QUOTES ON #ବାପା

#ବାପା quotes

Trending | Latest
20 JUN 2020 AT 20:36

ଉପରକୁ ପଥର ପରି ଅଭଙ୍ଗା
ଭିତରେ ତରଳି ଯାଉଥିବା ମଣିଷଟି ହିଁ ବୋଧେ "ବାପା "

-


28 MAR 2021 AT 17:46

ଯାହାର ପିଠି ଆଉଁଶା ରେ
ଭରିଛି ଶତସିହଂ ର ବଳ
ଯାହାର ପ୍ରତିଟି ଶବ୍ଦରେ
ପାଇଛି ମୁଁ ପ୍ରଣବ ମନ୍ତ୍ର
କପାଳ କୁ ସଜାଡି ନେଇଛି ମୁଁ
ଯାହା ଅନୁରାଗ ଓ ଅଭୟବାଣୀରେ
ସେ ମୋ ବାପା ହଁ ସେ ମୋ "ବାବା"

-


17 JUN 2021 AT 23:39

"ମୁଁ ବାପାଙ୍କ ଝିଅ"

(ଅନୁଶୀର୍ଷକରେ ପଢ଼ନ୍ତୁ ସମ୍ପୂର୍ଣ୍ଣ କାହାଣୀ)

-


5 APR 2020 AT 1:30

***_____ସିମି ପରା ଏବେ ବଡ ହେଲାଣି_____***

ସିମି ଏବେ ଆଉ କାଇଁ ଜମା କାନ୍ଦୁନି
ଆଜିକାଲି ଅଳି ଅଝଟ ବି କରୁନି
ଆଉ ଜିଦିଆପଣ ତ' ଭୁଲିଗଲାଣି
ସିମି ପରା ଏବେ ବଡ ହେଲାଣି (୧)

ଫୁଲେଇରାଣୀ ର ନଖରା ହଜିଗଲାଣି
ସବୁ ଦୁଷ୍ଟାମୀ ର ରଂଗ ଲିଭିଗଲାଣି
ମାନ ଆଉ ଅଭିମାନ ମନୁ ପୋଛିଦେଲାଣି
ସିମି ପରା ଏବେ ବଡ ହେଲାଣି (୨)

ବୋଉ ର ରିତୀମତ ଅଭିଯୋଗ କିଆଁ ଆସୁନି
ଭାଇ ର ଶାସନ ଓ ନାନୀର ଆକଟ ଆଉ ଶୁଭୁନି
ସିମି ର ଲୁହକୁ ଆଉ ବାପାଙ୍କ ହାତ ପୋଛିପାରୁନି
ସିମି ପରା ଏବେ ବଡ ହେଲାଣି (୩)

ବାପାଙ୍କଠୁ ଗପ ନ ଶୁଣି ସିମି ଶୋଇପାରୁନି
ବାପାଙ୍କୁ ତା'ର ସେ ଖୋଜି ଆଉ ପାଉନି
ମେଘୁଆ ଆକାଶରେ ତା'ବାପାଙ୍କ ଦେଖା ମିଳୁନି
କାରଣ ବାପା ତା'ର ଜହ୍ନ ତାରା ଭିତରେ ହଜିଗଲେଣି(୪)
(ଅବଶିଷ୍ଟାଂଶ ଅନୁଶୀର୍ଷକ ରେ...

-


12 APR 2019 AT 6:53

"ବାପାଙ୍କ ଆତ୍ମକଥା"

ଦୁଃଖର ଅଟ୍ଟହାସ୍ୟରେ ସୁଖ ହୁଏ ଆନମନା
ଡରି ମରି ଜୀବନଟା ପୁଣି ଖୋଜେ ସମ୍ଭାବନା ।
ଆଶା ର ଆଲୋକ ସିଏ ନିରାଶାରେ ଖୋଜିଥାଏ
କାହିଁକି ନା ଆଖିରେ ତା ସଂସାରଟା ନାଚିଯାଏ ।
ତେଲ ଲୁଣର ସଂସାରରେ ଆଶା ତାର ସୀମିତ
ସୀମିତ ସ୍ବପ୍ନ ବି ବନ୍ଧୁ ହୁଏନାହିଁ ସବୁ ସତ! ।

-


21 JUN 2020 AT 22:24

"ବାପା" ସତ କହିବି
ଆଜି ପୁଣି ହାରିଗଲି, !!
ଦିନତମାମର ପ୍ରଚେଷ୍ଟା ଆଉ ଅଭିଧାନକୁ
ତନ୍ନ ତନ୍ନ ପରଖିବା ପରେ ବି ମୁଁ ଉପଯୁକ୍ତ ଶବ୍ଦଟିଏ ପାଇଲିନି,

ମୋ କଲମର ସେତିକି ସାମର୍ଥ୍ୟ ନାହିଁ,
"ବାପା" ତୁମକୁ ଶବ୍ଦରେ ସଜେଇବାକୁ ! 🙏❤️❤️

-


21 AUG 2020 AT 2:18

"ଆମଦାନୀ,ରପ୍ତାନୀ" ଶବ୍ଦ ତୁମର ପ୍ରତିତ ହୁଏ"ବାପା"
ଯେବେ ଝଲସି ଯାଏ ମେଞ୍ଚା ମେଞ୍ଚା ସ୍ନେହ ,
କୋଳେଇ ନିଅ ସବୁ ସନ୍ତାପ ବଦଳରେ ଦେଇ ସ୍ୱପ୍ନ ...


-


4 JUN 2021 AT 23:06

ବାପା

ପ୍ରଭୁଙ୍କ ମସ୍ତକୁ ଖସି ପଡ଼ିଥିବା
ଆଶୀର୍ବାଦ ଫୁଲ ତୁମେ
ତୁଷାର ଭରା ଶୀତୁଆ ସକାଳେ
ଆଶାର କିରଣ ତୁମେ !!


(ପଢନ୍ତୁ ଅନୁଶୀର୍ଷକରେ....)

-


20 JUN 2021 AT 12:19

ଖୁସି ବାଣ୍ଟିବାବେଳେ ଦାନବୀର ହରିଶ୍ଚନ୍ଦ୍ର
ହେଲେ କଷ୍ଟ ଦେଖାଇବାବେଳେ ସମ୍ପୂର୍ଣ୍ଣ ସ୍ୱାର୍ଥପର
ହୋଇଯାଉଥିବା ଲୌହମାନବ
ତଥା ଈଶ୍ୱରଙ୍କ ଚଳନ୍ତି ପ୍ରତିମା ଜଣଙ୍କ ହେଉଛନ୍ତି ବୋଧେ "ବାପା" l

-


2 OCT 2020 AT 22:51

ଖୋଲି ଦିଅ ସବୁତକ ଆବଦ୍ଧ ଗଣ୍ଠିଲି ।।
ଯେଉଁଠି ଆମ ଇଚ୍ଛାର ପୂର୍ତ୍ତି ପାଇଁ "ବାପା"
କବର ଦେଇଛ , ତୁମ ସ୍ୱପ୍ନସବୁ ।।

-