ସପନର ପଥେ ପଥେ
ହଜିଥିବା କେତେ ସନ୍ଧ୍ୟାରେ,
ମୁଁ ଖୋଜିବାକୁ ଚେଷ୍ଟାକରେ ତୁମକୁ।
ବିସ୍ମୃତିର ପ୍ରହସନ ମଧ୍ୟରେ,
ଅଜଣା ଅବୁଝା କେଉଁ ଏକ
ନିରୋଳା ମୂହୁର୍ତ୍ତରେ,
ସ୍ମୃତିର କବରୀ କୁ ଖୋଳି ବସେ,
କଳ୍ପନାର ଅନନ୍ୟ ପ୍ରରୋଚନାରେ,
ଟିକେ ଛୁଇଁବାକୁ ତୁମକୁ।
-
कयी अनकही दास्तान
सुनाने चली हूं,
सपनों की राह पर
गुमनाम होने चली हूं,
न है बीती जिंदगी से
कोई उम्मीद
न आनेवाले कल की फिकर
में तो बस आज और इस पल में
अपनी मंज़िल की और कदम बढ़ाने चली हूं ।-
ଆକାଶ :-
ନୀଳ ରଙ୍ଗର ମିଛ ପ୍ରହସନ
ଏକ କେଜି ଆକାଶରେ
ଦଶ ଭାଗ ଅହଂ ର ବାମ୍ଫ
ଆଉ ନବେ ଭାଗ ପବନ।-
वो जंग सिर्फ एक जंग नहीं था,
जो आज हमारी अस्तित्व का
एक अटूट हिस्सा बन के उभरा है,
वो नाम सिर्फ एक नाम नहीं है
वो आज हमारी पहचान की
पूरी दास्तान बयां करती है।
ये खून जो बहती है
हमारी नस नस मैं
उसमे सासें कयी शहीदों के
सुनाई देती हैं,
और ये वतन सिर्फ एक जगह नहीं है
ये अब हमारी जात बन चुका है।-
ଦିନ ଥିଲା,
ସେ କଣ୍ଢେଇ ଖେଳ ରେ ନିଜକୁ ହଜେଇ
ଆବିଷ୍କାର କରୁଥିଲି ଏକ ନିରୋଳା ବୟସ।
ଆଉ ଆଜି,
ଅପହଞ୍ଚ କୁ ଗନ୍ତବ୍ୟ ମାନି ହଜେଇ ଚାଲିଛି
ମୋର ସେ ସଞ୍ଚିତ ବୟସ ତକ।
-
ସହର # 13
ନିଜକୁ ତୁମ ଭିତରେ ଖୋଜୁଥିଲି,
କିନ୍ତୁ ଆଜି ତୁମଠୁ ଦୂରରେ
ନିଜ ହଜିବା ପଣ ଉପରେ
କାହିଁକି କେଜାଣି ଟିକେ ଗର୍ବ ଆସୁଛି।
ବୋଧହୁଏ ତୁମ ଉଚ୍ଚ ଅଟ୍ଟାଳିକାର
ନୀରବତା ମଧ୍ୟରେ,
ମୋର ନିର୍ଜ୍ଜନତା ତକ
ନିଜକୁ ଖୁବ ଅଧିକ ସୁରକ୍ଷିତ ମନେ କରନ୍ତି,
ସେଥିପାଇଁ ତ ଆଖି ଆଗରୁ
ତୁମର ସେ ନଦୀ ବକ୍ଷସ୍ଥ ଆନିକଟର ଚିତ୍ର
ଲିଭିବା ଆଗରୁ ଅସ୍ପଷ୍ଟ ଦିଶିଲା ସମ୍ପୂର୍ଣ୍ଣ ପୃଥିବୀ.....
-
ସହର # 11
ଆଜିକାଲି ମୁଁ ବହୁତ ବ୍ୟସ୍ତ,
ଜାଣିଛି ତୁମେ ଚେଷ୍ଟାକର
ମୋତେ ହଜେଇ ବାକୁ ନିଜ ଧୂଳିରେ।
ମୁଁ କିନ୍ତୁ ଏଡେଇ ଦିଏ ତୁମକୁ,
ବେଢେଇ ଦେଇ ମୋର ସୁଦୀର୍ଘ ସ୍କାର୍ଫକୁ
ଆଖି ଭିନ୍ନ ମୋ ମୁହଁର
ତମାମ ଅଞ୍ଚଳରେ।
କାରଣ ତୁମ ସୂର୍ଯ୍ୟାସ୍ତ ସେତେ
ସୁନ୍ଦର ନହେଲେ ବି
ମୋତେ ବାନ୍ଧି ରଖିବାର ପର୍ଯ୍ୟାପ୍ତ କ୍ଷମତା
ତା' ପାଖେ ନିଶୁଳ୍କ ରେ ଉପଲବ୍ଧ।-
जब हवा में तेरे खुशबु घुल कर
मेरी सांसों को महका दिया,
तब लगा में जिंदा हूं,
और खुदको पहली बार
मेहसूस किया.....
तेरे आहटों से जब धड़कनें
तेज होने लगी,
तब लगा इस सीने में भी दिल है,
तेरे नजरों से जब खुदको तराशने लगी
तब लगा इस चेहरे में भी
कुछ बात है....
-
Gumrah kaun nahni hai yahan,
Bas koi paidal chal pada hai
Aur Koi Hawai jahaj par,
Magar Manzil toh ek hi hai.....-
ସବୁ କାହାଣୀର ଶେଷରେ ପୂର୍ଣ୍ଣଛେଦ ଟିଏ ପଡିବା,
ତିନୋଟି ବିନ୍ଦୁ ବି ନୀରବରେ ଅନେକ କିଛି ବଖାଣିପାରେ...-