Inviting many Problems
&
Killing your hidden success!-
Instagram: rajeev.sahoo.10
One day you must pay for this "Game of Love"!
... I said
"Everything is fair in Love without any T&C applied"
...It was her last sentence.-
When you started compromise to see her happy in life & the loved one thought that perfectly "Made For Each Other!!
-
ଶିଶିର ରାଣୀର ଚିକ୍ ମିକ୍ ମୁକ୍ତା ଦେହ ଝାଉଁଳି ଗଲାଣି
ଅଟ୍ଟହାସ୍ୟ କରେ କୁହୁଡ଼ି ଦାନବ ବେଳ ଅନେକ ହେଲାଣି।
-
ରାତି ଯାଏ ସରି ଜହ୍ନ ଯାଏ ମରି ସରେନା କାହାଣୀ ଲେଖା
ଜହ୍ନ ରାତି କେବେ ରଙ୍ଗୀନ୍ ଲାଗଇ କେବେ ଲାଗେ ଭାରି ଫିକା ।
ମନଟା ପ୍ରେମରେ ଉବୁଟୁବୁ ହୁଏ ରୋମାଂଟିକ୍ ଲାଗେ ରାତି
ପୁଣି ଏଇ ରାତି ଯାଏ ତ ବଦଳି ମଲାଜହ୍ନ ଦିଏ ଭୀତି ।
-
ଗାୟତ୍ରୀ ଦିଦି,
ଆପଣଙ୍କୁ ମଧ୍ୟ ସାଦର ନମସ୍କାର 🙏🙏।ସତ କହିବାକୁ ଗଲେ ମୋତେ କେହି testimonial ପଠେଇବେ ଏହା ମୋ ପାଇଁ କଳ୍ପନା ବାହାର କଥା । YQ ପରିବାରର ସଦସ୍ୟ ମାନଙ୍କର ପାଣ୍ଡିତ୍ଯ ଆଉ ଜ୍ଞାନ ଗାରିମା ଭିତରେ ଏ ଅଧମର ଲେଖାକୁ ଆପଣ ପସନ୍ଦ କରି ବାର୍ତ୍ତା ପ୍ରଦାନ କରିଥିବା ହେତୁ ପୁନଶ୍ଚ ଆନ୍ତରିକ ନମସ୍କାର 🙏🙏।
ଆପଣଙ୍କ ସମସ୍ତ ଲେଖା ଏତେ ଉଚ୍ଚକୋଟିର ମତାମତ ଦେବାକୁ ଶବ୍ଦ ମିଳେନାହିଁ । ପ୍ରତିଟି ଲେଖା ହୃଦୟ ଛୁଆଁ । ଆପଣ ପ୍ରତି ଦିନ ଲେଖନ୍ତି ଆଉ ମୁଁ ସପ୍ତାହରେ ଥରେ ଅଧେ କଲମ ଧରିବାକୁ ଚେଷ୍ଟା କରେ ।
ବାଣୀବିହାରରେ ପିଜି କଲାବେଳେ ଫତୁରାନନ୍ଦଙ୍କ "ହେରେସା" ଆଉ "ମୁଚୁକୁନ୍ଦିଆ" ବ୍ୟଙ୍ଗ ଗଳ୍ପ ପଢିବାର ସୁଯୋଗ ପାଇଥିଲି ଯାହା ମୋତେ କେବେ କେବେ କଟାକ୍ଷ ଭରା ଲେଖା ଲେଖିବା ପାଇଁ ଅନୁପ୍ରାଣିତ କରେ । ମୁଁ ନିଶ୍ଚିତ ଭାବରେ କିଛି ବ୍ୟଙ୍ଗ ଗଳ୍ପ ଓ କବିତା ଆଗାମୀ ସମୟରେ ସମସ୍ତଙ୍କୁ ଭେଟି ଦେବି, କଥା ଦେଲି ।
ଆମ କଥା ଛାଡ଼ନ୍ତୁ । ଆମେ ଜଳ ବିନ୍ଦୁ ହେଲେ ଆପଣ ମାନେ ସବୁ ମହାସାଗର । ଓଡିଆ ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ପାଇଁ ଆପଣଙ୍କ ପରି ସାହିତ୍ୟିକମାନେ ଏକମାତ୍ର ଆଶା ର ଆଲୋକ । ଆଶା କରୁଛି ଏମିତି ସର୍ବଦା ସୃଜନଶୀଳ ଲେଖା ମାନ ଜନ ସମାଜକୁ ଭେଟି ଦେଉଥିବେ ଶେଷ ନିଶ୍ବାସ ପର୍ଯ୍ୟନ୍ତ । 🙏🙏🙏-