QUOTES ON #ପାର୍ଥକ୍ୟ

#ପାର୍ଥକ୍ୟ quotes

Trending | Latest
15 SEP 2020 AT 20:34

ତୁମ ଆଉ ମୋ ଭିତରେ କେତେ ପାର୍ଥକ୍ୟ ଥିଲା??

ଯେତିକି ଚିହ୍ନିବା ଆଉ ଜାଣିବା ଭିତରେ ଥାଏ,
ଯେତିକି ହସିବା ଆଉ ହସେଇବା ଭିତରେ ଥାଏ,
ଯେତିକି ଦୁଇ ଆଖି ଭିତରେ ଥାଏ,
ଯେତିକି ସ୍ବପ୍ନ ଆଉ ବାସ୍ତବ ଭିତରେ ଥାଏ,
ଯେତିକି ଜହ୍ନ ଆଉ ସୂର୍ଯ୍ୟ ଭିତରେ ଥାଏ,
ଯେତିକି ଆତ୍ମା ଆଉ ଶରୀର ଭିତରେ ଥାଏ।।।

-


28 NOV 2020 AT 18:09

ଅନାସକ୍ତ ଅଭିବ୍ୟକ୍ତି (୩୨)
°°°°°°°°°°°°°°°°°°°°
#ପାର୍ଥକ୍ୟ
ନୀଳ ଆକାଶର ବିସ୍ତୀର୍ଣ୍ଣ ବକ୍ଷରେ
ଘୋଟି ଯାଇଛି ବିଷାଦର କଳା ବାଦଲ
ଉତ୍ତାଳ ତରଙ୍ଗର ତତଲା ସ୍ପର୍ଶରେ ମିଳେଇ ଯାଉଛି
ବାଲୁକା ରେଣୁ-ନିର୍ମିତ ସୂକ୍ଷ୍ମ ମହଲ ।

ସମ୍ପର୍କ ଶିକୁଳିର ପରିବେଷ୍ଟନୀ
ଛିଣ୍ଡେଇ ମୁକ୍ତ ପକ୍ଷୀ ବିଶାଳ ଗଗନେ,
କାହିଁକି ପିନ୍ଧିଛି ବିଷର୍ଣ୍ଣ ବଦନର ମୁଖା;
ସ୍ୱାଧୀନତା କ'ଣ ଏକ ଅନୁଭବ ମାତ୍ର-
ନା ଦୁଃସ୍ବପ୍ନ ଜାଗ୍ରତ ଶୟନେ..?

ବ୍ୟଥାର ସଂଜ୍ଞା କ'ଣ :-
ସହଧର୍ମିଣୀର ଅନୈତିକ ବ୍ୟଭିଚାର,
ବଳାତ୍କାରୀର ପାଶବିକ ଅତ୍ୟାଚାର,
ସହପାଠୀର ପରିଣାମ ଅଧ୍ୟବସାୟର...

କିଏ ସ୍ଥିର କରିବ ପାର୍ଥକ୍ୟ ସାଜି ଧର୍ମରାଜ
ଅପରାଧୀ ଓ ଅପରାଧ ଭିତର,
ରଙ୍ଗହୀନ ଲୁହ ଓ ରଙ୍ଗୀନ ଲହୁ ମଧ୍ୟରେ
ବ୍ୟଥା ଆଉ ବେଦନାର ସମ୍ପର୍କର...

ଦର୍ଶାଇବାକୁ ପାର୍ଥକ୍ୟ ସାଧା ପୃଷ୍ଠାରେ
ସାଧାରଣ ଗୁଣଟିଏ ତ ଦରକାର
ଯଦି ଗୋଟିଏ ସାଧାରଣ ଗୁଣ ନାହିଁ
ତେବେ ମୁଁ ପ୍ରେମିକ ନା ଇଏ ମୋ ବ୍ୟଭିଚାର...

©®_ଚିତ୍ତରଞ୍ଜନ ଦେହୁରୀ

-


15 JUL 2020 AT 18:01


💝ପାର୍ଥକ୍ୟ ଏତିକି ମାତ୍ର💝

କବି ଧନୀ ନୁହେଁ ସତ
କିନ୍ତୁ ଝୁପୁଡି଼ ଘରେ ରହି
ରାଜ ମହଳର ଅନୁଭବ କରିପାରେ ।

ଧନୀ ଧନବାନ ସତ
କିନ୍ତୁ ରାଜମହଳରେ ରହି
ଝୁପୁଡି଼ ଘରର ଅନୁଭବ କରିପାରେ ନାହିଁ ।

-


2 MAR 2021 AT 21:55

କାମନାରେ ସବୁ ଶୀଘ୍ର ହୋଇଥାଏ
କିନ୍ତୁ ପ୍ରେମରେ ପ୍ରତୀକ୍ଷା କରିବାକୁ ପଡ଼ିଥାଏ ।

-


16 OCT 2022 AT 8:56

ତା ଆଉ ମୋ ଭିତରେ
ଏମିତି କଣ ପାର୍ଥକ୍ୟ ଯେ..?
ସେ ବି ଗୋଟେ ଶରୀର ଆଉ ମୁଁ ବି
ସେ ବି ସଂଜ୍ଞା ରହିତ ଆଉ ମୁଁ ବି
ସେ ବି ସୁନ୍ଦର ଆଉ ମୁଁ ବି;
ତାର ସ୍ଵର ଟିକେ କୋମଳ
ଆଉ ମୋର ଟିକେ ମଧୁର
ମୋ ପରି ସେ ବି ହସେ ଆଉ କାନ୍ଦେ,
କେବେ ମମତାର ପଣତ ଘୋଡେ଼ଇ ଦିଏ
କେବେ ପୁଣି ହାତରେ ରାକ୍ଷୀ ଟେ ବାନ୍ଧେ.!
ସେ ଫୁଲ ଗହଣାରେ ସଜେଇ ହୁଏ,
ମୁଁ ତା'ର ସୋନ୍ଦର୍ଯ୍ୟରେ ହଜିଯାଏ।
ତେବେ, ସେ କାହିଁକି ପାଏ କଷଣ?
ଯିଏ ସୃଷ୍ଟି କରିପାରେ;
ତାର ଗର୍ଭରୁ ଏକ ନୂଆ ଜୀବନ.!
ସର୍ବୋପରି ସେ ବି ମୋ ପରି ଜଣେ ମଣିଷ,
ଆମ ଭିତରେ ପାର୍ଥକ୍ୟ ଏତିକି ଯେ
ତାକୁ କୁହନ୍ତି ନାରୀ ଆଉ ମୋତେ ପୁରୁଷ..!!

-


3 NOV 2022 AT 23:46

ପୁଅଟେ ଜନ୍ମ ହେଲେ,
ଘରେ ଆନନ୍ଦର ଲହରୀ ଖେଳିଯାଏ ।
କିନ୍ତୁ;
ଯେତେବେଳେ ଝିଅଟିଏ ଜନ୍ମ ନିଏ,
ପରିବାର ଲୋକଙ୍କର ମୁହଁ ଶୁଖିଯାଏ ।

-