆସୁଥିଲା....
ଉଚ୍ଚ ଜୁଆର ଆଶାରେ ସମୁଦ୍ର ପୂର୍ଣ୍ଣିମା
ର ସେ ଜହ୍ନ କୁ ଦେଖି ଯେପରି ଖୁସି ହୁଏ
ତୁମ ମଥାର ସେ ବିନ୍ଦି କୁ ଦେଖି
ମୁଁ ବି ଠିକ୍ ସେମିତି ଖୁସି ହୁଏ....
ମତେ ଦୂରେଇବା ପାଇଁ ତମେ
ରାସ୍ତା ବଦଳାଇ ଦିଅ
ହେଲେ ମୁଁ ତୁମ ପ୍ରତିଦିନ ରାସ୍ତା ରେ
ଠିଆ ହେଇ ସେ ଥୁଣ୍ଟା ଗଛକୁ ପଚାରେ
ସେ ଆସିବ ତ??
-
ହେ ଦୀନବନ୍ଧୁ
ତୁମ ଉଦୟ ରେ ଦିନର ଆରମ୍ଭ
ତୁମ ଅସ୍ତେ ଦିନ ଶେଷ
କେବେ ତୁମେ ଧୀର ପାଣି ପରି ଶାନ୍ତ
ତ କେବେ ପୁଣି ଢେଉ ପରି ଅଶାନ୍ତ
ତୁମ କିରଣ କେବେ ଦିଏ କଷ୍ଟ
ତ କେବେ ଭରେ ଆନନ୍ଦ
କେବେ ତୁମ କିରଣ ହୁଏ ରୋଗର କାରଣ
ତ କେବେ ପୁଣି ହୁଏ ବଞ୍ଚିବାର ମାଧ୍ୟମ
ତୁମ ପ୍ରଭାବ ରେ କେବେ ଜଳ ହୀନ ପୁଷ୍କରିଣୀ
ତ କେବେ ପୁଣି ଜଳ ପୂର୍ଣ୍ଣ ସରସୀ
ତୁମେ ତପନ ତୁମେ ଦିବାକର
ତୁମେ ଭାସ୍କର ତୁମେ ହିଁ ପ୍ରଭାକର
ଆଉ ସହି ହେଉ ନାହିଁ ତୁମ ପ୍ରଭାବ
ହେ ଦୀନବନ୍ଧୁ ତୁମେ ଶାନ୍ତ ହୁଅ |
@Soumya
-